Chanakya Niti: ଏହି 5ଟି କଥା ମନେ ରଖନ୍ତୁ, ଜୀବନରେ ସବୁବେଳେ ସଫଳ ହେବେ…

ନମସ୍କାର ବନ୍ଧୁଗଣ ମଣିଷ ଯଦି ତାର ଜୀବନରେ ଖୁସୀ, ଆନନ୍ଦ, ସୁଖ, ଶାନ୍ତି, ପ୍ରାପ୍ତ କରିବା ପାଇଁ ଚାହୁଁଛି ତେବେ ତାକୁ ସେହି ସମସ୍ତ ଜିନିଷ ପ୍ରାପ୍ତ କରିବାର ମୂଳ କାରଣ ଖୋଲିବାକୁ ପଡ଼ିବ ଆଉ ତାର ମୂଳ କାରଣ ଆଉ ମୁଖ୍ୟ ସ୍ରୋତ ହେଇଛି ଶିକ୍ଷା। ମଣିଷ ତା ଜୀବନରେ ଯାହାକିଛି ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ସେ ବିଷୟରେ ତାକୁ ଶିକ୍ଷା ଗ୍ରହଣ କରିବା ପାଇଁ ପଡିବ। ଗୋଟିଏ ସୁନ୍ଦର କଥା ଅଛି ଯେ ମଣିଷ ପାଖରେ ଦୁଇଟି ଉପାୟ ଥାଏ ସଫଳତା ପାଇବା ଖୁସୀ ଆନନ୍ଦ ଏହି ସମସ୍ତ ଜିନିଷ ପ୍ରାପ୍ତ କରିବା ଆଉ ତା ଜୀବନକୁ ସୁଦୃଢ କରି ଗଢି ତୋଳିବା। ତା ପାଖରେ ଦୁଇଟି ଉପାୟ ଥାଏ ପ୍ରଥମଟି ଭୁଲ୍ କଲେ ସେଥିରୁ କିଛି ଶିଖ କିନ୍ତୁ ଆମ ପାଖରେ ଏତେ ସମୟ ନାହିଁ ଯେ ଆମେ ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍ କରିବା ସେଥିରୁ ଶିଖିବା ଯଦି ଏହି ସମସ୍ତ ଜିନିଷ ଆମେ କରନ୍ତି |

ଆମ ଜୀବନର ଅଧାରୁ ଅଧିକ ସମୟ ଏଥିରେ ନଷ୍ଟ ହୋଇଯିବ ଆଉ ଦ୍ୱିତୀୟ ଗୁରୁତ୍ଵପୂର୍ଣ୍ଣ ଅଂଶଟି ହେଉଛି ଯେଉଁ ଜିନିଷରେ ଆପଣ ସଫଳ ହେବାପାଇଁ ଚାହୁଁଛନ୍ତି ସେ ଖୁଡି ହେଉ, ଆନନ୍ଦ ହେଉ, କାର୍ଯ୍ୟ ହେଉ ସେ ସମସ୍ତ ଜିନିଷ ସେ ଲୋକ ପାଖରୁ ଶିଖନ୍ତୁ ଯେଉଁ ଲୋକ ସେ ଦିଗରେ ନିପୂଣ ଅର୍ଥ ସଫଳତାର ଜ୍ଞାନ ସଫଳ ବ୍ୟକ୍ତି ପାଖରେ ଶିଖନ୍ତୁ। ଆଜି ଆସନ୍ତୁ ଜଣେ ସଫଳ ବ୍ୟକ୍ତି ଚାଣକ୍ୟ ତାଙ୍କ ଜୀବନର ୫ଟି ଅମୂଲ୍ୟ ଶିକ୍ଷା ଜାଣିବା। ଚାଣକ୍ୟ ଜଣେ ଜ୍ଞାନୀ ବ୍ୟକ୍ତି ଥିଲେ ତାଙ୍କୁ ଅର୍ଥ ଶାସ୍ତ୍ର ହେଉ କିମ୍ବା ଶସ୍ତ୍ର ଶାସ୍ତ୍ର ହେଉ ରାଜନୀତି ହେଉ କିମ୍ବା କୂଟନୀତି ହେଉ ସେ ସମସ୍ତ ଜିନିଷରେ ପାରଙ୍ଗମ ଥିଲେ। ସେ ଜଣେ ଏମିତି ବ୍ୟକ୍ତି ଥିଲେ ସେ ସମୁଦ୍ର ଶାସ୍ତ୍ରରେ ପାରଙ୍ଗମ ଥିଲେ। ତେବେ ସେ ଆମକୁ କେଉଁ ୫ଟି ଶିକ୍ଷା ଆମକୁ ଦେଇ ଯାଇଛନ୍ତି ତାକୁ ଆମେ ଆସନ୍ତୁ ଜାଣିବା।

