ଅଭିଜାତ୍ୟ ରୁ ଦୁରେରେ ରହି ଚାଷ ମଧ୍ୟ କରନ୍ତି ଏହି କ୍ୟାବିନେଟ ମନ୍ତ୍ରୀ, ଦେଶର ନେତା ମାନେ ୟାଙ୍କ ଠାରୁ କିଛି ଶିଖନ୍ତୁ …

ଆଜିକାଲି ଏକ ଅଭିଜାତ୍ୟ ଓ ଚାକଚକ୍ୟ ଭରା ଜୀବନ ଅତିବାହିତ କରୁଛନ୍ତି ପ୍ରତୋକ ନେତା ମନ୍ତ୍ରୀ ମାନେ I ପାଦ ରେ ଯେପରି ପାଣି ନ ଲାଗିବ ସେପରି କାମ କରୁଛନ୍ତି I କିନ୍ତୁ ବର୍ତମାନ ସୋସିଆଲ ମିଡ଼ିଆ ରେ କିଛି ଫୋଟୋ ବେଶ ଭାଇରଲ ହେବାରେ ଲାଗିଛି I ଏ ହେଉଛନ୍ତି ପଂଡୁଚେରୀ ର ଜଣେ କୃଷି ମନ୍ତ୍ରୀ I ସେ ଖେତ ରେ ଚାଷ କରିବା ର ଦେଖିବାକୁ ମିଳିଛନ୍ତି I

ପଂଡୁଚେରୀ ର କୃଷି ମନ୍ତ୍ରୀ କମଳାକନନ ଙ୍କ ର ଏହି ଫୋଟୋ ପ୍ରଥମେ ରାଜ୍ୟପାଳ କିରଣ ବେଦି ସେୟାର କରିଥିଲେ ଅକ୍ଟୋବର 2018 ରେ I ଦେଖୁ ଦେଖୁ ଫୋଟୋ ଟି ଖୁବ ଭାଇରଲ ହେଇଥଲା I କିରଣ ବେଦି କମଳାକନନ ଙ୍କ ଫୋଟୋ ସେୟାର କରି ଲେଖିଥିଲେ ଅନୁମାନ କରି କୁହନ୍ତି ଏ କେଉଁ ବ୍ୟକ୍ତି I ଏ ହେଉଛନ୍ତି ପଣ୍ଡିଚେରୀ ର ଆଦରଣୀୟ କୃଷି ମନ୍ତ୍ରୀ ଶ୍ରୀ କମଳାକନନ I ସେ ଜଣେ ଚାଷୀ ମଧ୍ୟ ଅଟନ୍ତି I ଏହି ଫୋଟୋ ରେ ଆପଣ ଦେଖିପାରୁଥିବେ କମଳାକନନ ବିଲ ରେ ଧାନ ଚାଷ କରୁଛନ୍ତି I

ସୋସିଆଲ ମିଡ଼ିଆ ରେ କମଳାକନନ ଙ୍କ ର ଏହି ଫୋଟୋ କୁ ମଧ୍ୟ ଲୋକେ ଖୁବ ପ୍ରଶଂସା କରିଛନ୍ତି I ହାତୀନ୍ଦ୍ର ସିଂ ନାମ ଜଣେ ୟୁଜର ଲେଖିଛନ୍ତି ପଂଡୁଚେରୀ ର ମନ୍ତ୍ରୀ ମାନେ ଅନେକ ଧନୀ ଅଟନ୍ତି ଓ ସୁଖଦ ଜୀବନ ଅତିବାହିତ କରିଥାନ୍ତି କିନ୍ତୁ କମଳାକନନ ପରି ନିଷ୍ଠାବାନ ଲୋକେ ଆଉ କେହି ନାହାନ୍ତି I ଆଉ ଜଣେ ୟୁଜର ଲେଖିଛନ୍ତି କମଳାକନନ ଙ୍କୁ ମୋର ସଲାମ I ସେ ଜଣେ ସଚୋଟ ଚାଷୀ ଅଟନ୍ତି I ତାଙ୍କ ପରି ନେତା ଆମ ଦେଶ ରେ ଆବଶ୍ୟକ ଅଟନ୍ତି I ସାଧାରଣ ଭାବ ରେ ନେତାମାନେ ଏପରି କାମ କରିବାକୁ ଲଜିତ ଅନୁଭବ କରିଥାନ୍ତି କିନ୍ତୁ କମଳାକନନ ନିଜେ ଧୂଳି ମାଟି ହେଇ ଚାଷୀ ଭାଇ ଙ୍କ ସହ ଚାଷୀ ଭାସି ହେଇ କାମ କରୁଛନ୍ତି I

କମଳାକନନ କଂଗ୍ରେସ ପାର୍ଟି ର ନେତା ଅଟନ୍ତି I ସେ ଥିରୁନଲାଲର ବିଧାନସଭା ଅଂଚଳ ର ବିଧାୟକ ଅଟନ୍ତି I ତାଙ୍କ ପାଖ ରେ କୃଷି ମନ୍ତ୍ରାଳୟ ଛଡା ବିଜୁଳି , ଶିକ୍ଷ୍ୟା ସୈନିକ ୱେଲଫେୟାର ଓ ସମୁଦାଇକ ବିକାଶ ମନ୍ତ୍ରାଳୟ ମଧ୍ୟ ରହିଛି I ଦି ହିନ୍ଦୁ ରିପୋର୍ଟ ଅନୁସାରେ ସେ ଯେତେବେଳେ ତାଙ୍କ ବିଧାନସଭା ଅଂଚଳ କୁ ଯାଇଥିଲେ ସେତେବେଳେ ସେ ନିଜ ଖେତ ରେ ଦୁଇ ଘଣ୍ଟା କାମ କରିଛନ୍ତି I

କମଳାକନନ ଙ୍କ କହିବା ଅନୁସାରେ ରାଜନୀତି ରେ ସକ୍ରିୟ ହେଇ ମଧ୍ୟ ସେ ଖେତୀ ରେ ନିଜ ର ସମୟ ଦେଇଥାନ୍ତି I କିନ୍ତୁ ମନ୍ତ୍ରୀ ହେବା ପରେ ବ୍ୟସ୍ତବହୁଳ ସମୟ କୁ ନେଇ ସେ ଖୁବ କମ ସମୟ ହିଁ ଖେତୀ କରିବା ରେ ଦେଇଥାନ୍ତି I ଆପଣ ଉପରେ ଏହି ଫୋଟୋ ରେ ମଧ୍ୟ ଦେଖିପାରିଥିବେ କିପରି ଧାନ ଖେତ ରେ କମଳାକନନ ଚାଷ କରୁଛନ୍ତି I