ଆଙ୍ଗୁଳି ଉପରର କଳା ଦାଗକୁ ଦୁର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ, ଦୁଇ ଘଣ୍ଟା ଭିତରେ ସବୁ କଳାଦାଗ ହୋଇଯିବ ଦୁର

ଅନେକ ଲୋକଙ୍କର ଆଙ୍ଗୁଳିର ଉପରି ଭାଗ ଅର୍ଥାତ ହାଡ଼ର ଜଏଣ୍ଟ ସ୍ଥାନ ଅଧିକ କଳା ହୋଇଥାଏ | ଏହି କଳା କାରଣରୁ ହାତର ସୁନ୍ଦରତା ଖରାପ ହୋଇଯାଇଥାଏ ଓ ହାତ କଳା ଦେଖାଯିବାକୁ ଲାଗିଥାଏ | ଏହି କଳା ଦାଗକୁ ନେଇ ଅନେକ ଲୋକେ ଚିନ୍ତାରେ ରହିଥାନ୍ତି, ଓ ନିଜ ଆଙ୍ଗୁଳିର ଏହି କଳା କୁ ଦୂର କରିବାକୁ ଅନେକ କିଛି କ୍ରିମର ବ୍ୟବହାର କରିଥାନ୍ତି | କିନ୍ତୁ ଏହା ପରେ ବି ଏହି କଳାପଣ ଦୂର ହୋଇନଥାଏ | ଯଦି ଆପଣ ବି ଏହି କଳା ଦାଗକୁ ନେଇ ଚିନ୍ତାରେ ଅଛନ୍ତି ତେବେ ତଳେ କୁହା ଯାଇଥିବା ଘରୋଇ ଉପାୟ କୁ ଆପଣାନ୍ତୁ | ତେବେ ଚାଲନ୍ତୁ ଜାଣିବା ଏହି ଉପାୟ ବିଷୟ ରେ I

ଲୁଣ ଓ ଲେମ୍ବୁ
ଲୁଣ ଓ ଲେମ୍ବୁ କୁ ଏକାଠି ମିଶାଇ ଲଗାଇବା ଦ୍ୱାରା ଏହି ଆଙ୍ଗୁଳି ର ଉପରି ଭାଗ ରେ ଜମି ଥିବା ମୈଲା ଆଦି ଦୂର ହେଇଥାଏ I ଲେମ୍ବୁ କି ଆଙ୍ଗୁଳି ରେ ଥିବା ଏହି କଳା ସ୍ଥାନ ରେ ଲଗାଇବା ପରେ 10 ମିନିଟ ଲଗାଇ ରଖନ୍ତୁ I ଏବଂ 10 ମିନିଟ ପରେ ସାଧା ପାଣି ରେ ହାତ ଧୋଇ ଦିଅନ୍ତୁ I

ଲେମ୍ବୁ ଓ ଚିନି
ଲେମ୍ବୁ ଓ ଚିନି ଦ୍ୱାରା ଆପଣ ନିଜ ଆଙ୍ଗୁଳି ର ଏହି କଳାଦାଗ କୁ ଦୂର କରିପାରିବେ I ଏକ ପାତ୍ର ରେ ଲେମ୍ବୁ ରସ ବାହାର କରିକି ସେଠାରେ ଚିନି ମିଶାଇ ଦିଅନ୍ତୁ ଏବଂ ଏକ ତୁଳା ମାଧ୍ୟମ ରେ ଏହା କୁ ମିଶାଇ ଦିଅନ୍ତୁ I ଲେମ୍ବୁ ଓ ଚିନି କୁ ଏହି କଳା ଦାଗ ରେ ଲଗାଇବା ଦ୍ୱାରା ଆପଣ ଙ୍କ ର ଏହି କଳା ଦାଗ କିଛି ଦିନ ରେ ହିଁ ଦୂର ହେଇଥାଏ I

ଟମାଟ ରସ
ଟମାଟ ରସ ମଧ୍ୟ ଆପଣ ନିଜ ଆଙ୍ଗୁଳି ର ଏହି କଳା ଦାଗ ରେ ଲଗାଇବା ଦ୍ୱାରା ଏହି କଳା ଦାଗ ଶୀଘ୍ର ଦୂର ହେଇଥାଏ I ଆପଣ ଏହି ଟମାଟ ରସ କୁ ଆଙ୍ଗୁଳି ରେ 15 ମିନିଟ ଲଗାଇ ରଖିବା ପରେ ଏହା କୁ ଶୁଖିବା ସମୟ ପର୍ଯ୍ୟନ୍ତ ଅପେକ୍ଷ କରନ୍ତୁ ଏବଂ ଶୁଖିଯିବା ପରେ ଧୋଇ ଦିଅନ୍ତୁ I

ସ୍କ୍ରବ କରନ୍ତୁ
ସ୍କ୍ରବ କରିବା ଦ୍ୱାରା ମଧ୍ୟ ଆପଣ ଙ୍କ ର ଆଙ୍ଗୁଳି ର ଚମକ ଆସିଥାଏ I ତେଣୁ ଆପଣ ଆଙ୍ଗୁଳି ର ଏହି କଳା ଦାଗ ଥିବା ସ୍ଥାନ କୁ ସ୍କ୍ରବ କରନ୍ତୁ ଯାହା ଦ୍ୱାରା କି ଆପଣ ଏହି କଳା ଦାଗ କୁ ଦୂର କରିପାରିବେ I ସ୍କ୍ରବ କୁ 5 ମିନିଟ ଘଷିବା ପରେ ଏହା କୁ ସାଧା ପାଣି ରେ ଧୋଇ ଦେବେ I

ଅଲିଭ ତେଲ ମାଲିସ
ପ୍ରତୋକ ରାତି ରେ ଆପଣ ଅଲିଭ ତେଲ ର ମାଲିସ ମଧ୍ୟ କରିପାରିବେ I ଅଲିଭ ତେଲ ଲଗାଇବା ଦ୍ୱାରା ମଧ୍ୟ ହାତ ର ଏହି କଳା ଦାଗ ଦୂର ହେଇଥାଏ I ଏକ ମାସ ପର୍ଯ୍ୟନ୍ତ ଆପଣ ଏହି ତେଲ କୁ ମାଲିସ କରିବା ଦ୍ୱାରା ଏହା ର ପରିଣାମ ଜାଣିପାରିବେ I