ଏବେ ଏପରି ଦେଖା ଯାଉଛନ୍ତି ବାହୁବଲୀର ଦେବସେନା, ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ, କହିବେ ଏମିତି କେମିତି ହେଇଗଲା

ପ୍ରସିଦ୍ଧ ଚଳଚିତ୍ର ‘ବାହୁବଲୀ-୨’ ରେ ଦେବସେନା ଭୂମିକାରେ ଅଭିନୟ କରୁଥିବା ଅନୁଷ୍କା ଶେଟ୍ଟୀ ତାଙ୍କ ଅଭିନୟରେ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି। ତେବେ ଚଳଚ୍ଚିତ୍ର ହିଟ୍ ହେବା ପୂର୍ବରୁ ନିର୍ମାତାମାନେ ଅନୁଷ୍କା ଶେଟ୍ଟୀଙ୍କୁ ପ୍ରତ୍ୟାଖାନ କରିଥିଲେ | ସୂଚନା ଅନୁଯାୟୀ ଅନୁଷ୍କାଙ୍କ ପ୍ରକୃତ ନାମ ହେଉଛି ‘ସ୍ବୀଟି ଶେଟ୍ଟୀ’ | ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଅନୁଷ୍କା ଯୋଗ ପ୍ରଶିକ୍ଷକ ଥିଲେ। 2005 ମସିହାରେ ସେ ତେଲୁଗୁ ଚଳଚ୍ଚିତ୍ର ‘ସୁପର’ ରେ ଡେବ୍ୟୁ କରିଥିଲେ |

ସେ ଏହି ଚଳଚ୍ଚିତ୍ର ‘ସୁପର’ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି | ତେବେ,ତାଙ୍କ କ୍ୟାରିୟରର ସବୁଠାରୁ ବଡ ସଫଳତା ହେଉଛି 2006 ମସିହା ରେ ରିଲିଜ ହୋଇଥିବା ‘ବିକ୍ରମାର୍କୁଡୁ’ ଚଳଚ୍ଚିତ୍ର | ଏହି ଚଳଚିତ୍ର ର ନିର୍ଦେଶକ ହଉଛନ୍ତି ବାହୁବଳୀ ଚଳଚିତ୍ର ର ଏସ ରାଜମଉଲି |

ଏହା ବ୍ୟତୀତ ଅନୁଷ୍କା ଶେଟ୍ଟୀଙ୍କ ହିଟ୍ ଫିଲ୍ମ ‘ରୁଦ୍ରମାଦେବୀ’ ମଧ୍ୟ ଏକ ଐତିହାସିକ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ବାହୁବଲୀର ଭାଲାଲଦେବ ଭୂମିକାରେ ଅଭିନୟ କରୁଥିବା ତାଙ୍କ କୋ-ଷ୍ଟାର ରାଣା ଦଗୁବାଟି ଅଭିନୟ କରିଥିଲେ। ପ୍ରଭାସଙ୍କ ସହ ସେ ‘ବିଲା’ ଏବଂ ‘ମିର୍ଚି’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନୁଷ୍କା ଏବଂ ପ୍ରଭାସଙ୍କ ଯୋଡି ଏକ ହିଟ୍ ଅନସ୍କ୍ରିନ ଯୋଡି।

ଏହା ବ୍ୟତୀତ ଅନୁଷ୍କା ଶେଟ୍ଟୀ ବାହୁବଲୀର ନିର୍ଦ୍ଦେଶକ ଏସ୍ ରାଜାମଉଲିଙ୍କ ସହ ଆଉ ତିନୋଟି ଚଳଚ୍ଚିତ୍ର ରେ କାମ କରିଛନ୍ତି | ଅନୁଷ୍କା ବାହୁବଲୀରେ ଦେବସେନା ଭୂମିକାରେ ନିପୁଣ ଅଭିନୟ କରିଛନ୍ତି | ସେ ଦେବସେନା ଭୂମିକାରେ ,ଅମରେନ୍ଦ୍ର ବାହୁବଳୀଙ୍କ ପତ୍ନୀ ଏବଂ ମହେନ୍ଦ୍ର ବାହୁବଳୀଙ୍କ ମା ଭାବେ ଅଭିନୟ କରିଥିବା ବେଳେ ତାଙ୍କ ସ୍ୱାମୀ ଏବଂ ପୁତ୍ର ଭୂମିକାରେ ପ୍ରଭାସ ଅଭିନୟ କରିଛନ୍ତି |

ପ୍ରକାଶଥାଉକି ‘ବାହୁବଲୀ-୨’ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ର ଆଖ୍ୟା ପାଇଛି | ଏହି ଚଳଚ୍ଚିତ୍ରଟି 1000 କୋଟି ଟଙ୍କା ଆୟ କରିଛି। ଏଥି ସହିତ ‘ବାହୁବଲୀ 2’ ର ହିନ୍ଦୀ ସଂସ୍କରଣ 400 କୋଟି ଟଙ୍କାର କ୍ଲବରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରଥମ ଚଳଚ୍ଚିତ୍ରର ଆଖ୍ୟା ପାଇଛି |