31 ଡିସେମ୍ବର କୁ ପ୍ରଥମେ ଚୀନ ରେ କରୋନା ଭାଇରସ ର ଚିହ୍ନଟ ହେଇଥିଲା | ଏହା ପରେ ହଜାର ହଜାର ସଂଖ୍ୟା ରେ କରୋନା ଭାଇରସ ରୋଗୀ ଙ୍କୁ ଚିହ୍ନଟ କରାଯାଇଥିଲା I ଚୀନ ପରେ ଅନ୍ୟ ଦେଶ ନ୍ୟୁଜଲାଣ୍ଡ ରେ ମଧ୍ୟ ଏହି କରୋନା ଭାଇରସ ର ଚିହ୍ନଟ ହେଇଚି | ଚୀନ ରେ ଏହି ରୋଗ ରେ 42,000 ରୁ ଉର୍ଧ୍ଵ ରୋଗୀ ଆକ୍ରାନ୍ତ ହେଇଛନ୍ତି ଏବଂ 10000 ରୁ ଉର୍ଧ୍ଵ ରୋଗୀ ଙ୍କ ର ମୃତ୍ୟୁ ମଧ୍ୟ ହେଇଚି | ଏହି କରୋନା ଭାଇରସ 5 ଗୋଟି ଅନ୍ୟ ଦେଶ ରେ ମଧ୍ୟ ବ୍ୟାପିଯାଇଛି | ତେବେ ଚୀନ ରେ କରୋନା ଭାଇରସ ରେ ମୃତ ବ୍ୟକ୍ତି ଙ୍କ ର ଶବ ଜଳାଯାଉଛି |
କରୋନା ଭାଇରସ ରୋଗୀ ଙ୍କୁ କେଉଁ କାରଣ ରୁ ଜଳାଯାଉଛି
ଚୀନ ରେ କରୋନା ଭାଇରସ ର ଆତଙ୍କ ଖେଳିଯାଇଛି | କାରଣ ହଜାର ହଜାର ସଂଖ୍ୟା ରେ ଲୋକ ଙ୍କ ର ଏହି ରୋଗ ରେ ମୃତ୍ୟୁ ହେଇଚି | ସୋମବାର ଦିନ ଗୋଟେ ଦିନ ରେ 108 ଜଣ ଲୋକେ କରୋନା ଭାଇରସ ଦ୍ୱରା ଚୀନ ରେ ମୃତ୍ୟୁ ବରଣ କରିଛନ୍ତି | ଡେଲି ମେଲ ଖବର ପତ୍ରିକା ଅନୁସାରେ ଚୀନ ର ବୁହାନ ସହର ରେ ଏକ ସାଟେଲାଇଟ ଫୋଟୋ ନିଆ ଯାଇଛି ଏବଂ ଏହି ବାୟୁମଣ୍ଡଳ ରେ ସଲଫର ଡ଼ାଈଅକ୍ସାଇଡ ର ମାତ୍ରା ଅଧିକ ରହିଛି | ଏହି ବାୟୁମଣ୍ଡଳ ରେ ସଲଫର ଡ଼ାଈଅକ୍ସାଇଡ 1350 ମାଇକ୍ରୋଗ୍ରାମ ଅଟେ | ବ୍ରିଟେନ ରେ ଏହି ମାତ୍ରା 500 ଗ୍ରାମ ରହିଛି | ଏହା ବାୟୁମଣ୍ଡଳ ପାଁଇ ଆକ୍ରମକ ଅଟେ | ସେହିପରି ଚୀନ ର ଅନ୍ୟ ସହର ବିଜୟଂ ଓ ସାଂଘାଇ ରେ ମଧ୍ୟ ସଲଫର ଡାଇଅକ୍ସାଇଡ ର ମାତ୍ରା ମଧ୍ୟ ଅଧିକ ରହିଛି |
ଏତେ ମାତ୍ରା ରେ ସଲଫର ଡାଇଅକ୍ସାଇଡ ରହିବା ର ଦୁଇଟି କାରଣ ରହିଛି ଗୋଟେ ମେଡିକାଲ ର ଅଳିଆ କୁ ପୋଡିବା ଓ ଅନ୍ୟ ଟି ହେଉଛି ମନୁଷ୍ୟ ଶବ କୁ ପୋଡିବା I ମିଡ଼ିଆ ରିପୋର୍ଟ ଅନୁସାରେ ବୁହାନ ସହର ରେ 10 ହଜାର ରୁ ଅଧିକ ଶବ ପୋଡାଯାଇଛି I ସେହିପରି ଲକ ଡାଉନ ରେ 10 ଲକ୍ଷ ଲୋକ ଙ୍କୁ ରଖାଯାଇଛି I
ଚୀନ୍ର ର ସବୁଠାରୁ ବଡ଼ କମ୍ପାନୀ ଟେନସେଟ ର ଏକ ଡାଟା ଲିକ ହେଇଚି I ଯେଉଁଥିରେ କରୋନା ଭାଇରସ ରେ ମୃତକ ଙ୍କ ର ଗଣନା ହେଇଚି I ଟେନସେଟ ର ରିପୋର୍ଟ ଅନୁସାରେ କରୋନା ଭାଇରସରେ 24 ହଜାର ରୁ ଅଧିକ ଲୋକ ଙ୍କ ର ମୃତ୍ୟୁ ହେଇଚି I ଏହା ଦ୍ୱାରା ଚୀନ ର ବାୟୁମଣ୍ଡଳ ମଧ୍ୟ ଖରାପ ହେଇଚି I କୌଣସି ବି ଦେଶ ର ବୈଜ୍ଞାନିକ ଙ୍କ ପାଖ ରେ ଏହା କୌଣସି ସମାଧାନ ମଧ୍ୟ ନାହିଁ I