ଆଜିର ରାଶିଫଳ; 01 ଜୁଲାଇ 2020 ବୁଧୁବାର : କେମିତି କଟିବ ଆଜିର ଦିନ

ମେଷ

ନିକଟରେ ହୋଇଥିବା ସମସ୍ୟା ବଢ଼ୁଥିବା ଯୋଗୁଁ ଏବେ ଆପଣ ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ସହିତ ସମୟ କଟାଇଲେ ତାହା ଦୂର ହୋଇଯିବ । ମାନସିକ ଶାନ୍ତି ପାଇଁ ଆଜି ଆପଣ ବାହାରକୁ ଯାଇ ପାରନ୍ତି ।

ବୃଷ

ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ ।

ମିଥୁନ

ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି।

କର୍କଟ

ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ। ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

ସିଂହ

ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ ।

କନ୍ୟା

ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ତୁଳା

ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।

ବିଛା

ଆଜି ଆପଣଙ୍କର ଦିନ ଶାନ୍ତିରେ କଟିବ । ଦୁନିଆର ଅଶାନ୍ତି ବାତାବରଣ ଆପଣଙ୍କୁ ବ୍ୟସ୍ତ କରିପାରିବ ନାହିଁ । ଆଜି ଆପଣ ନିଜ ମସ୍ତିଷ୍କକୁ କିଛି ସମୟ ବିଶ୍ରାମ ଦେଲେ ଭଲ ହେବ ।

ଧନୁ

ଆଜିର ଦିନ ଟି ଆପଣଙ୍କର ଜୋସ୍ ରେ ଭରା ରହିବ । ଆଜି ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ ଦିନର ଦିନଚ଼ର୍ଯ୍ୟାରୁ ମୁକ୍ତି ମିଳିବ । ଏବଂ ଆପଣ ନିଜକୁ ସତେଜ ଅନୁଭବ କରିବେ ।

ମକର

ଆଜି ଆପଣଙ୍କୁ ବୋଧହୁଏ ନିଜ ପରିବାର କିମ୍ବା ବ୍ୟବସାୟୀକ କ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ ।

କୁମ୍ଭ

ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ ।ବହୁତ ମଜା କରନ୍ତୁ ଆଜି ଆପଣଙ୍କର ଭାବନା ସ୍ଥିର ରହିବ ଏବଂ ଆପଣ ବହୁତ ଆନନ୍ଦ ଅନୁଭବ କରିବେ । ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ଅଛି ,ତେଣୁ ଏହି ସମୟର ସଦୁପଯୋଗ କରନ୍ତୁ ।

ମୀନ

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ ।