ଏ ହେଉଛି ଆମ ଦେଶର ସିଷ୍ଟମ.. ଆଜି ଚା ବିକିକି ନିଜ ପେଟ ପୋଷୁଛନ୍ତି ଦେଶର ନାଁ ଉଜ୍ଜଳ କରିଥିବା ଝିଅ …

ଦଶ ବର୍ଷ ପୂର୍ବ ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିବା ମହିଳା ଫୁଟବଲ ଖେଳାଳି ଆଜି ଆର୍ଥିକ ସମସ୍ୟା ରେ ପଡିଯାଇଛନ୍ତି I ଏପରି କି ସେ ଆଜି ରାସ୍ତା କଡ଼ ରେ ଚା ବିକିକି ଜୀବନ ଅତିବାହିତ କରୁଛନ୍ତି I 26 ବର୍ଷ ପୂର୍ବ ରେ କଳ୍ପନା ଦିନ କୁ ଦୁଇ ଥର 30 ପିଲା ଙ୍କୁ ଫୁଟବଲ ଟ୍ରେନିଂ ଦେଉଥିଲେ I ସେ ପୁଣି ଆଶା ରଖିଛନ୍ତି ଦେଶ ପାଁଇ ଖେଳିବାକୁ I

କଳ୍ପନା 2013 ରେ ଭାରତୀୟ ଫୁଟବଲ ସଙ୍ଘ ଦ୍ୱାରା ଆୟୋଜିତ ମହିଳା ଲିଗ ସମୟ ରେ ଆଘାତ ପାଇଥିଲେ I ଏବଂ ସେ ସୁସ୍ଥ ହେବାକୁ ପ୍ରାୟ 1 ବର୍ଷ ଲାଗିଥିଲା I କେହି ବି ତାଙ୍କୁ କୌଣସି ଆର୍ଥିକ ସହାୟତା କରି ନ ଥିଲେ I ତାଙ୍କ ପିତା ଚା ବ୍ୟବସାୟ କରନ୍ତି I କିନ୍ତୁ ତାଙ୍କ ପିତା ଙ୍କ ର ବୟସ ବଢିବା ପରେ ଆଉ ସେ କୌଣସି କାର୍ଯ୍ୟ କରି ପାରୁ ନାହାନ୍ତି I ତାଙ୍କ କହିବା ଅନୁସାରେ ସିନିୟର ଫୁଟବଲ ଦଳ ରୁ ଟ୍ରାଇଲ ପାଁଇ ତାଙ୍କୁ ଡକାଯାଇଥିଲା କିନ୍ତୁ ଆର୍ଥିକ ସ୍ତିତି କୁ ଦେଖିକି ସେ ଯାଇ ନ ଥିଲେ I ଏବଂ ଯଦି ସେ ଚାଲିଯିବେ ତ ପରିବାର କିଏ ଚଲେଇବ I

କଳ୍ପନା ପାଞ୍ଚ ଭଉଣୀ ରୁ ସବୁଠାରୁ ସାନ ଅଟନ୍ତି I ଚାରି ଭଉଣୀ ଙ୍କ ର ବିବାହ ହେଇଯାଇଛି I ଚାରି ବର୍ଷ ପୂର୍ବ ରେ ତାଙ୍କ ମା ଙ୍କ ର ଦେହାନ୍ତ ହେଇଯାଇଥିଲା I ପରିବାର ର ସମ୍ପୂର୍ଣ ଦାଇତ୍ୱ କଳ୍ପନା ଙ୍କ ଉପରେ ହିଁ ରହିଛି I ସେ ଅଣ୍ଡର 19 ଫୁଟବଲ ରେ 30 ପିଲାଙ୍କୁ ଟ୍ରେନିଂ ଦିଅନ୍ତି I ଏବଂ ସନ୍ଧ୍ୟା ଚାରିଟାରେ ଦୋକାନ ବନ୍ଦ କରିକି ପିଲା ଙ୍କୁ ଟ୍ରେନିଂ ଦେବାକୁ ଯାଇଥାନ୍ତି I

ଏବଂ ତାଙ୍କ କହିବା ଅନୁସାରେ ସେହି ପୁଅ ଙ୍କ ର କ୍ଲବ ତାଙ୍କୁ ଏହି ଟ୍ରେନିଂ ପାଁଇ 3000 ଟଙ୍କା ଦରମା ଦେଇଥାନ୍ତି I କଳ୍ପନା ଙ୍କ କହିବା ଅନୁସାରେ ସେ ସିନିୟର ସ୍ତର ରେ ଖେଳିବାକୁ ସମ୍ପୂର୍ଣ ଫିଟ ଅଛନ୍ତି I କିନ୍ତୁ ସେ ଆର୍ଥିକ ସମସ୍ୟା ରେ ଥିବା ରୁ ଯଦି ସରକାର ଙ୍କ ତରଫରୁ ଏକ ଭଲ ଚାକିରୀ ମିଳନ୍ତା ତେବେ ସେ ନିଜ ପରିବାର ର ଭରଣ ପୋଷଣ ଠିକ ରେ କରିପାରନ୍ତେ I