ଅଲବର ଜିଲ୍ଲା ରେ ଏହିପରି ଏକ ଘଟଣା ଘଟିଯାଇଛି ଯାହା କି ବାପ ଝିଅ ର ପବିତ୍ର ସମ୍ପର୍କ କୁ କଳଙ୍କିତ କରିଛି I ଅଲବର ବଡୋଦାମେବି ଅଂଚଳ ରେ ଜଣେ ପିତା ନିଜ ନାବାଳିକା ପୁତ୍ରୀ ଙ୍କ ସହ ବଳାତ୍କାର କରିଥିଲେ I ପୋଲିସ ଆରୋପି ପିତା ଙ୍କୁ ଗିରଫ କରିଛି I
ପୋଲିସ ଅନୁସାରେ ବଡୋଦାମେବି ଅଂଚଳ ରେ ଜଣେ ପିତା ଶନିବାର ବିଳମ୍ବିତ ରାତି ରେ 11 ବର୍ଷୀୟ ନାବାଳିକା ଝିଅ ଙ୍କ ସହ ବଳାତ୍କାର କରିଥିଲେ I ନାବାଳିକା କାନ୍ଦିବା ର ଶବ୍ଦ ଶୁଣି ପୀଡିତା ଙ୍କ ର ଦାଦା ଘଟଣା ସ୍ଥାନ କୁ ଆସିଥିଲେ I ଏବଂ ଦାଦା ଙ୍କ ର ଆସିବା ଦେଖି ଆରୋପି ପିତା ଘଟଣା ସ୍ଥାନ ରୁ ଫେରାର ହେଇଯାଇଥିଲେ I ଏହା ପରେ କୁନି ଝିଅ ଟି ର ସବୁ ସମସ୍ୟା ଜାଣିବା ପରେ ଝିଅ ର ଦାଦା ସଂଗେ ସଂଗେ ଝିଅ ଟି କୁ ଥାନା କୁ ନେଇଯାଇଥିଲେ I ଏବଂ ସେଠାରେ ଯୁବତୀ ନିଜ ପିତା ଙ୍କ ନାମ ରେ ବଳାତ୍କାର ମାମଲା ରୁଜୁ କରିଛନ୍ତି I
ଏହି ସମ୍ବନ୍ଧ ରେ ପୋଲିସ କହିଛି କି ନାବାଳିକା ର ଦାଦା ଙ୍କ ର ରିପୋର୍ଟ ଆଧାର ରେ ପିଡିତା ଙ୍କ ର ମେଡିକାଲ ଯାଞ୍ଚ ହେଇଚି I ପୋଲିସ ଏହି ମାମଲା କୁ ଗମ୍ଭୀରତା ର ସହ ନେଇଛି ଓ ଆରୋପି ପିତା ଙ୍କୁ ଗିରଫ କରିଛି I
ଏହି ଯୁବତୀ ଙ୍କ ର ପିତା ସର୍ବଦା ମଦ୍ୟପାନ କରନ୍ତି I ଆରୋପି ବ୍ୟକ୍ତି ଙ୍କ ର ପତ୍ନୀ ମଧ୍ୟ ତାଙ୍କୁ ଦୁଇ ବର୍ଷ ତଳେ ଛାଡି ଚାଲିଯାଇଥିଲେ I