ଆପଣ ମଧ୍ୟ ଖୋଲି ପାରିବେ ପେଟ୍ରୋଲ ପମ୍ପ ଓ ରୋଜଗାର କରିପାରିବେ ମାସକୁ ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ ପୁରା ପ୍ରକ୍ରିୟା

ଆଜିକା ସମୟ ରେ ଆପଣ ଯଦି ବ୍ୟବସାୟ କଥା ଦେଖିବେ ତ ପରିସ୍ଥିତି ଖୁବ ଖରାପ ଅଟେ I କିନ୍ତୁ କିଛି ବ୍ୟବସାୟ ଏପରି ବି ରହିଛି ଯାହା ଖୁବ ଲାଭ ରେ ଚାଲିଛି I ଏହି ବ୍ୟବସାୟ ରେ ଗୋଟେ ହେଉଛି ପେଟ୍ରୋଲ ପମ୍ପ I ଏହି ବ୍ୟବସାୟ ଆପଣ ଙ୍କୁ ପ୍ରତୋକ ମାସ ରେ ଭଲ ରୋଜଗାର ଦେଇଥାଏ I

ତେବେ ତେଲ ଗ୍ୟାସ କମ୍ପାନୀ ଖୋଲିବା ପାଁଇ କମ୍ପାନୀ ଅନେକ ବିଜ୍ଞାପନ ଖବର କାଗଜ ମାଧ୍ୟମରେ ଦେଇଥାଏ I ଏଥିରେ ଅନେକ ବଡ଼ ବଡ଼ କମ୍ପାନୀ ସାମିଲ ଥାନ୍ତି ଯେପରି କି Essar , HP , BHARAT PETROL PUMP, Reliance ପରି ଅନେକ ବଡ଼ ବଡ଼ କମ୍ପାନୀ ମାନେ I

ପେଟ୍ରୋଲ ପମ୍ପ ଖୋଲିବାର କିଛି ନିୟମ I
1.ଆପଣ ଙ୍କ ର ବୟସ 21 ରୁ 55 ବର୍ଷ ହେଇଥିବ I

2.ଆପଣ ଜଣେ ଭାରତୀୟ ନାଗରିକ ହେଇଥିବେ I

3.ଅତିକମ ରେ ଆପଣ 10ମ ଶ୍ରେଣୀ ଯୋଗ୍ୟତା ହେଇଥିବ I

ଜାଗା ର ନିୟମ
1.ସମ୍ପତି ର ସମ୍ପୂର୍ଣ କାଗଜପତ୍ର ଥିବ ଏବଂ ଯେଉଁଥିରେ କି ସମ୍ପତି ର ଅଡ୍ରେସ ବି ଥିବ I
2.ସମ୍ପତି ର ସଠିକ ନକ୍ସା ଥିବ I
3.ଜାଗା ଯଦି ଚାଷ ଉପଯୋଗୀ ହେଇଥିବ ତ ଆପଣ ନିଜେ ଏହାର କାନବେଶନ କରିବେ I
4.ଯଦି ଆପଣ ଙ୍କ ର ନିଜ ଜାଗା ହେଇ ନ ଥିବ ତ ଆପଣ ଜାଗା ମାଲିକ ଙ୍କ ଠାରୁ NOC ଆଣିବେ I

5.ସେହି ଜାଗା ରେ ପାଣି ଓ ବିଜୁଳି କନେକ୍ସନ ଅଛି ତ ଭଲ କଥା I
6.ଯଦି ଆପଣ ଙ୍କ ର ଜାଗା ଗ୍ରୀନ ବେଲ୍ଟ ରେ ଅଛି ତ ଆପଣ ପେଟ୍ରୋଲ ପମ୍ପ ପାଁଇ ଆବେଦନ କରିପାରିବେ ନାହିଁ I
7.ଯଦି ଆପଣ ଙ୍କ ର ଜାଗା ଲିଜ ଜାଗା ଅଟେ ତ lease agreement ହେବା ନିହାତି ଆବଶ୍ୟକ ଅଟେ I

8.Registered sales deed ରହିବ ବି ଅତ୍ୟନ୍ତ ଆବଶ୍ୟକ ଅଟେ I
9.ଯଦି ଜାଗା ଆପଣ ଙ୍କ ର ପରିବାର ର କୌଣସି ସଦସ୍ୟ ଙ୍କ ନାମ ରେ ଅଛି ତାହାହେଲେ ବି ଆପଣ ଆବେଦନ କରିପାରିବେ I

ଆପଣ ଯଦି ଏହି ନିୟମ ରେ ଅଛନ୍ତି ତେବେ କମ୍ପାନୀ ର ବିଜ୍ଞାପନ ଦେଖି ଆପଣ ଆବେଦନ କରିପାରିବେ I ଯଦି ଆପଣ ଙ୍କ ର ଆପ୍ଲିକେସନ କୁ ମଞ୍ଜୁରୀ ମିଳିଯାଏ ତ ଆପଣ ସିକ୍ୟୁରିଟି ଜମା ବାବଦ କୁ 25 ଲକ୍ଷ ଟଙ୍କା ଦେବେ I ତେବେ ଯଦି ଏକ ପେଟ୍ରୋଲ ପମ୍ପ ଖୋଲିବେ ତ ପାଖାପାଖି 25 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥାଏ I

କମ୍ପାନୀ ର ବିଜ୍ଞାପନ ବାବଦ କୁ ଆପଣ ଅନଲାଇନ ରେ ବି ଆବେଦନ କରିପାରିବେ I ଏବଂ କମ୍ପାନୀ ସୂଚନା ଦେଲେ ଆପଣ ଙ୍କୁ ଡକାଯିବ I

ଉଦାହରଣ ଯଦି ଆପଣ ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି ତେବେ : http://www.hpretail.in/land ଲିଙ୍କ ରେ ଆବେଦନ କରିପାରିବେ I