ଆଜିର ରାଶିଫଳ; ୨୨ ଜୁନ ୨୦୨୦ ସୋମବାର : କେମିତି କଟିବ ଆଜିର ଦିନ

ମେଷ

ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।

ବୃଷ

ଆଜି ଆପଣ ନିଜକୁ ପ୍ରସ୍ତୁତ କରିବାର ଦିନ । ନିଜର ବିଲଗୁଡିକୁ ଅଲଗା କରନ୍ତୁ । ଆଲମୀରାଗୁଡ଼ିକୁ ସଫା କରନ୍ତୁ ଏବଂ ନିଜ ପାଇଁ ଗୋଟିଏ ବନେଟ୍ ନିର୍ଦ୍ଧାରଣ କରନ୍ତୁ ।

ମିଥୁନ

ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।

କର୍କଟ

ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ ।

ସିଂହ

ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ବିବାହ ସମାରୋହ କାରଣରୁ ହେବ ।

କନ୍ୟା

ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ ଘରର ଶାନ୍ତି ଭଙ୍ଗ ହବାକୁ ଦିଅନ୍ତୁ ନାହିଁ । ନିଜ କ୍ରୋଧକୁ ନିଜ ଭିତରେ ରଖିବା ହିଁ ମଙ୍ଗଳ ।ଏହି କଳହ ଦ୍ୱାରା ଆପଣ ଲାଭବାନ ହେବେ ନାହିଁ ବରଂ ଏହା ଆପଣଙ୍କର ଅଧିକ ଚ଼ିନ୍ତାର କାରଣ ହେବ ।

ତୁଳା

ଆଗକୁ ବଢ଼ନ୍ତୁ ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ମିଶି କିଛି ଭଲ କାର୍ଯ୍ୟ କରନ୍ତୁ । ଆଜି ଆପଣ ନିଜର ସମସ୍ତ କାର୍ଯ୍ୟକୁ ଗୋଟିଏ ପାଖରୁ ରଖି କେବଳ ମନୋରଞ୍ଜନ କରନ୍ତୁ କାରଣ ଜୀବନରେ ଏହା ମଧ୍ୟ ଜରୁରୀ ।

ବିଛା

ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ ।

ଧନୁ

ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ ।ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ ।ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ ।

ମକର

ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି ।

କୁମ୍ଭ

ଆଜି ଘରେ ବହୁତ କୋଳାହଳମୟ ପରିବେଶ ହେବ । ଘରେ ଏକା ସାଙ୍ଗରେ ବହୁତ କାର୍ଯ୍ୟ ହେବ । ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସି ପାରନ୍ତି । ଆପଣ ନିଜର ସବୁ ସମସ୍ୟାକୁ ଗୋଟିଏ ପଟେ ରଖି ନିଜ ସାଙ୍ଗ ସାଥିଙ୍କ ସହିତ ମଜ୍ଜା କରନ୍ତୁ ।

ମୀନ

ଆଜି ଆପଣ ନିଜ ବନ୍ଧୁମାନଙ୍କ ସହ ନାଚ ଗୀତରେ ବ୍ୟସ୍ତରହିବେ । ଆଜି ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଯାଇପାରନ୍ତି ।ଆପଣ ତାଙ୍କୁ ସ୍ୱାଗତ କରନ୍ତୁ । ସେମାନଙ୍କ ସହ ସାକ୍ଷାତ ପରେ ଆପଣଙ୍କ ମତାନ୍ତର ଶେଷ ହୋଇଯିବ ।