14 ଜାନୁୟାରୀ ରୁ ଭାରତୀୟ ଅଷ୍ଟ୍ରେଲିଆ ବିପକ୍ଷ ରେ ୱାନଡେ ସିରିଜ ରେ ଖେଳିବା ଯାଉଛି I ଭାରତୀୟ ଟିମ ବର୍ତମାନ ଅଷ୍ଟ୍ରେଲିଆ ରେ ପହଂଚି ଯାଇଛି I ଅନ୍ୟପଟେ ରବିବାର ଦିନ BCCI ନିଜ ର ବାର୍ଷିକ ଆୱାର୍ଡ ସମାରୋହ ର ଆୟୋଜନ କରିଛି I ଏହି ସମାରୋହ ରେ ଅନେକ କ୍ରିକେଟର ଙ୍କ ସହ ବଲିଉଡ ର ଅନେକ କଳାକାର ମଧ୍ୟ ଯୋଗ ଦେଇଥିଲେ I
ଏହି ଆୱାର୍ଡ ସମାରୋହ ରେ ମୋଟ 25 ବିଭିର୍ନ ଖେଳାଳି ଖେଳ ପ୍ରଦର୍ଶନ କରିଥିଲେ I ଯେଉଁଥିରେ ଥିଲେ ଯଶପ୍ରୀତ ବୁମରାହ, ଚେତ୍ତେଶ୍ୱର ପୂଜାରା ସହିତ ଅନେକ ଖେଳାଳି I ପୂର୍ବ କ୍ରିକେଟର ଓ ଚୟନକର୍ତ୍ତା ଥିବା ଶ୍ରୀକାନ୍ତ ଓ ଭାରତୀୟ ମହିଳା ଟିମ ର ଖେଳାଳି ଅଞ୍ଜୁମ ଚୋପଦା ଙ୍କୁ BCCI ଲାଇଫଟାଇମ ଆଚିବମେଣ୍ଟ ଆୱାର୍ଡ ରେ ସଂନମାନିତ କରିଛି I ଏବଂ 25-25 ଲକ୍ଷ ଟଙ୍କା ର ପୁରସ୍କାର ରାଶି ଦେଇଛି I
ମୟଙ୍କ ଅଗ୍ରୱାଲ ଙ୍କୁ ବେଷ୍ଟ ଡେବ୍ୟୁ ଆୱାର୍ଡ ମଧ୍ୟ ମିଳିବା ସହ 2 ଲକ୍ଷ ଟଙ୍କା ମିଳିଛି I ଶିବମ ଦୁବେ ଙ୍କୁ ରଣଜୀ ଟ୍ରଫି ମିଳିଛି ଓ ଏହା ସହ 5 ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି I ସେହିପରି ଭାରତୀୟ ଟିମ ର ଖେଳାଳି ଚେତ୍ତେଶ୍ୱର ପୂଜାର ସବୁଠାରୁ ଅଧିକ ରନ କରିଥିବା ପାଁଇ 2 ଲକ୍ଷ ଟଙ୍କା ର ପୁରସ୍କାର ରାଶି ପାଇଛନ୍ତି I ସେହିପରି ୱାନଡେ ଅଧିକ ରନ କରିଥିବା ମହିଳା କ୍ରିକେଟର ସ୍ମୃତି ମାନ୍ଧାନ ଙ୍କୁ 2 ଲକ୍ଷ ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯାଇଛି I
ଭାରତୀୟ ଟିମ ର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଙ୍କୁ ବେଷ୍ଟ ଇଣ୍ଟରନ୍ୟାଶନାଲ ଖେଳାଳି ରୂପେ 15 ଲକ୍ଷ ଟଙ୍କା ଓ ଟେଷ୍ଟ ରେ ସବୁଠାରୁ ଅଧିକ ରନ କରିଥିବା କୁ ନେଇ 2 ଲକ୍ଷ ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯାଇଛି I
ଆୱାର୍ଡ ସମାରୋହରେ BCCI ଯଶପ୍ରୀତ ବୁମରାହଙ୍କ ସହିତ ଅନେକ ଖେଳାଳିଙ୍କ ଉପରେ କରିଲେ ଧନ ବର୍ଷା, ଜାଣନ୍ତୁ କାହାକୁ ମିଳିଲା କେତେ