ପ୍ରଥମ ଶିକ୍ଷା: ଦିନେ ଚାଣକ୍ୟ ଯାଇ ପହଞ୍ଚିଲେ ଧନାନନ୍ଦଙ୍କ ସାମ୍ରାଜ୍ୟରେ ସେତେବେଳେ ଧନାନନ୍ଦ ଖରାପ ରାଜା ହିସାବରେ ପ୍ରଖ୍ୟାତ ଥାଆନ୍ତି। ଧନାନନ୍ଦ କେବେବି ପ୍ରଜାଙ୍କ ଜୀବନରେ କଣ ଘଟୁଛି ତାଙ୍କର ଉନ୍ନତି ହେଲା କି ଅବନତି ହେଲା ସେ କେବେବି ବିଚାର କରୁନଥିଲେ, ଏସମସ୍ତ ଜିନିଷ ଚାଣକ୍ୟଙ୍କୁ ବୋହୁତ ଖରାପ ଲାଗିଲା ସେ ଯାଇ ଧନାନନ୍ଦ ଯେତେବେଳେ ସଭା ମଧ୍ୟରେ ଉପସ୍ଥିତ ଥିଲେ ତାଙ୍କୁ ଏକଥା କହିଲେ ଧନାନନ୍ଦ ତୁମେ ପ୍ରଜାମାନଙ୍କ ଠାରୁ ଅର୍ଥ ଆଣୁଛ ଏ ସମସ୍ତ ଅର୍ଥର ତାଙ୍କର କାର୍ଯ୍ୟରେ ତାଙ୍କର ହିତରେ ଲାଗିବା କଥା କିନ୍ତୁ ତମେ ତ ତମର ଖରାପ ଅଭ୍ୟାସରେ ଏସବୁ ଧାନକୁ ଖର୍ଚ୍ଚ କରୁଛ ତୁମେ ରାଜ କାର୍ଯ୍ୟ ଭୁଲି ଯାଇଛ ତୁମେ ପୁଣିଥରେ ରାଜ କାର୍ଯ୍ୟକୁ ମନେ ପକାଅ।

ସେ ଯେତେବେଳେ ଏହି କଥା ଧନାନନ୍ଦଙ୍କୁ କହିଲେ ଧନାନନ୍ଦ ସେତେବେଳେ ନିଶାସକ୍ତ ଥିଲା ସେତେବେଳେ ସେ କିଛି ଶୁଣିଲା ନାହିଁ। ପୁନର୍ବାର କେତେବେଳେ କହିଲେ ସେତେବେଳେ ସେ ରାଜା ଉଠି ଚାଣକ୍ୟଙ୍କୁ ଗୋଟିଏ ଧକ୍କା ମାରିଥିଲା ଆଉ ଚାଣକ୍ୟ ସଂପୂର୍ଣ୍ଣ ବିରାଟ ସଭା ମଧ୍ୟରେ ପଡ଼ି ଯାଇଥିଲେ। ସେଠି ବିଭିନ୍ନ ପ୍ରକାର ଚାଟୁ ବ୍ୟକ୍ତି ଥିଲେ ସମସ୍ତେ ହସିଥିଲେ କାରଣ ଗୋଟିଏ ଖରାପ ରାଜା ପାଖରେ ଭଲ ପ୍ରଜା କେଉଁଠୁ ଆସିବେ। ଯେତେବେଳେ ସମସ୍ତେ ହସିଲେ ସମସ୍ତେ ଯେତେବେଳେ ତାଙ୍କୁ ଦେଖି ତାଳି ମାରିଲେ ଚାଣକ୍ୟଙ୍କୁ ବୋହୁତ ଖରାପ ଲାଗିଲା। ସେହି ସମୟରେ ତାଙ୍କର ଧକ୍କା ଖାଇ ଯେତେବେଳେ ଚୁଟି ଖୋଲି ଯାଇଥିଲା ସେହି ଚୁଟିକୁ ଧରି ସେ ପ୍ରତିଜ୍ଞା କରିଥିଲେ ମୁଁ ଏ ଶିଖାକୁ ସେତେବେଳ ଯାଏଁ ବାନ୍ଧିବି ନାହିଁ ଯେତେବେଳ ଯାଏଁ ମୁଁ ଏ ଧନାନନ୍ଦଙ୍କୁ ସଂପୂର୍ଣ୍ଣ ରୂପେ ଧ୍ୱଂସ ନକରିଛି।

