ଆଜିର ରାଶିଫଳ; 18 ସେପ୍ଟେମ୍ବର 2020 ଶୁକ୍ରବାର : କେମିତି କଟିବ ଆଜିର ଦିନ

ମେଷ

କିଛି ସମୟରୁ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଝଗଡା ସୃଷ୍ଟି ହେଉଛି । କିନ୍ତୁ ଆଜି ଆପଣ ଏହି ଝଗଡାକୁ ସମାପ୍ତ କରି ହିଁ ଦିଅନ୍ତୁ । ଆଜି ଆପଣ ନିଜର ଚେଷ୍ଟାରେ ଏହି କାର୍ଯ୍ୟଟି କରି ହିଁ ନିଅନ୍ତୁ ।

ବୃଷ

ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ ।|

ମିଥୁନ

ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଜୀବନରେ ପ୍ରତିକ୍ଷଣରେ ଆମକୁ କିଛି ନୂଆ କଥା ଶିଖିବାକୁ ପଡ଼ିଥାଏ ।ତେଣୁ ସବୁ ପରିସ୍ଥିତିରୁ ଆମେ କିଛି ନା କିଛି ଶିଖିବା ଉଚ଼ିତ୍ । ଏମିତିବି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ କରିବା ବହୁତ ପସନ୍ଦ ।|

କର୍କଟ

ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ କେବଳ ଆପଣଙ୍କ ମାନସିକ ଯୋଗ୍ୟତା ନୁହେଁ ଆପଣଙ୍କ ବ୍ୟବସାୟିକ ଦିଗରେ ମଧ୍ୟ ବହୁତ ଲାଭଦାୟକ ହେବ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ବ୍ୟସ୍ତ କରେଇଦେବ ।|

ସିଂହ

ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।|

କନ୍ଯା

astroyogi.com (ଅସ୍ତ୍ରୟୋଗୀ) ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ ।|

ତୁଳା

ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ|

ବିଛା

ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।|

ଧନୁ

ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଆପଣଙ୍କ ଯୋଗ୍ୟତା ଓ ଜ୍ଞାନ ବଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଓ ତା ସଙ୍ଗେ ଆପଣଙ୍କୁ ଲାଭ ମଧ୍ୟ ମିଳିବ ।|

ମକର

ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ ।ଏହା ଠାରୁ ଭଲ ରାସ୍ତା ଆପଣଙ୍କ ପାଖରେ ନାହିଁ ।|

କୁମ୍ଭ

ଆଜିର ଦିନ ନିଜର ପରିଜନ ଏବଂ ପ୍ରିୟଜନ ମାନଙ୍କ ସହିତ ବିତାଇବାର ଶୁଭ ଦିନ ଅଟେ । ଆଜି ଆପଣ ଏମିତି ପ୍ରିୟଜନ ମାନଙ୍କ ସହିତ କଟେଇବେ ଯେଉଁ ମାନଙ୍କ ସହିତ ଆପଣ ବହୁତ ଦିନରୁ ଦେଖାକରି ପାରିନାହାନ୍ତି ।|

ମୀନ

ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ ।|