କଣ ଚୀନ ଷଡଯନ୍ତ୍ର କରି ସମଗ୍ର ବିଶ୍ୱକୁ କରୋନା ପରି ମହାମାରୀକୁ ଉପହାର ଦେଇଛି କି? ଆମେ ଏହି କଥା ଏଥି ପାଇଁ କହୁଛୁ କି ଆମେରିକୀୟ ଟିଭି ଚ୍ୟାନେଲ ଫକ୍ସ ନ୍ୟୁଜ୍ ଦାବି କରିଛି ଯେ ଚାଇନା ୱୁହାନର ଲ୍ୟାବରେ ଏହି ଜୀବାଣୁ ଉତ୍ପାଦନ କରିଛି ଯାହା ଦ୍ୱାରା ସେ କହିପାରିବ କି ତାଙ୍କର ବୈଜ୍ଞାନିକମାନେ ଆମେରିକାର ବୈଜ୍ଞାନିକ ମାନଙ୍କ ଠାରୁ ବହୁ ଆଗରେ ଅଛନ୍ତି। ଚୀନ୍ ଏହା ଦର୍ଶାଇବାକୁ ଚେଷ୍ଟା କଲା ଯେ ସେ କରୋନା ପରି ବିପଜ୍ଜନକ ଜୀବାଣୁ କୁ ଆମେରିକା ପରି ବା ତା ଠାରୁ ଭଲ ମଜାରେ ଚିହ୍ନଟ କରିପାରେ ଏବଂ ତାହା ସହ ଲଢ଼ି ବି ପାରିବ।
ସୂତ୍ର ଅନୁସାରେ ଚ୍ୟାନେଲ ଏହା କହିଛି କି ଏହି ଭାଇରସ କୁ ପ୍ରଥମେ ଲ୍ୟାବରେ ନିୟନ୍ତ୍ରଣ କରାଯାଉଥିବା ଅନେକ ଦଲିଲର ଏକ ଅଧ୍ୟୟନରୁ ଜଣାପଡିଛି ଯେ ୱୋହାନରେ ଯେଉଁ ବ୍ୟାଟ୍ ମାର୍କେଟରେ କରୋନା ବିସ୍ତାର ପାଇଁ ଦାଈ କରାଯାଇଥିଲା, ସେଠି ଆଦୌ ବାଦୁଡ଼ି ବିକ୍ରି ହୋଇନାହିଁ। ଚାଇନା ମଧ୍ୟ ଜାଣି ଶୁଣିକି ବାଦୁଡ଼ି ମାର୍କେଟର ଥିଓରୀ ପ୍ରସାର କଲା ଯାହା ଦ୍ୱାରା ଲ୍ୟାବ ବିରୁଦ୍ଧରେ ଅଭିଯୋଗକୁ ଦମନ କରାଯାଇପାରିବ। ବାସ୍ତବରେ ଚାଇନା ଚାହୁଁଥିଲା କି ଏହା ଦ୍ୱାରା ସେ ଆମେରିକା ଏବଂ ଇଟାଲୀକୁ ଟାର୍ଗେଟ କରନ୍ତୁ।
କହି ରଖୁ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ କହିଥିଲେ ଯେ ୱୁହାନର ଲ୍ୟାବରୁ କରୋନା ଭାଇରସ ଦୁର୍ଘଟଣା ଯୋଗୁ ଲୋକଙ୍କ ମଧ୍ୟରେ ବ୍ୟାପିଲା କିମ୍ବା ଏହା ଜାଣି ଶୁଣି କରାଯାଇଛି, ଏହା ଆମେ ଜାଣିକି ରହିବୁ। ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଏହି ଭୂତାଣୁ କିପରି ବ୍ୟାପିଛି ଚାଇନାକୁ କହିବାକୁ ପଡ଼ିବ?
ଏସବୁ ମଧ୍ୟରେ ଆମେରିକାର ବୈଦେଶିକ ବିଭାଗ ଆଉ ଏକ ବଡ଼ ଆଶଙ୍କା ପ୍ରକାଶ କରିଛି। ସେ କହିଛନ୍ତି ଯେ CTBT ଚୁକ୍ତିନାମା ପାଳନ କରିବାକୁ ଦାବି ସତ୍ୱେ ଚୀନ୍ ଗୁପ୍ତ ଭାବରେ ସ୍ୱଳ୍ପ କ୍ଷମତା ବିଶିଷ୍ଟ ଆଣବିକ ପରୀକ୍ଷା କରିଥାଇ ପାରେ।