ବନ୍ଦ ହେବାକୁ ଯାଉଛି ଏହି ୪ଟି ପେମେଣ୍ଟ ବ୍ୟାଙ୍କ, ଯଦି ଏଠି କିଛି ପଇସା ରଖିଛନ୍ତି ତେବେ ଶୀଘ୍ର କାଢି ନିୟନ୍ତୁ !

ପେମେଂଟ ବ୍ୟାଙ୍କ ଯେଉଁଥିରେ କିଛି ସୀମିତ ବ୍ୟାଙ୍କିଙ୍ଗ କାର୍ଯ୍ୟ ପ୍ରକ୍ରିୟା ରହିଥାଏ I ଏହା ଗ୍ରାହକ ଙ୍କ ର ଟଙ୍କା କୁ ରଖିପାରିବ କିନ୍ତୁ ଲୋନ ଦେବ ନାହିଁ I ଏବଂ ଏହି ବ୍ୟାଙ୍କ ର ପରିଚାଳନା ସମ୍ପୂର୍ଣ ରୂପେ ମୋବାଇଲ ଦ୍ୱାରା ହେଇଥାଏ I

ଆଦିତ୍ୟ ବିର୍ଲା ସମୂହ ଆଇଡ଼ିଆ ପେମେଂଟ ବ୍ୟାଙ୍କ ବନ୍ଦ କରିବା କୁ ନିଷ୍ପତି ନେଇଛନ୍ତି I କମ୍ପାନୀ ଏହା ର କାରଣ ରେ ଏହା ସ୍ପଷ୍ଟ କରିଛି କି କିଛି ଅପ୍ରତ୍ୟାଶିତ ଘଟଣା ଘଟୁଛି I ଆରବିଆଇ 3 ଗୋଟି ନୋଟିଫିକେସନ ଜାରି କରିଛନ୍ତି I ତାଙ୍କ କହିବା ଅନୁସାରେ ମୁମ୍ବାଇ ହାଇକୋର୍ଟ 18 ସେପ୍ଟେମ୍ବର 2019 ରେ ଆଇଡିଆ କୁ ପେମେଂଟ ବ୍ୟାଙ୍କ ଲିମିଟେଡ଼ ରୂପେ ସ୍ୱୀକାର କରିଛି I

ଗ୍ରାହକ ଙ୍କ ପାଁଇ ସନ୍ଦେଶ
ଫ୍ରେବୁଆରି ମାସ 2018 ରେ ଆଇଡିଆ ପେମେଂଟ ବ୍ୟାଙ୍କ ଭାରତ ରେ ନିଜ ର ବ୍ୟବସାୟ ଆରମ୍ଭ କରିଥିଲା I କିନ୍ତୁ ବର୍ତମାନ ଏହି ବ୍ୟବସାୟ ବନ୍ଦ ହେବାକୁ ଯାଉଛି I ଆଇଡ଼ିଆ କମ୍ପାନୀ ନିଜ ୱେବସାଇଟ www.adityabirla.bank ରେ ଏହି ସୂଚନା ଦେଇଛି i ଏବଂ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯଥାଶୀଘ୍ର ଗ୍ରାହକ ମାନେ ନିଜ ନିଜ ର ଜମା ପୁଞ୍ଜି ଫେରାଇ ନେବା ଉଚିତ I

ବ୍ୟବସାୟ ବନ୍ଦ
ଆଇଡ଼ିଆ ପେମେଂଟ ବ୍ୟାଙ୍କ ଛଡା ଟେକ ମହିନ୍ଦ୍ର , ଚୋଳମଣ୍ଡଲ ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ କମ୍ପାନୀ , ଆଇଡିଏଫସି ବ୍ୟାଙ୍କ ଲିମିଟେଡ଼ ଓ ଟେଲିନର ଫାଇନାନସିଲ ସର୍ଭିସୀସେସ କମ୍ପାନୀ ଗୁଡିକ ମଧ୍ୟ ନିଜ ନିଜ ର ବ୍ୟବସାୟ ବନ୍ଦ କରିବା କୁ ଯାଉଛନ୍ତି I

ସନ୍ଦେଶ ରେ ନିବେଦନ
କମ୍ପାନୀ ରୁ ପଠାଯାଇଥିବା ସନ୍ଦେଶ ଅନୁସାରେ ଗ୍ରାହକ ଙ୍କ ର ଜମା ରାଶି ରେ ଅନ୍ୟ ବ୍ୟାଙ୍କ ଖାତା କୁ ଟ୍ରାନ୍ସ୍ଫର କରାଯାଇପାରିବ I