ବଦଳିବ କ୍ରିକେଟ: ଟେଷ୍ଟ ମ୍ୟାଚରେ ପରିବର୍ତନ ହେବଏହି ନିୟମ, ଆସିବ ଏହି ନୁଆ ନିୟମ…

ଟେଷ୍ଟ କ୍ରିକେଟ ଆଦି ରେ କରୋନା ମହାମାରୀ କୁ ଦୃଷ୍ଟି ରେ ରଖି କିଛି ନିୟମ ରେ ପରିବର୍ତନ କରାଯିବ i ଏହି ବାବଦ ରେ ଇଂଲଣ୍ଡ ଆଣ୍ଡ ବେଲସ କ୍ରିକେଟ ବୋର୍ଡ ଏହି ପ୍ରସ୍ତାବ କୁ ଖୁବ ଶୀଘ୍ର ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ ରେ ମଜୁରୀ କରାଇବ i ଏହି ପ୍ରସ୍ତାବ ଅନୁସାରେ ଟେଷ୍ଟ କ୍ରିକେଟ ସମୟ ରେ ଖେଳାଳି କରୋନା ପଯ୍ଏଟିଭ ମିଳିଲେ ତୁରନ୍ତ ତାଙ୍କ ସ୍ଥାନ ରେ ଆଉ ଜଣେ ଖେଳାଳି ଖେଳିବେ i

ଇସିବି ର ଡ଼ାଇରେକ୍ଟର ଅଫ ସ୍ପେଶାଲ ପ୍ରୋଜେକ୍ଟସ ସ୍ଟିବ ଏଲବର୍ଥ ଙ୍କୁ ସ୍କାଏ ସ୍ପୋର୍ଟ୍ସ ରେ କହିଛନ୍ତି କରୋନା ସବ୍ସିଟ୍ୟୁଟ କୁ ନେଇ ଆଇସିସି କୁ ଆମେ ପ୍ରସ୍ତାବ ଦେଇଚୁ I ଯାହା ଉପରେ ଆଲୋଚନା ଜାରି ରହିଛି I ଏବଂ ଆଗାମୀ ଅଳ୍ପ କିଛି ଦିନ ରେ ଏହା କୁ ମଞ୍ଜୁରୀ ମିଳିଯିବ I ଏହା କେବଳ ଟେଷ୍ଟ କ୍ରିକେଟ ରେ ଲାଗୁ କରାଯିବ ଏହା ୱାନଡେ ଓ ଟି 20 ରେ ଲାଗୁ ହେବ ନାହିଁ I

ଖେଳାଳି ଙ୍କ ର ରିପ୍ଲେସମେଣ୍ଟ ର ଆଧାର ଏକ ହିଁ ରହିବ I ଅର୍ଥାତ ଯଦି କୌଣସି ଖେଳାଳି କରୋନା ସଂକ୍ରମିତ ମିଳିଲେ ତେବେ ତାଙ୍କ ସ୍ଥାନ ରେ ଜଣେ ବ୍ୟାଟ୍ସମ୍ୟାନ ହିଁ ଖେଳିବେ I ସେହିପରି ବୋଲର ଙ୍କ କ୍ଷେତ୍ର ରେ ମଧ୍ୟ ସମାନ ନିୟମ ଲାଗୁ ହେବ I

କରୋନା ସଂକ୍ରମଣ ହେଲେ ଖେଳାଳି ଆଇସୋଲେଟ ହେବେ I
ଯଦି ଖେଳ ସମୟ ରେ କୌଣସି ଖେଳାଳି କାରୋନା ସଂକ୍ରମିତ ବୋଲି ଜଣା ପଡିଲେ ତେବେ ପ୍ରଥମେ ଷ୍ଟାଡିୟମ ରେ ଥିବା କରୋନା ଡାକ୍ତର ଓ ଇଂଲଣ୍ଡ ଓ ଇଂଲଣ୍ଡ ର ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟ କୁ ପ୍ରଥମେ ସୂଚନା ପ୍ରଦାନ କରାଯିବ I ଏବଂ ଏହି ଖେଳାଳି ଙ୍କୁ ଆଇସୋଲେଟ କରାଯିବ I

