ମେଷ
ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
ବୃଷ
ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ ।
ମିଥୁନ
ଆଜି କେହି ଜଣେ ଗୁରୁଜନ ଆପଣଙ୍କୁ ଉପଦେଶ ଦେବେ ଯାହାକି ଆପଣଙ୍କ ଜୀବନରେ ବହୁତ କାମ ଆସିବ । ଯଦିଓ ଆପଣ କାହାରି ଉପଦେଶ ଖୋଜୁ ନଥିଲେ ତଥାପି ଆପଣଙ୍କୁ ଲାଭ ଜନକ ଉପଦେଶ ମିଳିଯିବ ।
କର୍କଟ
ଆଜି ଆପଣ ସେମାନଙ୍କ ସହିତ ସମୟ କଟାନ୍ତୁ । ଯେଉଁମାନଙ୍କ ସହିତ ସମୟ କଟାଇବାପାଇଁ ବହୁତ ଦିନରୁ ଅପେକ୍ଷାରତ ,ନିଜ ବନ୍ଧୁମାନଙ୍କୁ ଦେଖାକରନ୍ତୁ କିମ୍ବା ନିଜ ପରିବାରର ଲୋକ ମାନଙ୍କ ସହିତ ସମୟ କଟାନ୍ତୁ ।
ସିଂହ
ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ ।ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ ।
କନ୍ଯା
ଆଜି ଆପଣ କୌଣସି ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି ।
ତୁଳା
ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
ବିଛା
ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ
ବହୁଦିନ ଧରି ଥିବା ସମସ୍ୟାର ସମାଧାନ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।
ମକର
ଆଜି ଆପଣ ସାରାଦିନ ସାଙ୍ଗମାନଙ୍କ ସହିତ କଟାଇବେ ଓ ବହୁତ ମଜା କରିବେ । ଏହି ସମୟରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବା ସହିତ ଆପଣଙ୍କର ନିକଟତର ଲୋକ ଆପଣଙ୍କ ଖୁସିର କାରଣ ହେବେ । ଆଜିର ଦିନ ଆପଣ ବହୁତ ମଜା କରନ୍ତୁ ।
କୁମ୍ଭ
ଆଜି ଆପଣଙ୍କୁ ଆପଣଙ୍କ ପରିବାରର ପୂରା ସହଯୋଗ ମିଳିବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।
ମୀନ
ଆଜି ବହୁତ ଖୁସିରେ ରହିବେ,କାରଣ ଆପଣଙ୍କ ସମସ୍ୟାର ସମାଧାନ ପାଇଛନ୍ତି ବହୁଦିନ ଧରି ଅନେକ ଅସୁବିଧାରେ ସମୁଖୀନ ହୋଇଆସୁଥିଲେ ।