ଦୁନିଆ ରେ ଅନେକ ଲୋକେ ଅବାଂଛିତ ଗର୍ଭ ରୁ ବଂଚିବାକୁ ସମ୍ବନ୍ଧ ରଖିବା ସମୟ ରେ କଣ୍ଡୋମ ର ବ୍ୟବହାର କରିଥାନ୍ତି I କିମ୍ବା ଆଉ କିଛି ଲୋକେ ନସବନ୍ଧୀ ର ସହାୟତା ନେଇଥାନ୍ତି I
କିନ୍ତୁ ଅନେକ କ୍ଷେତ୍ର ରେ ମହିଳା ଙ୍କ ଶରୀର ଉପରେ ଏହା ର ଖରାପ ପ୍ରଭାବ ପଡିଥାଏ I କିନ୍ତୁ ପୁରୁଷ ଙ୍କ ପାଁଇ କଣ୍ଡୋମ ର ବିକଳ୍ପ ଆଉ କିଛି ଆସିନାହିଁ I ପୁରୁଷ ଙ୍କ ପାଖ ରେ ଅବାଂଛିତ ଗର୍ଭ ରୁ ରକ୍ଷା ପାଇବାକୁ ସର୍ଜରୀ ଦ୍ୱିତୀୟ ବିକଳ୍ପ ଅଟେ I କିନ୍ତୁ ବର୍ତମାନ ଜନ୍ମ ନିୟନ୍ତ୍ରଣ କୁ ରୋକିବାକୁ ନ୍ୟାସନାଲ ହେଲଥ ବିଭାଗ ଏକ ଜେଲ ଉପରେ ରିସର୍ଚ୍ଚ କରୁଛି ଯଦି ଏହା ସଫଳ ହେବ ତ ଆଉ କଣ୍ଡମ ବ୍ୟବହାର ଆବଶ୍ୟକ ପଡିବ ନାହିଁ I
ଏହି ଜେଲ ବ୍ୟବହାର ରେ ପୁରୁଷ ଙ୍କ ର ସ୍ପରମ ପ୍ରଡକ୍ସନ ରୋକାଯାଇପାରିବ ଏବଂ ଏହା ର ଗବେଷଣା 420 ଜଣ ଦମ୍ପତି ଙ୍କ ଉପରେ କରାଯାଇଛି I 4 ରୁ 12 ସପ୍ତାହ ଏହା ଉପରେ ଗବେଷଣା କରାଯାଇଛି ଏବଂ ଦେଖିବାକୁ ମିଳିଛି ଏହା ଯୌନସମ୍ବନ୍ଧ ସମୟ ରେ କଣ୍ଡମ ର ବିକଳ୍ପ ଅଟେ I
ବର୍ତମାନ ସମୟ ରେ କଣ୍ଡମ ବ୍ୟବହାର ସତ୍ୱେ ମଧ୍ୟ 13 ପ୍ରତିସଦ ଆଶଙ୍କା ରହିଥାଏ ଗର୍ଭଧାରଣା ର I ଏବଂ କଣ୍ଡମ ର ବାରମ୍ବାର ବ୍ୟବହାର ଶରୀର ପାଁଇ ମଧ୍ୟ ହାନିକାରକ ହେଇଥାଏ I ଅନ୍ୟପଟେ ସର୍ଜରୀ ମଧ୍ୟ ବ୍ୟାବହୁଳ ଅଟେ I କିନ୍ତୁ ଏହି ଜେଲ ଆଗାମୀ ସମୟ ରେ ବହୁତ ଚାହିଦା ହେବାକୁ ଯାଉଛି I