ଏହି ଘଟଣାଟିରୁ ସେ ଆମକୁ ଗୋଟିଏ ଗୁରୁତ୍ବପୁର୍ଣ ଶିକ୍ଷା ଦେଇଥିଲେ ସେହି ଶିକ୍ଷା ଟି ହେଉଛି ନିଜ ରାଗକୁ ନିଜ ଅପମାନକୁ ସଂକଳ୍ପରେ ପରିଣତ କର। ଆମ ଜୀବନରେ ବୋହୁତ ସମୟ ଏହି ଘଟଣା ଘଟିଥାଏ ଆମକୁ କେହି ଅପମାନିତ କରିଥାନ୍ତି ଆମେ ସେତେବେଳେ କେବଳ ରାଗନ୍ତି ତାର ପ୍ରତିଶୋଧ ନେବା ପାଇଁ ଆମେ ତାର ପ୍ରତିକ୍ରିୟା ଦିଅନ୍ତି ଏବଂ ପ୍ରତିକ୍ରିୟା ଦେବା ଦ୍ଵାରା ଆମେ ଆହୁରି ଲଜ୍ଜିତ ହୁଅନ୍ତି କିନ୍ତୁ ସର୍ବଶ୍ରେଷ୍ଠ ଉପାୟ ହେଉଛି ଆମର ରାଗକୁ ସଂକଳ୍ପରେ ପରିଣତ କରିବା ଉଚିତ୍। ସେହି ଅପମାନକୁ ସଂକଳ୍ପରେ ପରିଣତ କରି ନିଜକୁ ଏକ ସଫଳ ବ୍ୟକ୍ତିରେ ପରିଣତ କରିବା ଉଚିତ୍।

ଦ୍ୱିତୀୟ ଶିକ୍ଷା: ଚାଣକ୍ୟ ଯେତେବେଳେ ଠିକ୍ କଲେ ଚନ୍ଦ୍ରଗୁପ୍ତ ମୋରିୟଙ୍କୁ ନେଇ ଧନାନନ୍ଦଙ୍କୁ ପରାସ୍ତ କରିବେ ବୋଲି କିଛିଦିନ ପରେ ଯେତେବେଳେ ସଂପୂର୍ଣ୍ଣ ଭାବରେ ଚନ୍ଦ୍ରଗୁପ୍ତ ମୋରିୟ ଶିକ୍ଷିତ ହୋଇଗଲା ସେତେବେଳେ ସେ ୫ ହଜାର ହାତୀ ଘୋଡାକୁ ନେଇ ଧନାନନ୍ଦଙ୍କ ଉପରେ ଆକ୍ରମଣ କରିବା ପାଇଁ ଠିକ୍ କଲେ ଏବଂ ଆକ୍ରମଣ ମଧ୍ୟ କଲେ କିନ୍ତୁ ଧନାନନ୍ଦ ମାତ୍ର ୧୨ ଘଣ୍ଟା ଭିତରେ ଚାଣକ୍ୟଙ୍କୁ ଏବଂ ଚନ୍ଦ୍ରଗୁପ୍ତ ମୋରିୟଙ୍କୁ ପରାସ୍ତ କଲା।

ଦୁଇଜଣ ଯାକ ଜୀବନ ବଞ୍ଚାଇ ଆସି ପହଞ୍ଚିଲେ ଗୋଟିଏ ଜଙ୍ଗଲରେ ଲୁଚିଥାନ୍ତି ଗୋଟିଏ ଛୋଟ କୁଡିଆ ପଛରେ ଆଉ ଏହି କୁଡିଆରେ ଗୋଟିଏ ମା ତା ପିଲାକୁ ଖାଦ୍ୟ ତିଆରି କରି ଦେଉଥାଏ ଆଉ ଯେତେବେଳେ ଖିଚିଡି କରି ନେଇ ପହଞ୍ଚିଲା କୁନି ପିଲାଟି ତାକୁ ଥଣ୍ଡା କରି ଖାଇବା ପରିବର୍ତ୍ତେ ତା ମଝିରେ ହାତ ପୁରାଇ ଖାଇଲେ ହାତଟି ଜଳିଗଲା, ମା ସେତେବେଳେ କହିଲେ ଆରେ ତୁ କଣ ଚାଣକ୍ୟ ଭଳି ମୂର୍ଖ ହେଇଛି ନା କଣ କଡ଼ ନଖାଇ ସିଧା ମଝିରେ ହାତ ପୁରାଇ ଦେଉଛୁ।

