ଅଟୋ ଚାଳକ ଙ୍କର ମଣିଷପଣିଆ କୁ ସଲାମ… ରାସ୍ତାରେ ପଡିଥିବା ଗର୍ଭବତୀ ମହିଳାଙ୍କୁ ପହଞ୍ଛାଇଲେ ଡାକ୍ତରଖାନା… କିନ୍ତୁ …

ବ୍ୟଙ୍ଗଲୋର ରେ ଜଣେ ଅଟୋ ଚାଳକ ଙ୍କ ର ମଣିଷପଣିଆ ଆଜି ବେଶ ଚର୍ଚା ରେ ରହିଛି | ଏହି ଅଟୋ ଚାଳକ ରାସ୍ତା କଡ଼ ରେ ଯନ୍ତ୍ରଣା ପାଉଥିବା ଜଣେ ମହିଳା ଙ୍କ ର ସହାୟତା କରିଛନ୍ତି | ଏହି ଅଟୋ ଚାଳକ ଯାଉଥିବା ସମୟ ରେ ରାସ୍ତା କଡ଼ ରେ ଜଣେ ଗର୍ଭବତୀ ମହିଳା ମିଳିଥିଲେ ଏବଂ ସେ ତାଙ୍କୁ ହସ୍ପିଟାଲ ରେ ନେଇ ପହଂଚାଇଥିଲେ | ହସ୍ପିଟାଲ ରେ ମହିଳା ଏକ ଝିଅ କୁ ଜନ୍ମ ଦେଇଥିଲେ | କିନ୍ତୁ ଉକ୍ତ ମହିଳା ସେହି ପିଲାଟି କୁ ହସ୍ପିଟାଲ ରେ ଛାଡି ଚାଲିଯାଇଥିଲେ | ଏହା ପରେ ଉକ୍ତ ଅଟୋ ଚାଳକ ପିଲାଟି ର ଦେଖାଶୁଣା କରିବାକୁ ନିଜେ ପିଲାଟି କୁ ନେଇଯାଇଥିଲେ | କିନ୍ତୁ ପିଲାଟି କିଛି ଦିନ ପରେ ମୃତ୍ୟୁବରଣ କରିଥିଲା |

ପ୍ରତୋକ ଲୋକେ ଉକ୍ତ ଅଟୋ ଡ୍ରାଇଭର ଙ୍କ ର ପ୍ରଶଂସା କରୁଛନ୍ତି
ମହିଳା ଙ୍କ ର ସହାୟତା କରିଥିବା ଉକ୍ତ ଅଟୋ ଡ୍ରାଇଭର ଙ୍କ ନାମ ବାବୁ ମୁଡ଼ଡପା ଅଟେ | ତାଙ୍କ ପରିବାର ରେ ତାଙ୍କ ର ପତ୍ନୀ ଓ ଦୁଇଟି ସନ୍ତାନ ଅଛନ୍ତି | ସେ ବ୍ୟଙ୍ଗଲୋର ର ବାଇଟଫିଲଡ ରୋଡ଼ ପାଖ ରେ ଦିନେ ଯାଉଥିବା ସମୟ ରେ ଏକ ଗର୍ଭବତୀ ମହିଳା ଙ୍କୁ ଦେଖିଥିଲେ | ଏବଂ ଉକ୍ତ ମହିଳା ଙ୍କୁ ସେ ନିଜ ଅଟୋ ରେ ବସାଇ ବ୍ୟଙ୍ଗଲୋର ର ସିବି ରମଣ ହସ୍ପିଟାଲ ରେ ଆଡମିଟ କରିଥିଲେ | ବାବୁ ନିଜେ ଉକ୍ତ ମହିଳା ଙ୍କ ର ସୂଚନା ଫର୍ମ ପୁରା କରିଥିଲେ | ଡାକ୍ତର ଙ୍କ କହିବା ଅନୁସାରେ ମହିଳା ଯେଉଁ ପିଲାଟି କୁ ଜନ୍ମ ଦେଇଥିଲେ ପିଲାଟି ଖୁବ କମଜୋର ଥିଲା | ବାବୁ ଯେତେବେଳେ ଜାଣିବାକୁ ପାଇଲେ ପିଲାଟି ର ମା ଉକ୍ତ ପିଲାଟି କୁ ଛାଡି ଚାଲିଯାଇଛି ତ ସେ ନିଜେ ପିଲାଟି ର ଚିକିତ୍ସା ଦାଇତ୍ୱ ନେଇଥିଲେ | କିନ୍ତୁ 18 ଦିନ ର ସଂଘର୍ଷ ପରେ ପିଲାଟି ମୃତ୍ୟୁବରଣ କରିଥିଲା |

ପିଲାଟି ର ଜନ୍ମ ପରେ ଯେତେ ଖର୍ଚ୍ଚ ସବୁ ବାବୁ ଖର୍ଚ୍ଚ କରିଛନ୍ତି | କିନ୍ତୁ ବାବୁ ଏହା କହିନାହାନ୍ତି କି ସେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି | ବାବୁ ଙ୍କ କହିବା ଅନୁସାରେ ପିଲାଟି ପାଁଇ ସେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଏହା କହିବା ଉଚିତ ନୁହେଁ | ସେ ପିଲାଟି ଉପରେ ଖର୍ଚ୍ଚ କରିଥିବା ଟଙ୍କା କୁ ଗୁରୁତ୍ୱ ଦେଉ ନ ଥିଲେ , ସେ ପିଲାଟି କୁ ବଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦେଉଥିଲେ |

କିଏ ଥିଲା ପିଲାଟି ର ମା

ଯେଉଁ ମହିଳା ଏହି ପିଲାଟି କୁ ଜନ୍ମ ଦେଇଥିଲେ ସେ ମହିଳା କିଏ ଏହା ବିଷୟ ରେ ବାବୁ କିଛି ବି ସୂଚନା ଜାଣି ନାହାନ୍ତି | ସେ ମହିଳା ଙ୍କ ର ନାମ ନନ୍ଦିତା ଏହା ସେ ହସ୍ପିଟାଲ ରେ ଆଡମିଟ ସମୟ ରେ ଜାଣିବାକୁ ପାଇଥିଲେ |

ବାବୁ ଙ୍କ ର ଏପରି କାର୍ଯ୍ୟ କୁ ନେଇ ବର୍ତମାନ ସବୁ ଲୋକେ ତାଙ୍କ ର ଖୁବ ପ୍ରଶଂସା କରୁଛନ୍ତି, ଏବଂ ବାବୁ ମଧ୍ୟ ଖୁବ ଚେଷ୍ଟା କରିଥିଲେ ପିଲାଟି ର ଜୀବନ ବଞ୍ଚାଇବାକୁ କିନ୍ତୁ ଅସଫଳ ରହିଥିଲେ |