୧ ଜାନୁୟାରୀରୁ ବଦଳି ଯିବ ଦୈନିକ ଜୀବନର ସହ ଜଡିତ ଏହି ସବୁ ନିୟମ, ଜାଣି ନିୟନ୍ତୁ ନଚେତ ପଛରେ ହଇରାଣ ହେବେ

2019 ମସିହା ଶେଷ ରେ ଲୋକେ ନୂତନ ବର୍ଷ ର ଅପେକ୍ଷ୍ୟା ରେ ରହିଛନ୍ତି I ଲୋକେ ନୂତନ ବର୍ଷ ର ଆରମ୍ଭ କରିବା ସହ ନୂତନ ବର୍ଷ ର ସ୍ୱାଗତ କରିବା କୁ ମଧ୍ୟ ଲୋକେ ପ୍ରସ୍ତୁତ ରହିଛନ୍ତି I ତେବେ ଏହି ନୂତନ ବର୍ଷ ରେ ଅନେକ କିଛି ନିୟମ ରେ ମଧ୍ୟ ପରିବର୍ତନ ହେବାକୁ ଯାଉଛି I ଆଜି ଆମେ ଏହି ଆର୍ଟିକିଲ ମାଧ୍ୟମ ରେ କିଛି ପରିବର୍ତନ ହେଇଥିବା ନିୟମ ବିଷୟ ରେ କହିବା କୁ ଯାଉଛୁ I

ଆପଣ ପ୍ୟାନ କାର୍ଡ କୁ ଆଧାର କାର୍ଡ ରେ ଲିଙ୍କ କରିବା ର ଶେଷ ତାରିଖ ହେଉଛି 31 ଡିସେମ୍ବର I ଯଦି ଆପଣ 31 ଡିସେମ୍ବର ପୂର୍ବ ରୁ ନିଜ ର ପ୍ୟାନ ଓ ଆଧାର କାର୍ଡ ଲିଙ୍କ ନ କରୁଛନ୍ତି ତେବେ ନାନା ସମସ୍ୟା ରେ ପଡିପାରନ୍ତି I ଏହା ଦ୍ୱାରା ଆପଣ ଙ୍କ ର ପ୍ୟାନକାର୍ଡ ର କୌଣସି ବି କ୍ଷେତ୍ର ରେ ଆପଣ ବ୍ୟବହାର କରିପାରିବେ ନାହିଁ I ତେବେ ଲିଙ୍କ କରିବା ର ଶେଷ ତାରିଖ 30 ସେପ୍ଟେମ୍ବର ପୂର୍ବ ରୁ ରହିଥିଲା I ଏହି ପ୍ୟାନକାର୍ଡ ନ ଥିଲେ ଆପଣ ଟ୍ୟାକ୍ସ ରିଟର୍ନ ମଧ୍ୟ ଦେଇପାରିବେ ନାହିଁ I ପୂର୍ବ ରୁ 31 ଅଗଷ୍ଟ ପର୍ଯ୍ୟନ୍ତ ମଧ୍ୟ ରିଟର୍ନ ଫାଇଲ କରିଲେ କିଛି ଫାଇନ ଦେବାକୁ ପଡୁ ନ ଥିଲା କିନ୍ତୁ 31 ଅଗଷ୍ଟ ରୁ 31 ଡିସେମ୍ବର ମଧ୍ୟ ରେ ରିଟର୍ନ ଫାଇଲ କରିଲେ ଆପଣ ଙ୍କୁ 5000 ଟଙ୍କା ଜୁର୍ମାନା ଦେବାକୁ ପଡୁଥିଲା I 1 ଜାନୁୟାରୀ 2020 ରୁ ଏହି ଦଣ୍ଡ ବିଧାନ ରାଶି 10000 ଟଙ୍କା ହେଇଯାଇଛି I ଯେଉଁ ଲୋକ ଙ୍କ ର ରୋଜଗାର 500000 ଲକ୍ଷ ରୁ କମ ସେମାନେ କେବଳ 1000 ଟଙ୍କା ହିଁ ଦଣ୍ଡ ବିଧାନ ରାଶି ଦେବେ I

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମ୍ୟାଗନେଟିକ ଯୁକ୍ତ କାର୍ଡ ପରିବର୍ତନ କରିବା ର ଅନ୍ତିମ ତାରିଖ 1 ଜାନୁୟାରୀ 2020 ନିର୍ଧାରିତ ରହିଛି I 2 ତାରିଖ ରୁ ଏହି କାର୍ଡ ବେକାର ହେଇଯିବ I ଯାହା ଦ୍ୱାରା ଆପଣ ଏହି ବ୍ୟବହାର କରିପାରିବେ ନାହିଁ I

ସର୍ଭିସ ଟ୍ୟାକ୍ସ ଓ ଏକ୍ସାଇଜ ଡିଉଟି ସହିତ ଜଡିତ ସବୁ ସମସ୍ୟା ର ସମାଧାନ ପାଁଇ “ସବକା ବିଶ୍ୱାସ ଯୋଜନା” 31 ଡିସେମ୍ବର ରେ ଶେଷ ହେଇଯିବ I ଏହି ଯୋଜନା ଆଉ ଆଗ କୁ ବୃଦ୍ଧି ହେବ ନାହିଁ I ବିଗତ ବର୍ଷ ବଜେଟ ରେ ଏହି ଯୋଜନା ଆରମ୍ଭ ହେଇଥିଲା I

ଆଗାମୀ ବର୍ଷ ରୁ ଗ୍ରାହକ ମାନେ ବ୍ୟାଙ୍କ ରେ NEFT ଟ୍ରେନ୍ରୁଜେକ୍ସନ କରିବା କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ I 16 ଡିସେମ୍ବର ରୁ 24 ଘଣ୍ଟା NEFT ସେବା ଆରମ୍ଭ ହେଇଚି I

GST ରେଜିଷ୍ଟ୍ରେସନ ପ୍ରକ୍ରିୟା କୁ ସହଜ କରିବା କୁ ଆଧାର ଦ୍ୱାରା GST ରେଜିଷ୍ଟ୍ରେସନ କରିବା ର ନିଷ୍ପତି ନିଆ ଯାଇଛି I ଏବଂ ରିଟର୍ନ ଫାଇଲିଂ ର ତାରିଖ 2 ମାସ ବୃଦ୍ଧି କରାଯାଇ 30 ଅଗଷ୍ଟ 2019 ରଖାଯାଇଥିଲା I ଏବଂ ନୂତନ ରିଟର୍ନ ଫାଇଲିଂ 1 ଜାନୁୟାରୀ 2020 ରୁ ଆରମ୍ଭ ହେବ I