ହିମାଞ୍ଚଳ ପ୍ରଦେଶ ର ଝିଅ କିରଣ ଏହି ରାଜ୍ୟ ର ପ୍ରଥମ ମହିଳା ଯିଏ କି ଟ୍ରେନ ଚାଳକ ହେଇଯାଇଛନ୍ତି I ହିମାଞ୍ଚଳ ପ୍ରଦେଶ ର କାଙ୍ଗଡା ଜେଲ ର ପଳମପୁର ଅଂଚଳ ର ନିବାସୀ କିରଣ ପିଲାଦିନ ରୁ ହିଁ ଟ୍ରେନ ଚଳାଇବା ର ସ୍ବପ୍ନ ଦେଖିଥିଲେ I ଏବଂ ଦିନେ କିରଣ ତାଙ୍କ ର ଏହି ସ୍ବପ୍ନ କୁ ସାକାର କରିପାରିଛନ୍ତି I ଏହିପରି କିରଣ ନିଜ ରାଜ୍ୟ ର ପ୍ରଥମ ମହିଳା ଟ୍ରେନ ଚାଳକ ହେଇପାରିଛନ୍ତି I
କାନପୁର ରେ ପ୍ରସିକ୍ଷଣ ନେଉଛନ୍ତି
କିରଣ ପଳମପୁର ର ମସେରନା ଗ୍ରାମ ରେ ନିଜ ପରିବାର ସହ ରୁହନ୍ତି I ବର୍ତମାନ କିରଣ କାନପୁର ରେ ରେଳଗାଡ଼ି ଚଳାଇବା ର ପ୍ରସିକ୍ଷଣ ନେଉଛନ୍ତି I ତାଙ୍କ ର ଏହି ପ୍ରସିକ୍ଷଣ 25 ମାର୍ଚ୍ଚ ରେ ପୁରା ହେବାକୁ ଯାଉଛି I ଏହି ପ୍ରସିକ୍ଷଣ ପୁରା ହେବା ପରେ କିରଣ ଆସିଷ୍ଟାଣ୍ଟ ଲୋକ ପାଇଲଟ ରୂପେ ରେଳ ବିଭାଗ ରେ ନିଯୁକ୍ତ ହେବେ I
କିରଣ ଙ୍କ ର ପିତା ରାଜେନ୍ଦ୍ର କୁମାର ଏସଡିଏମ ପାଲମପୁର ର ଚାଳକ ରୂପେ କାମ କରନ୍ତି I କିରଣ ଙ୍କ ର ପିତା ରାଜେନ୍ଦ୍ର କୁମାର ଙ୍କ ର ତିନି ସନ୍ତାନ ଅଛନ୍ତି ଓ ସେ ଦ୍ୱିତୀୟ ସନ୍ତାନ ଅଟନ୍ତି I ଆରମ୍ଭ ରୁ ହିଁ କିରଣ ଟ୍ରେନ ଚଳାଇବା ର ସ୍ବପ୍ନ ଦେଖିଥିଲେ I ତେଣୁ ସେ ଇଲେକ୍ଟ୍ରୋନିକ ରେ ଡିପ୍ଲୋମା କରିଥିଲେ I ପ୍ରାୟ ତିନି ବର୍ଷ ଡିପ୍ଲୋମା କରିବା ପରେ କିରଣ ଆଜି ତାଙ୍କ ଲକ୍ଷ ପଥ ହାସିଲ କରିପାରିଛନ୍ତି I
ଏହା ପରେ କିରଣ ବିଟେକ କରିବା କୁ ପଞ୍ଜାବ ଯାଇଥିଲେ I ବିଟେକ ପାଠପଢା ପୁରା କରିବା ପରେ କିରଣ ରେଳବାଇ ରେ ଚାକିରୀ କରିବା କୁ ଆବେଦନ କରିଥିଲେ I
କିରଣ ଏହି ରେଳ ବିଭାଗ ପରୀକ୍ଷ ରେ ଭଲ ନମ୍ବର ରେ ପାସ ହେଇଥିଲେ I ଏବଂ ରେଳ ବିଭାଗ ରେ ଚାକିରୀ ପାଇଥିଲେ I କାନପୁର ରେ କିରଣ ପ୍ରସିକ୍ଷଣ ଆରମ୍ଭ କରିଦେଇଛନ୍ତି I ଏବଂ ଆଗାମୀ 25 ମାର୍ଚ୍ଚ ରେ ଏହି ପ୍ରସିକ୍ଷଣ ପୁରା ହେବା ପରେ ସେ ଚାକିରୀ ରେ ଯୋଗ ଦେବେ I
1988 ରେ ସୁରେଖା ହେଇଥିଲେ ପ୍ରଥମ ମହିଳା ରେଳଗାଡ଼ି ଚାଳକ
ଭାରତୀୟ ରେଳ ବିଭାଗ ର ପ୍ରଥମ ମହିଳା ରେଳ ଚାଳକ ସୁରେଖା ଯାଦବ ହେଇଥିଲେ I ସୁରେଖା 1988 ମସିହା ରେ ରେଳ ଗାଡି ଚଳାଇଥିବା ଶିଖିଥିଲେ I ଏବଂ ତାଙ୍କ ର ପ୍ରଥମ ପୋଷ୍ଟିଙ୍ଗ ହେଇଥିଲା ମହାରାଷ୍ଟ୍ର ଛତ୍ରପତି ଶିବାଜୀ ଟର୍ମିନାଲ ରେ I କିରଣ ହିମାଞ୍ଚଳ ପ୍ରଦେଶ ର ପ୍ରଥମ ଏପରି ମହିଳା ଯିଏ କି ରେଳ ଗାଡି ଚାଳକ ହେଇଛନ୍ତି I ହିମାଞ୍ଚଳ ପ୍ରଦେଶ ର ଅଗଣିତ ଯୁବତୀ ଙ୍କ ପାଁଇ ସେ ଏକ ଆଦର୍ଶ ଅଟନ୍ତି I