ଚାଣକ୍ୟ ଏକଥା ଶୁଣିକେ ଆଉ ଆଶ୍ଚର୍ଯ୍ୟ ହେଲେ କହିଲେ ମତେ ଏଠି ଲୋକମାନେ ମୂର୍ଖ ବୋଲି କହୁଛନ୍ତି ସେହି ସେହି କୁଡିଆ ଭିତରେ ପ୍ରବେଶ କଲେ ଆଉ କହିଲେ ମତେ ତୁମେ ମତେ ମୂର୍ଖ ବୋଲି କହୁଛ। ମା ସେତେବେଳେ କହିଲେ ଆରେ ଚାଣକ୍ୟ ତୁମେ ହୁଏତ ଶାସ୍ତ୍ର ପଢ଼ିଛ କିନ୍ତୁ ତୁମର ସାଧାରଣ ଜ୍ଞାନ ନାହିଁ। ସାଧାରଣ ଜ୍ଞାନ ହେଉଛି ତୁମର ଅଳ୍ପ ଶକ୍ତି ତୁମେ ଶତ୍ରୁକୁ ଯେତେବେଳେ ପରାସ୍ତ କରିବା ପାଇଁ ଯାଉଛ ଶତ୍ରୁର ଶକ୍ତିକୁ ଆକଳନ କରିବା ଉଚିତ୍ ତୁମେ ସେ ଜିନିଷ କରିନା ଆଉ ଶତ୍ରୁକୁ ସବୁବେଳେ କଡ଼ରୁ ଆହତ କରାଯାଏ ମଧ୍ୟ ଭାଗରେ ଯାଇ ଯୁଦ୍ଧ କରାଯାଏ ନାହିଁ। ସେତେବେଳେ ଚାଣକ୍ୟଙ୍କର ଆଖି ଖୋଲି ଗଲା ଏବଂ ସେ ସ୍ତ୍ରଲୋକକୁ ନମସ୍କାର କଲେ କହିଲେ ମା ତୁମେ ମତେ ଆଜି ଗୋଟିଏ ଅମୂଲ୍ୟ ଶିକ୍ଷା ଦେଲ ଆଉ ଏହି ଅମୂଲ୍ୟ ଶିକ୍ଷାଟି ଆମମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ସବୁବେଳେ କାହା ସହିତ ଲଢ଼ିବା ପୂର୍ବରୁ ନିଜର ଶକ୍ତିକୁ ଆକଳନ କରିବା ଉଚିତ୍।

ତୃତୀୟ ଶିକ୍ଷା: ତୃତୀୟ ଅମୂଲ୍ୟ ଶିକ୍ଷାଟି ଚାଣକ୍ୟ କହିଛନ୍ତି ଖରାପ ଚରିତ୍ର ଦୃଷ୍ଟ ବ୍ୟକ୍ତି ଠାରୁ ଦୂରେଇ ରହିବା ଉଚିତ୍ ବରଂ ସର୍ପ ସହିତ ଆପଣ ବାସ କରିପାରନ୍ତି କିନ୍ତୁ ଖରାପ, କୃର ଏବଂ ମତଲବି ଲୋକଠାରୁ ସବୁବେଳେ ଦୂରେଇ ରୁହନ୍ତୁ ଏମାନେ ସର୍ପ ଠାରୁ ମଧ୍ୟ ବେଶୀ କ୍ଷତିକାରକ କାରଣ ଯଦି ସର୍ପ ଆପଣଙ୍କ ସାଙ୍ଗରେ ରହୁଛି ସେ କେତେବେଳେ କେମିତି ହୁଏତ ଆଘାତ କରିପାରେ ଆଉ ଯଦି ସେ ଆଘାତ କରେ ଆପଣ ବୈଦ୍ୟ ପାଖରେ ଯାଇ ନିଜର ଚିକିତ୍ସା କରି ସୁସ୍ଥ ହୋଇ ପାରନ୍ତି କିନ୍ତୁ ଯଦି ଦୁର୍ଜନ ବ୍ୟକ୍ତି ପାଖରେ ରହୁଛନ୍ତି ସେ ଆପଣଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଆଘାତ କରିବ ଆଉ ସେହି ଆଘାତର କୌଣସି ଉପଚାର ନାହିଁ। ତେଣୁ ଦୁର୍ଜନ ବ୍ୟକ୍ତି ଠାରୁ ସବୁବେଳେ ଦୂରେଇ ରୁହନ୍ତୁ।

