ଆଜିର ରାଶିଫଳ; ୨୧ ଜୁନ ୨୦୨୦ ରବିବାର : କେମିତି କଟିବ ଆଜିର ଦିନ

ମେଷ

ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।|

ବୃଷ

ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।|

ମିଥୁନ

ଆଜି ଆପଣ ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚ଼େଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।|

କର୍କଟ

କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚ଼ିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ ।|

ସିଂହ

ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ ।|

କନ୍ୟା

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।|

ତୁଳା
ଧ୍ୟାନ ରଖନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ । ଏହି କାମ ନିଜେ କରନ୍ତୁ ,ଅନ୍ୟଥା ପରିଣାମ ନିରାଶରେ ପରିଣତ ହେବ ।|

ବିଛା
ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।|

ଧନୁ

ଆଜି ଆପଣ ବହୁତ ବଡ଼ ସ୍ୱପ୍ନ ଦେଖିବେ ,ଆପଣଙ୍କ ଜୀବନରେ କଣ କରିବାକୁ ହେବ । ଆଜି ଆପଣ ଜୀବନେର ଥିବା ସବୁ କାର୍ଯ୍ୟର ତାଲିକା ପ୍ରସ୍ତୁତ କରନ୍ତୁ । ଏହି ଦିଗରେ କରାଯାଇଥିବା ପ୍ରୟାସ ବହୁତ ଲାଭ ଦାୟକ ହେବ ।|

ମକର

ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।|

କୁମ୍ଭ

ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି ।|

ମୀନ

ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।|