ଅଧିକ ସୁନ୍ଦରୀ ହେଇଥିବାରୁ ଏହି ଯୁବତୀଙ୍କୁ ସରକାର ଦେଲେ ଏତେ ବଡ ଦଣ୍ଡ, କାହିଁକି ନା … ଜାଣିଲେ ମୁଣ୍ଡରେ ହାତ ଦେବେ

ଏହି ଦୁନିଆରେ ଲୋକମନେ ସୁନ୍ଦର ହେବା ପାଇଁ ବହୁତ ପରିଶ୍ରମ କରିଥାନ୍ତି | ସମସ୍ତେ ଏହା ହିଁ ଚାହାଁନ୍ତି ଯେ ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରନ୍ତୁ ଏବଂ ତାଙ୍କ ସୌନ୍ଦର୍ଯ୍ୟ ର ଦିୱାନା ହେଇଯାନ୍ତୁ | ଏଥିପାଇଁ ଝିଅମାନେ ଅନେକ ଟଙ୍କା ବି ଖର୍ଚ୍ଚ କରିଥାନ୍ତି, ପାର୍ଲରକୁ ଯାଇଥାନ୍ତି, ଏବଂ ସୁନ୍ଦର ହେବାକୁ ଚେଷ୍ଟା କରନ୍ତି | ଅଧିକାଂଶ ଝିଅ ମାନେ ନିଜ ଶରୀରକୁ ମେଣ୍ଟନ ରଖିବା ପାଇଁ ଜିମରେ ଅଧିକ ସମୟ ଅତିବାହିତ କରନ୍ତି |

ଅଭିନେତ୍ରୀଙ୍କ ଅଧିକ ସୁନ୍ଦର ହେବା ପଡିଗଲା ମହଙ୍ଗା :
ହଁ ଆଜ୍ଞା, ଜଣେ ଝିଅକୁ ନିଜ ସୁନ୍ଦରତା ପାଇଁ ନିଜ ଚାକିରୀକି ବିପଦରେ ପକାଇବାକୁ ପଡିଲା | ତାଙ୍କୁ କୌଣସି କମ୍ପାନୀ ନୁହଁ ବରଂ ସରକାର ନିଜେ ତାଙ୍କୁ ବ୍ୟାନ କରିଦେଲେ | ଏପରି କାହିଁକି କରାଗଲା, ଏହାର ପ୍ରକୃତ କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଅଭିନେତ୍ରୀଙ୍କ ପାଇଁ ତାଙ୍କର ଆକର୍ଷକ ହେବା ବହୁତ ମହଙ୍ଗା ପଡିଗଲା |

ସରକାର ଗୋଟେ ବର୍ଷ ପାଇଁ ଲଗାଇଲେ ବ୍ୟାନ :
24 ବର୍ଷୀୟ କାମ୍ବୋଡିଆ ଅଭିନେତ୍ରୀ ଡେନି ୱାନ୍ଙ୍କୁ ସେଠାକାର ସରକାର ଏକ ବର୍ଷ ପାଇଁ ଚଳଚ୍ଚିତ୍ରରେ କାମ କରିବାରୁ ବ୍ୟାନ କରିଦେଇଛନ୍ତି । ଦେଶର ସଂସ୍କୃତି ଏବଂ ଚିତ୍ରକଳା ମନ୍ତ୍ରଣାଳୟର ବୟାନ ଏହା ଯେ ଅଭିନେତ୍ରୀ ବହୁତ ଅଧିକ ସେକ୍ସି ଅଟନ୍ତି ଏବଂ ସେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ସତରେ, ଡାନିଙ୍କ ସୌନ୍ଦର୍ଯ୍ୟ ଆଗରେ ଭଲ ଭଲ ଲୋକ ବି ପାଗଳ ହେଇଯାଉଛନ୍ତି |