ଜୁଲାଇ ରେ ଇଂଲଣ୍ଡ – ୱେଷ୍ଟଇଣ୍ଡିଜ ରେ 3 ମ୍ୟାଚ ଟେଷ୍ଟ ସିରିଜ
କରୋନା ମହାମାରୀ କୁ ନଜର ରେ ରଖି ଲାଗୁ ହେଇଥିବା ନିୟମ ଆଗାମୀ ଇଂଲଣ୍ଡ ୱେଷ୍ଟଇଣ୍ଡିଜ ମଧ୍ୟ ରେ 8 ଜୁଲାଇ ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ରେ ଲାଗୁ ହେବ I ତେଣୁ ୱେଷ୍ଟ ଇଣ୍ଡିଜ ଟିମ ଏକ ମାସ ପୂର୍ବ ରୁ ଇଂଲଣ୍ଡ ରେ ପହଂଚିବ I

14 ସଦସ୍ୟ ର ଏହି ଟିମ ଛଡା 11 ଜଣ ରିଜରବ ଖେଳାଳି ରହିବେ I ଏବଂ ତିନି ସପ୍ତାହ ତାଙ୍କୁ ଓଲଡ଼ ଟ୍ରେଫଡ଼ ରେ ରଖାଯିବ I ଏଠାରେ ଟ୍ରେନିଂ ସହ ସେଲ୍ଫ କୋରେନଟାଇଁନ ରେ ରଖାଯିବ I

କେବେ ଲାଗୁ ହେବ କଙ୍କ୍ସନ ସବ୍ସିଟୂଟ
କଙ୍କ୍ସନ ସବ୍ସିଟୂଟ ର ଏହି ନିୟମ ବିଗତ ବର୍ଷ ଅଗଷ୍ଟ ରେ ଇଂଲଣ୍ଡ – ଅଷ୍ଟ୍ରେଲିଆ ମଧ୍ୟ ରେ ଏସୋଜ ରେ ଲାଗୁ ହେଇଥିଲା I ମ୍ୟାଚ ରେ ଯଦି କେହି ଖେଳାଳି ଆଘାତ ପାଇବେ ତେବେ ଅନ୍ୟ ଖେଳାଳି ସେଠାରେ ଖେଳି ପାରିବେ I

ଫିଲପ ହୁୟୁଜ ଙ୍କ ର ମୃତ୍ୟୁ ପରେ
ଅଷ୍ଟ୍ରେଲିଆ ର ପୂର୍ବ ଓପନ୍ର ଫିଲିପ ହୁୟୁଜ ଙ୍କ ର ଦେହାନ୍ତ ପରେ ଏହି ନିୟମ ଲାଗୁ ହେଇଥିଲା I ହୁୟୁଜ 2014 ରେ ସେଫାଇଲଡ ସିଲଦ ଟୁର୍ନାମେଣ୍ଟ ରେ ଏକ ମ୍ୟାଚ ରେ ମୁଣ୍ଡ ରେ ଆଘାତ ଲାଗିଥିଲା I ଏହା ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା I କିନ୍ତୁ ହସ୍ପିଟାଲ ରେ ତାଙ୍କ ର ଦେହାନ୍ତ ହେଇଥିଲା I ତେଣୁ ଏହି ନିୟମ କୁ ବର୍ତମାନ 2 ବର୍ଷ ପାଁଇ ନିୟମ ଲାଗୁ ହେଇଚି I

ଅଷ୍ଟ୍ରେଲିଆ ର ଘରୋଇ କ୍ରିକେଟ ରେ ପ୍ରଥମେ ବ୍ୟବହାର
କ୍ରିକେଟ ଅଷ୍ଟ୍ରେଲିଆ ରେ ପ୍ରଥମେ 2016-17 ର ସିଜିନ ରେ କଙ୍କ୍ସନ ସବ୍ସିଟୂଟ ର ନିୟମ ଲାଗୁ ହେଇଥିଲା I ୱାନଡେ (ପୁରୁଷ – ମହିଳା ଉଭୟ ) ବିଗ ବେଶ ଓ ମହିଳା ବିଗ ବେଶ ସିରିଜ ରେ ଏହା ଲାଗୁ ହେଇଥିଲା I କିନ୍ତୁ ଏହି ନିୟମ କୁ ମଞ୍ଜୁରୀ ମିଳି ନ ଥିଲା I ଶେଷ ରେ ଇଂଲଣ୍ଡ 2018 ର କାଉଣ୍ଟି ରେ ଲାଗୁ କରିଥିଲେ I