ଚତୁର୍ଥ ଶିକ୍ଷା: ଚାଣକ୍ୟ କୁହନ୍ତି ମଣିଷର ମାନସିକ ଶକ୍ତି ହେଉଛି ସବୁଠାରୁ ବଡ଼ ଶକ୍ତି। ଶାରୀରିକ ଶକ୍ତି ଅପେକ୍ଷା ମାନସିକ ଶକ୍ତି ହେଉଛି ଅଧିକ ବଳବତ୍ତର। ତେଣୁ ଯଦି କୌଣସି ଦିଗରେ ସଫଳ ହେବାପାଇଁ ଚାହୁଁଛନ୍ତି ତେବେ ମାନସିକ ହିସାବରେ ମଜବୁତ୍ ହୁଅନ୍ତୁ, ସେମିତି ଜିନିଷ ଶୁଣନ୍ତୁ ସେମିତି କର୍ମ କରନ୍ତୁ ଯାହାକି ଆପଣଙ୍କ ମାନସିକ ଶକ୍ତିକୁ ବର୍ଦ୍ଧିତ କରିବ। ଚାଣକ୍ୟ ଜଣେ ସାଧାରଣ ବ୍ରାହ୍ମଣ ଥିଲେ ତାଙ୍କ ପାଖରେ କିଛିବି ନଥିଲା କିନ୍ତୁ ତାଙ୍କର ମାନସିକ ଶକ୍ତି ଏତେ ଦୃଢ଼ ଥିଲା ସେ ନନ୍ଦ ରଜାକୁ ନନ୍ଦ ସାମ୍ରାଜ୍ୟକୁ ହାଜର ହଜାର ଲକ୍ଷ ଲକ୍ଷ ସୈନ୍ୟବାହିନୀକୁ ଜଣେ ଯୁବକ ଚନ୍ଦ୍ରଗୁପ୍ତ ମୋରିୟଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ରୂପେ ପରାସ୍ତ କରିଦେଇ ପାରିଥିଲେ ଏହାର ଅର୍ଥ ହେଉଛି ଆମେ ଯଦି ମାନସିକ ହିସାବରେ ସୁଦୃଢ ରୁହନ୍ତି କୌଣସି ସଂକଳ୍ପ ନିଅନ୍ତି ତେବେ ଆମର ଯେତେବି ଦୁର୍ବଳତା ଥାଉ ଆମେ ବିରାଟ ବିରାଟ କର୍ମ କରି ପାରିବା।

ପଞ୍ଚମ ଶିକ୍ଷା: ଶିକ୍ଷା ସୁଖ ସବୁବେଳେ ବିପରୀତ ଦିଗରେ ରହିବା ଉଚିତ୍ ଅର୍ଥ ଯଦି ଆପଣ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ସୁଖକୁ ପ୍ରାଧାନ୍ୟ ଦିଅନ୍ତୁ ନାହିଁ। ଜୀବନରେ ଯଦି ବଢିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଶିଖିବାକୁ ପଡ଼ିବ ଏବଂ ଜୀବନରେ ବେଶୀ ଅଧିକ ସୁଖକୁ ଚାହାଁନ୍ତୁ ନାହିଁ କାରଣ ଯଦି ସବୁବେଳେ ଆପଣ ସୁଖକୁ ଚାହିଁବେ ଆପଣ ଅଜଣାତରେ ଏହି ସୁଖ ମଧ୍ୟରେ ଆବଦ୍ଧ ହୋଇଯିବେ ଆପଣଙ୍କ ଦେହ ସବୁବେଳେ ଆରାମ ଖୋଜିବେ ଏବଂ ଶିକ୍ଷା ଠାରୁ ଆପଣ ଦୂରେଇବାକୁ ଚାହିଁବେ ଯାହାଦ୍ଵାରା ଆପଣଙ୍କ ସଫଳତାରେ ଏକ ବିରାଟ ବାଧା ସୃଷ୍ଟି ହେବ। ଶିକ୍ଷା ହିଁ ଜୀବନର ଯଦି ଶିକ୍ଷା ଶିଖିବା ପାଇଁ ଆଗ୍ରହ ନକରିବେ ତେବେ ଆପଣଙ୍କ ଜୀବନରେ ସଫଳତା ଆସିବ ନାହିଁ ତେଣୁ ସବୁବେଳେ ଶିକ୍ଷା ଉପରେ ପ୍ରାଧାନ୍ୟ ଦିଅ ସୁଖ ଉପରେ ନୁହେଁ।