ଆଜିର ରାଶିଫଳ; 17 ମଇଁ 2020 ରବିବାର : କେମିତି କଟିବ ଆଜିର ଦିନ

ମେଷ

ଧ୍ୟାନ ରଖନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ । ଏହି କାମ ନିଜେ କରନ୍ତୁ ,ଅନ୍ୟଥା ପରିଣାମ ନିରାଶରେ ପରିଣତ ହେବ ।|

ବୃଷ

ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ ।|

ମିଥୁନ

ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।|

କର୍କଟ

ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।|

ସିଂହ

ଆଜି ଆପଣଙ୍କ ଜୀବନରେ ଭ୍ରମ ସୃଷ୍ଟି ହୋଇପାରେ, ସାବଧାନ ରୁହନ୍ତୁ । ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ ଯେଉଁ ଥିରେ କି ଆପଣ ଆପଣଙ୍କର ସାଙ୍ଗ ମାନଙ୍କୁ କିଛି ଭୂଲ କଥା ନ କୁହନ୍ତୁ ।|

କନ୍ୟା

ଆଜି କାଲି ଅଧ୍ୟୟନସମୟ ଦୀର୍ଘ ହୋଇଥିବାରୁ ପିଲାମାନେ ପାଠପଢାପ୍ରତି ଏକ ବିରକ୍ତି ଭାବ ଆସିପାରେ କିନ୍ତୁ ଏସବୁମଧ୍ୟରେ ସମତୁଲତାର ସହ ସାମାଜିକ ଏବଂ ବୈଧିକ ଜୀବନକୁ ବିକାଶ କରନ୍ତୁ ଓ ଅନ୍ୟାନ୍ୟ ସବୁ ଉତ୍ତମ ହେବ ।|

ତୁଳା

ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।|

ବିଛା

ଆପଣଙ୍କ ଆଖପାଖରେ ଲୋକ ଆପଣଙ୍କ ମଧୁର ବ୍ୟବହାରକୁ ଦେଖି ଆଶ୍ଚର୍ଯ୍ୟ ହେବେ । ଆପଣ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯିବେ । ଆଜି ଆପଣ ଦେଖିବେ ଯେ ଜୀବନ ପ୍ରତି ଆପଣଙ୍କ ଭାବ ପୁରାପୁରି ବଦଳାଇ ଯାଇଛି ।|

ଧନୁ

ଆଜି ଆପଣ ନିଜର ମାର୍ଗ ଦର୍ଶନ ପାଇଁ ନିଜର ଆଧ୍ୟାତ୍ମିକତ୍ଜ୍ଞାନର ସାହାରା ନେବେ ।ବୋଧ ହୁଏ ଆପଣ କୌଣସି ଆଧ୍ୟାତ୍ମିକ ବ୍ୟକ୍ତିଙ୍କର ଉପଦେଶେ ନେଇପାରନ୍ତି । ଏହି ବ୍ୟକ୍ତିଙ୍କର ଉପଦେଶ ଉପରେ ଆପଣ ଭରଷା କରିପାରନ୍ତି ।|

ମକର

ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ ।|

କୁମ୍ଭ

ଆଜି ଆପଣ ସାରାଦିନ ସାଙ୍ଗମାନଙ୍କ ସହିତ କଟାଇବେ ଓ ବହୁତ ମଜା କରିବେ । ଏହି ସମୟରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବା ସହିତ ଆପଣଙ୍କର ନିକଟତର ଲୋକ ଆପଣଙ୍କ ଖୁସିର କାରଣ ହେବେ । ଆଜିର ଦିନ ଆପଣ ବହୁତ ମଜା କରନ୍ତୁ ।|

ମୀନ

ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ । ଆପଣ ନିଶ୍ଚୟ ସଫଳ ହେବେ । ଏହି ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗ ନିଅନ୍ତୁ ।|