ଆଜିର ରାଶିଫଳ; 25 ଜୁଲାଇ 2020 ଶନିବାର : କେମିତି କଟିବ ଆଜିର ଦିନ

ମେଷ
ଛାତ୍ରମାନେ ଯଦି ଖେଳ କୁଦ କରିବାକୁ କିମ୍ବା ସିନେମା ଦେଖିବାକୁ ଚାହୁଁଛନ୍ତି ,ଏସମୟକୁ ଉପଯୁକ୍ତ ବ୍ୟବହାର କରନ୍ତୁ । ଆପଣ ମାନସିକ କ୍ଳାନ୍ତି ଭୋଗକରି ପାରନ୍ତି କିନ୍ତୁ ଅଧ୍ୟୟନକୁ ଅବହେଳା କରନ୍ତୁ ନାହିଁ ।|

ବୃଷ
ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ ।|

ମିଥୁନ

ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଗିତ ବଜାନ୍ତୁ ଓ ବନ୍ଧୁମାନଙ୍କ ସହ ଖୁସି ମଜ୍ଜା କରନ୍ତୁ ।|

କର୍କଟ

ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ ।|

ସିଂହ

ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି ।|

କନ୍ୟା

ଆଜି ଆପଣଙ୍କୁ ଲାଗିବ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ ।|

ତୁଳା

ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।|

ବିଛା

ଆଜି ଆପଣଙ୍କ ଘରେ ସୁଖ ଶାନ୍ତିର ବାତାବରଣ ହୋଇପାରିଛି ।ନିଜ ପରିବାର ସାଂଗରେ କଟାଉଥିବା ସମୟର ପରିପୂର୍ଣ୍ଣ ଆନନ୍ଦ ନିଅ । ଆପଣ ବିଦେଶୀ କଥା ହେବେ ଏବଂ ପରସ୍ପର ଭିତରେ ମଜା କରିବେ ।ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ ।|

ଧନୁ

ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ ।|

ମକର

ଆଜି ଆପଣଙ୍କର ହିଁ ଦିନ ,କାରଣ ସମସ୍ତଙ୍କର ଆଖି ଆଜି ଆପଣଙ୍କର ସଫଳତା ଏବଂ ଯୋଗ୍ୟତା ପାଇଁ ଆପଣଙ୍କୁ ନୂଆ ପରିଚ଼ୟ ମିଳିବ । ଆଜି ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ ।ଏହି ଅବସରର ପୁରା ଲାଭ ଉଠାନ୍ତୁ ।|

କୁମ୍ଭ

ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି ।|

ମୀନ

ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ ।|