ତାମିଲନାଡୁର ଆରିୟାମାଙ୍ଗଲାମରେ ରହୁଥିବା ଜଣେ 70 ବର୍ଷ ବୟସ୍କା ମହିଳାଙ୍କ ଦେହାନ୍ତ ହୋଇଗଲା ଯିଏକି ନିଜ ଝିଅ ସହ ରହୁଥିଲେ | ଆଉ ତାପରେ ଯେତେବେଳେ ମହିଳାଙ୍କୁ ତାଙ୍କ ଶବ ଦାହ ପାଇଁ ମସାଣି କୁ ନିଅ ଯାଉଥିଲା ସେତେବେଳେ ତାଙ୍କ ଆଗୋରୀ ପୁଅ ସାଧୁ ମାଣିକନାଥ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସେଠାରେ ପହଞ୍ଚିଥିଲେ। ଯିଏ ଦୀର୍ଘ ଦିନ ଧରି ତାଙ୍କ ମା ଠାରୁ ଦୂରରେ ରହି ଥିଲା | କିନ୍ତୁ ସେ ଏକୁଟିଆ ସେଠାରେ ପହଞ୍ଚି ନଥିଲେ କିନ୍ତୁ ତାଙ୍କ ସହିତ ଆହୁରି ଅନେକ ଆଗୋରୀ ସାଧୁ ସେଠାରେ ପହଞ୍ଚି ଥିଲେ ଏବଂ ଯେତେବେଳେ ଆଗୋରି ପୁଅ ମା’ର ଶବ ଦେଖିଲେ, ସେ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ମା’ଙ୍କ ଶରୀର ଉପରେ ବସିଗଲେ ଏବଂ ଏହା ପରେ ସେ ସେଠାରେ ଯାହା କରିଲା ତାକୁ ଦେଖଃଇକି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହେଲେ |
ଆପଣଙ୍କୁ କହିରଖୁଛୁ ଯେ ଯେଉଁ ଆଗୋରୀ ସାଧୁ ନିଜ ମାଙ୍କ ଅନ୍ତିମ ସଂସ୍କାର ପାଇଁ ସେଠାରେ ପହଞ୍ଚି ଥିଲେ ତାଙ୍କ ସହ ଆହୁରି ଅନେକ ଆଗୋରୀ ସାଧୁ ଉପସ୍ଥିତ ଥିଲେ| ସେ ଯେତେବେଳେ ତାଙ୍କ ମା’ର ଶବ ଦେଖିଲେ, ତ ଶରୀରରେ ପ୍ରଥମେ ଭସ୍ମ ଲଗାଇ ଲେ ଓ ମା ର ସବ ଉପରେ ବସିପଡ଼ିଲେ ଆଗୋରି ପୁଅ ମନ୍ତ୍ର ପୂଜା କରିବା ଆରମ୍ଭ କରି ମନ୍ତ୍ର ଜପ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କ ସହିତ ଉପସ୍ଥିତ ଥିବା ଅନ୍ୟ ଆଗୋରୀ ସାଧୁମାନେ ମଧ୍ୟ ତାଙ୍କ ସହିତ ମନ୍ତ୍ର ଜପ କରିବା ଆରମ୍ଭ କଲେ ଏବଂ ଏସବୁ ଦେଖି ସେଠାରେ ଥିବା ପ୍ରତ୍ୟେକ ମଣିଷ ଭୟଭୀତ ହେଇଗଲେ | ମୃତ ଶରୀରକୁ ପୂଜା କରିବା ପରେ ସମସ୍ତ ଆଗୋରିସ୍ ଏକତ୍ର ହାତ ଉଠାଇ ହର ହର ମହାଦେବ କହିଲେ ଓ ମୃତ ଶରୀରକୁ ସେଇଠି ମାଟିରେ ପୋତି ଦେଇଥିଲେ।
ଅଘୋରୀ ସାଧୁ ଙ୍କ ବିଷୟ ରେ ଏହି ମାନ୍ୟତା ରହିଛି କି ସେ ସାଧାରଣ ମନୁଷ୍ୟ ଙ୍କ ଠାରୁ ଦୁରେଇ ରହିଥାନ୍ତି I ଏବଂ ଏହି ସାଧୁ ମାନେ ସର୍ବଦା ନିଶା ରେ ବୁଡି ରହିଥାନ୍ତି I ଅର୍ଥାତ ଏହି ବ୍ୟକ୍ତି ଙ୍କ ର ଜୀବନ ଅତିବାହିତ କରିବା କୁ ହେଲେ କୌଣସି ସୁଖ ସୁବିଧା ର ଆବଶ୍ୟକ ନ ଥାଏ I ସାଂସାରିକ ଜୀବନ ସହ ତାଙ୍କ କୌଣସି ସମ୍ବନ୍ଧ ନ ଥାଏ I ଏହି ଅଘୋରୀ ସାଧୁ ମାନେ ନଗ୍ନ ଅବସ୍ଥା ରେ ବିଚରଣ କରିଥାନ୍ତି I ଏବଂ ଶରୀର ରେ ସର୍ବଦା ଚିତା ଭସ୍ମ ଲାଗି ରହିଥାଏ I
ଅଘୋରୀ ଙ୍କ ର ସମାଜ ରେ କେହି ନିଜ କି କେହି ପର ହେଇ ନ ଥାଏ I ଲୋକେ ଯେଉଁ ଜିନିଷ କୁ ଘୃଣା କରିଥାନ୍ତି ଅଘୋରୀ ସାଧୁ ମାନେ ସେହି ଜିନିଷ କୁ ଆପଣେଇଥାନ୍ତି I ଯେପରି କି ଲୋକେ ମସାଣି ରେ ଜ୍ୱାଳା ଯାଇଥିବା ମାଂସ ଆଦି କୁ ଘୃଣା କରିଥାନ୍ତି କିନ୍ତୁ ଅଘୋରୀ ମାନେ ଏହା କୁ ପସନ୍ଦ କରିଥାନ୍ତି I ଅଘୋରୀ ମାନେ ଶୀଘ୍ର କାହାରି କୁ ଆଶ୍ରିବାଦ ଦେଇ ନ ଥାନ୍ତି I ଏବଂ ଯାହା ଙ୍କୁ ସେମାନେ ଆଶ୍ରିବାଦ ଦେଇଥାନ୍ତି ତାଙ୍କ ଜୀବନ ସୁଖମୟ ହେଇଯାଇଥାଏ I