ଆଜିର ରାଶିଫଳ; ୨୫ ଜୁନ ୨୦୨୦ ଗୁରୁବାର : କେମିତି କଟିବ ଆଜିର ଦିନ

ମେଷ

ଯଦି ଆପଣ ସାହାଯ୍ୟ ଚାହୁଁଥାନ୍ତି ତେବେ ଆଜି ନିଶ୍ଚିନ୍ତ ସାହାଯ୍ୟ ମିଳିବ । କେହି ଜଣେ ରାଜନୈତିକ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିବ । ଏହି ସହାୟତା ନେବା ପାଇଁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।

ବୃଷ

ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ ।

ମିଥୁନ

ଆଜି ଆପଣ ନିଜ ଜୀବନ ବିଷୟରେ ଗମ୍ଭୀର ହୋଇଯିବେ । ଆପଣ ସବୁବେଳେ ନିଜକୁ ଅଡ଼ୁଆ ପରିସ୍ଥିତିରେ ଦେଖୁଛନ୍ତି, କିନ୍ତୁ ଆପଣ ଜାଣିପାରୁନାହାନ୍ତି ଆପଣ ଜୀବନରେ କଣ କରିବାକୁ ଚ଼ାହାନ୍ତି ।

କର୍କଟ

ଆଜି ଆପଣ ସେମାନଙ୍କ ସହିତ ସମୟ କଟାନ୍ତୁ । ଯେଉଁମାନଙ୍କ ସହିତ ସମୟ କଟାଇବାପାଇଁ ବହୁତ ଦିନରୁ ଅପେକ୍ଷାରତ ,ନିଜ ବନ୍ଧୁମାନଙ୍କୁ ଦେଖାକରନ୍ତୁ କିମ୍ବା ନିଜ ପରିବାରର ଲୋକ ମାନଙ୍କ ସହିତ ସମୟ କଟାନ୍ତୁ ।

ସିଂହ

ଆଜି ସଂଦ୍ଧ୍ୟାରେ ହୋଇଥିବା ସମାରୋହ ଏକ ମହତ୍ତ୍ୱପୂର୍ଣ୍ଣ ପୂରା କରିବ । ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣ ଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନାକୁ ଶେଷ ରୂପେ ମିଳିପାରେ ।

କନ୍ୟା

ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ ।

ତୁଳା

ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ ।

ବିଛା

ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ଧନୁ

ଛାତ୍ରମାନେ ଯଦି ଖେଳ କୁଦ କରିବାକୁ କିମ୍ବା ସିନେମା ଦେଖିବାକୁ ଚାହୁଁଛନ୍ତି ,ଏସମୟକୁ ଉପଯୁକ୍ତ ବ୍ୟବହାର କରନ୍ତୁ । ଆପଣ ମାନସିକ କ୍ଳାନ୍ତି ଭୋଗକରି ପାରନ୍ତି କିନ୍ତୁ ଅଧ୍ୟୟନକୁ ଅବହେଳା କରନ୍ତୁ ନାହିଁ ।

ମକର

ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ ।

କୁମ୍ଭ

ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ ।

ମୀନ

ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।