ଆଜିର ରାଶିଫଳ; ୧୦ ଜୁଲାଇ ୨୦୨୦ ଶୁକ୍ରବାର : କେମିତି କଟିବ ଆଜିର ଦିନ

ମେଷ

ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ ।

ବୃଷ

ଆଜି ଆପଣ ନିଜ ଜୀବନ ବିଷୟରେ ଗମ୍ଭୀର ହୋଇଯିବେ । ଆପଣ ସବୁବେଳେ ନିଜକୁ ଅଡ଼ୁଆ ପରିସ୍ଥିତିରେ ଦେଖୁଛନ୍ତି, କିନ୍ତୁ ଆପଣ ଜାଣିପାରୁନାହାନ୍ତି ଆପଣ ଜୀବନରେ କଣ କରିବାକୁ ଚ଼ାହାନ୍ତି ।|

ମିଥୁନ

ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ ।|

କର୍କଟ

ଆଜି ଆପଣ ବହୁତ ବଡ଼ ସ୍ୱପ୍ନ ଦେଖିବେ ,ଆପଣଙ୍କ ଜୀବନରେ କଣ କରିବାକୁ ହେବ । ଆଜି ଆପଣ ଜୀବନେର ଥିବା ସବୁ କାର୍ଯ୍ୟର ତାଲିକା ପ୍ରସ୍ତୁତ କରନ୍ତୁ । ଏହି ଦିଗରେ କରାଯାଇଥିବା ପ୍ରୟାସ ବହୁତ ଲାଭ ଦାୟକ ହେବ ।|

ସିଂହ

ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ ।ଏହି କାମ ଚ଼େସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ ।|

କନ୍ୟା

ଧ୍ୟାନ ରଖନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ । ଏହି କାମ ନିଜେ କରନ୍ତୁ ,ଅନ୍ୟଥା ପରିଣାମ ନିରାଶରେ ପରିଣତ ହେବ ।|

ତୁଳା

ଆଜି ଆପଣ ଆଶ୍ଚର୍ଯ୍ୟ ହେବେ ,ବହୁଦିନର ସମସ୍ୟାର ସମାଧାନ ଆପଣ କରିଦେଲେ ଯାହା ଆପଣ ବହୁ ଦିନରୁ କରିପାରୁ ନଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନ ମାନଙ୍କ ମଧ୍ୟରେ ଚ଼ାଲିଥିଲା ।|

ଧନୁ

ଆଜି ଆପଣଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇଯିବ । ଏହି ସମସ୍ୟା ବହୁଦିନ ପର୍ଯ୍ୟନ୍ତ ଲାଗି ରହିବାର କାରଣ ଏହି ସମସ୍ୟା ସହିତ ଜଡ଼ିତ ବ୍ୟକ୍ତି ମାନଙ୍କର ଚ଼ିନ୍ତା ଧାରାରେ ଏକତା ନ ରହିବା, ଯାହା ହେଉ ଆପଣ ମଜ୍ଜା କରିପାରନ୍ତି ।|

ବିଛା

ଆଜି ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚ଼ାଲନ୍ତୁ । ଘର କଥା ହେଉ ଅଥବା ବନ୍ଧୁଙ୍କ ବିଷୟରେ ,ଏବିଷୟରେ ଆପଣ ନିଷ୍ପତ୍ତି ନେବା ଉଚ଼ିତ୍ ହେବ । ଏଥିପାଇଁ ଆପଣ ନିଷ୍ପତ୍ତି ନେବା ପାଇଁ ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ ।|

ମକର

ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ ।|

ମୀନ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।