ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ଙ୍କର ଦୁଧ ପରି ଚେହେରାର ରହସ୍ୟ ହେଉଛି ହଳଦୀ ଓ ଏହି ଜିନିଷ

ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ନିଜ ର ସୁନ୍ଦରତା ପାଁଇ ବେଶ ସୁପରିଚିତ ଅଟନ୍ତି | ବର୍ତମାନ ସମୟ ରେ ଐଶ୍ୱର୍ଯ୍ୟ ଙ୍କ ର ବୟସ 45 ବର୍ଷ ବୟସ ଅଟେ | କିନ୍ତୁ ବର୍ତମାନ ସମୟ ରେ ମଧ୍ୟ ଐଶ୍ୱର୍ଯ୍ୟ ଙ୍କ ର ସୁନ୍ଦରତା ରେ କିଛି କମି ଆସିନାହିଁ | ଐଶ୍ୱର୍ଯ୍ୟ ଅନେକ ସୌନ୍ଦର୍ୟ ପ୍ରଡକ୍ଟ ର ବିଜ୍ଞାପନ ରେ ମଧ୍ୟ ଅଭିନୟ କରିଛନ୍ତି  | ତେବେ ବାସ୍ତବିକ ଜୀବନ ରେ ଦେଖିବା କୁ ଗଲେ ଐଶ୍ୱର୍ଯ୍ୟ ବହୁତ ସୁନ୍ଦର ଅଟନ୍ତି | ତେବେ ଚାଲନ୍ତୁ ଜାଣିବା ଐଶ୍ୱର୍ଯ୍ୟ ଙ୍କ ର ସୁନ୍ଦରତା ର କଣ ରହିଛି ଗୋପନୀୟତା | 

ଅଧିକ ପାଣି ପିଇବା 
ଏକ ସାକ୍ଷ୍ୟାତକର ରେ ଐଶ୍ୱର୍ଯ୍ୟ ଏହା କହିଛନ୍ତି କି , ସେ ଅଧିକ ପାଣି ପିଅନ୍ତି |  ପ୍ରତୋକ ଋତୁ ରେ ସେ ଅଧିକ ରୁ ଅଧିକ ପାଣି ପିଅନ୍ତି | ଯାହା ଦ୍ୱାରା ଆଜି 45 ବର୍ଷ ପରେ ମଧ୍ୟ ସେ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି | ପାଣି ତ୍ୱଚା କୁ ହାଇଡ୍ରେତ ରଖିଥାଏ | ଏହା ଛଡା ନଡ଼ିଆ ପାଣି ମଧ୍ୟ ସେ ସେବନ କରନ୍ତି | 

ଯୋଗ କରନ୍ତି 
ଐଶ୍ୱର୍ଯ୍ୟ ଅଧିକାଂଶ ସମୟ ଯୋଗ ମଧ୍ୟ ଅଭ୍ୟାସ କରିଥାନ୍ତି | ଯାହା ଦ୍ୱାରା ସେ ମାନସିକ ରୂପେ ଶାନ୍ତି ପାଇଥାନ୍ତି |  କାରଣ ଐଶ୍ୱର୍ଯ୍ୟ ଙ୍କ କହିବା ଅନୁସାରେ ଅଧିକ ମାନସିକ ଦୁଶ୍ଚିନ୍ତା ଦ୍ୱାରା ମଧ୍ୟ ଏହା ର ଖରାପ ପ୍ରଭାବ ତ୍ୱଚା ଉପରେ ପଡିଥାଏ  | ଯୋଗ ସମୟ ରେ ଆମ ଶରୀର ରେ ଅଧିକ ମାତ୍ରା ରେ ଅକ୍ସିଜେନ ପ୍ରାପ୍ତି କରିଥାଏ  | 

ଘରେ କରନ୍ତି ଫେସ ପ୍ୟାକ 
ଏକ ସାକ୍ଷ୍ୟାତକର ରେ ଐଶ୍ୱର୍ଯ୍ୟ ଏହା କହିଛନ୍ତି କି ବାହାର କିଣା ପ୍ରଡକ୍ଟ ଅପେକ୍ଷ୍ୟା ଘରୋଇ ଉପଚାର ବେଶ ଲାଭଦାୟକ ଅଟେ | ତେବେ ନିଜ ର ସୁନ୍ଦରତା ପାଁଇ ପାଣି ରେ ଚଣା , ଅଟା , କ୍ଷୀର ଓ ହଳଦୀ ଉପଯୋଗ କରାଯାଇଥାଏ  | ଦହି ର ବ୍ୟବହାର ଦ୍ୱାରା ତ୍ୱଚା ର ସୁନ୍ଦରତା ବୃଦ୍ଧି ହେଇଥାଏ | ଏହି ସବୁ ର ମିଶ୍ରଣ କୁ ଗରମ ପାଣି ରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏବଂ ଏହା ର ବ୍ୟବହାର ଦ୍ୱାରା ଆପଣ ଙ୍କ ର ତ୍ୱଚା ଅଧିକ ସୁନ୍ଦର ହେଇପାରିବ |