ପୁଣି ଥରେ ମୈଦାନକୁ ଫେରିବେ ଧୋନୀ, ହେବେ ଦଳର ଅଧିନାୟକ, ଏହି ଦିନ ଖେଳାଯିବ ମ୍ୟାଚ, କୋଉ ଟିମ ଅଧିକ ଭଲ ଦେଖନ୍ତୁ

ମହେନ୍ଦ୍ର ସିଂ ଧୋନୀ ଅର୍ଥାତ ଲେଫ୍ଟନେନ କର୍ଣ୍ଣଲ ମହେନ୍ଦ୍ର ସିଂ ଧୋନୀ ଝାରଖଣ୍ଡ , ରାଞ୍ଚି ର ଏକ ପରିବାର ରେ ଜନ୍ମିତ ଅଟନ୍ତି I ଯିଏ କି ପଦ୍ମ ଶ୍ରୀ ଓ ପଦ୍ମ ଭୂଷଣ ସହ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ରେ ସଂନମାନିତ ଅଟନ୍ତି I ଧୋନୀ ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ମଧ୍ୟ ଅଟନ୍ତି I ଏବଂ ଭାରତ ର ସବୁଠାରୁ ସଫଳ ଏକ ଦିବସୀୟ ମ୍ୟାଚ ର କ୍ୟାପଟେନ ଅଟନ୍ତି I

ବାଂଲାଦେଶ କ୍ରିକେଟ ବୋର୍ଡ ମାର୍ଚ୍ଚ ରେ ଏସୀୟ ଇଲେଭେନ ଓ ୱାର୍ଲଡ ଇଲେଭେନ ମଧ୍ୟ ରେ ଦୁଇଟି ଅନ୍ତରାଷ୍ଟ୍ରୀୟ ଟି 20 ମ୍ୟାଚ ର ଆୟୋଜନ କରିବ I ବିଶିବି ର ଏହି ଘୋଷଣା ସଂସ୍ଥାପକ ପିତା , ଶେଖ ମୁଜିବୁର ରହମାନ ଙ୍କ ର ଜନ୍ମ ଶତାବ୍ଦୀ ଅବସର ରେ ଏସୀୟ ଇଲେଭେନ ଓ ୱାର୍ଲଡ ଇଲେଭେନ ମଧ୍ୟ ରେ ଦୁଇଟି ଟି 20 ମ୍ୟାଚ ର ଆୟୋଜନ ହେବ I ଏହି ମ୍ୟାଚ 18 ମାର୍ଚ୍ଚ ରୁ 21 ମାର୍ଚ୍ଚ ମଧ୍ୟ ରେ ଆୟୋଜନ ହେବ I ଯାହା କି ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 6 ଘଟିକା ସମୟ ରେ ଆରମ୍ଭ ହେବ I

ବାଂଲାଦେଶର ଶେରେ ବଙ୍ଗଳା କ୍ରିକେଟ ଷ୍ଟାଡିୟମ ରେ ଏହି ମ୍ୟାଚ ରେ ଦର୍ଶକେ ୱାର୍ଲଡ ଇଲେଭେନ କୁ ହିଁ ଆକ୍ରମକ ଟିମ ବୋଲି କହୁଛନ୍ତି I ଅନ୍ୟପଟେ ଏସୀୟ ଇଲେଭେନ ଟିମ ରେ ମଧ୍ୟ ଅନେକ ଭଲ ଭଲ ଖେଳାଳି ରହିଛନ୍ତି I ତେବେ ମିଳିଥିବା ବିଶେଷ ସୂଚନା ଅନୁସାରେ ଏସୀୟ ଇଲେଭେନ ରେ ଧୋନୀ ଟିମ ର ଦାଇତ୍ୱ ସମ୍ଭାଳିପାରନ୍ତି I ସେହିପରି ୱାର୍ଲଡ ଇଲେଭେନ ଟିମ ର କ୍ୟାପଟେନ ବିଲିୟମସନ ହେଇପାରନ୍ତି I

ଏସୀୟ ଇଲେଭେନ ର ସମ୍ଭାବିତ ଟିମ
ରୋହିତ ଶର୍ମା , ବାବର ଆଜମ , ମହେନ୍ଦ୍ର ସିଂ ଧୋନି , ବିରାଟ କୋହଲି , ହାର୍ଦିକ ପାଣ୍ଡିଆ , ସାକିବ ହାସନ , ରସିଦ ଖାଁ , ମୁସ୍ଫିକୁର ରହିଁ , ଯଶପ୍ରୀତ ବୁମରାହ , ମୋହମ୍ମଦ ଅମୀର ଓ ଲାସିଥ ମାଲିଙ୍ଗା I

ୱାର୍ଲଡ ଇଲେଭେନ ର ସମ୍ଭାବିତ ଟିମ
ଡେବଡ଼ ୱାର୍ନର , କ୍ରିସ ଗେଲ , କେନ ବିଲିୟମ୍ସନ , ଜୋସ ବଟଲର , ଗ୍ଲେନ ମେଁକ୍ସୱେଲ , ଆଣ୍ଡ୍ରେ ରାଶେଲ , ବେନ ସ୍ତୋକସ , ସୁନୀଲ ନାରାୟଣ , କାଗିକ ରବାଡା , ମିଚେଲ ଷ୍ଟ୍ରକ ଓ ଜୋଫ୍ର ଅର୍ଚାର I

Share Your Comments Below