ଆଜିର ରାଶିଫଳ; 24 ମଇଁ 2020 ରବିବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।|

ବୃଷ

ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ ।|

ମିଥୁନ

ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।|

କର୍କଟ

ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି ।|

ସିଂହ

ଆଜି ଆପଣ ଘର ଏବଂ କାର୍ଯ୍ୟରେ ବୋଝ ଅନୁଭବ କରିବେ । ବହୁତ ଲୋକ ଆପଣଙ୍କୁ ଉପଦେଶ ମାଗିବେ । ଆପଣ ସାଧୁତା ଆବଲମ୍ବନ କରି ଉପଦେଶ ଦିଅନ୍ତୁ ଏବଂ ଯେଉଁ କାର୍ଯ୍ୟ କରୁଛନ୍ତି ତାର ପୁରା ଦାୟିତ୍ତ୍ୱ ନିଅନ୍ତୁ ।|

କନ୍ୟା

ଆଜି ଆପଣ ଶାନ୍ତି ପୂର୍ବକ ଘରେ କୌଣସି କଳିକୁ ସମାଧାନ କରିବାକୁ ଚେଷ୍ଟାକରିବେ । ଯଦି ଆପଣ ଏବଂ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ କଳି ହୋଇଯାଏ, ତେବେ ଆପଣ ନିଜକୁ ସେମାନଙ୍କ ମଧ୍ୟରେ ଫସିଯାଇଥିବାର ପାଇବେ ।|

ତୁଳା

ଅଯଥା ଭୟଯୋଗୁଁ ନିଜର ମାନସିକ ଅବସ୍ଥାକୁ ବିବ୍ରତ କରନ୍ତୁ ନାହିଁ । ବିନା କାରଣରେ ଭୟଭୀତ ହୁଅନ୍ତୁ ନାହିଁ । ଦୁଃଶ୍ଚିନ୍ତାକୁ ଆପଣେଇବା ଦରକାର ନାହିଁ, ଯୋଉଁଥିପାଇଁ ଆପଣ ଏତେ ଚିନ୍ତାଗ୍ରସ୍ତ ,ତାହା ଭିତ୍ତିହୀନ ।|

ବିଛା

ଆଜି ଆପଣ ନିଜର ଉଗ୍ରସଭାବକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ, ନ ହେଲେ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଆପଣ ଜୀବନରେ କୌଣସି ଘଟଣାକୁ ନେଇ ଆପଣ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ତଥାପି ନିଜକୁ ଶାନ୍ତ ରଖନ୍ତୁ ।|

ଧନୁ

ଆଜି ଆପଣ ନିଜର ଅଟକି ଥିବା କାମ ଗୁଡ଼ିକୁ ପୂରା କରିବା ପାଇଁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ଭଲ ପରିଣାମ ଉପରେ ଧ୍ୟାନ ଦେବେ । ଆଜି ଆପଣ ପୂରା ଜୋରସୋରରେ ନିଜ କାମ ଆରମ୍ଭ କରନ୍ତୁ ।|

ମକର

ଘରେ କିଛି ସମୟରୁ ଚାଲୁଥିବା ସମସ୍ୟା ଗୁଡିକ ସମାପ୍ତ ହୋଇଯିବ । ଶାନ୍ତି ବାଗେଇ ରଖିବା ଚେଷ୍ଟା ଏବେ ରଂଗ ଆଣି ଘରେ ବଦଳୁ ଥିବା ଏହି ଶାନ୍ତି ପୂର୍ଣ୍ଣ ବାତା ବରଣ ପାଇଁ ଆପଣଙ୍କୁ ଈଶ୍ୱରଙ୍କୁ ଧନ୍ୟବାଦ କରିବା ଉଚିତ ।|

କୁମ୍ଭ

ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି ।|

ମୀନ

ଆଜି ଆପଣଙ୍କ ମନ ବନ୍ଧୁମାନଙ୍କ ସହ ମଜ୍ଜା କରିବାକୁ ଚ଼ାହୁଁଛି । ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ ।|