ଯେପରି କି ଆପଣ ଜାଣିଛନ୍ତି ଆମ ସମାଜ ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକେ ସାପ କାମୁଡିବା ରେ ହିଁ ମରିଥାନ୍ତି I ଏବଂ ଜଣେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜୀବିତ ହେବା ସମ୍ବନ୍ଧ ରେ ଆପଣ କେବଳ ଟିଭି ସିରିଏଲ ରେ ହିଁ ଦେଖିଥିବେ I କିନ୍ତୁ ଏହି ପରି ଏକ ଘଟଣା ବାସ୍ତବ ରେ ଘଟିଛି I ବୁଲଣ୍ଡସହର ରେ ଏହିପରି ଏକ ମାମଲା ଦେଖିବାକୁ ମିଳିଛି I ଯାହା ପରେ ଖାଲି ଗ୍ରାମ ରେ ନୁହେଁ ଅନେକ ଆଡେ ଏହା ର ଚର୍ଚା ଜୋର ଧରିଛି I
ଖବର ମୁତାବିକ ଏହି ଗ୍ରାମ ରେ 12 ବର୍ଷ ପୂର୍ବ ରେ ଏକ ପିଲାଟି କୁ ସାପ କାମୁଡି ଦେଇଥିଲା I ଯାହା ପରେ ଘର ଲୋକେ ପିଲାଟି କୁ ମୃତ ଭାବିନେଇଥିଲେ I ସେ ସମୟ ରେ ଡାକ୍ତର ବି ପିଲାଟି କୁ ମୃତ ଘୋଷିତ କରିଥିଲେ I ଏହା ପରେ ପିଲାଟି ର ଘର ଲୋକେ ପୁରା ପାରମ୍ପରିକ ରୀତିନୀତି ରେ ପିଲାଟି ର ରୀତିନୀତି ଅନୁସାରେ ଶବ ସତ୍କାର କରିବାକୁ ଯାଇଥିଲେ I କିନ୍ତୁ ପିଲାଟି ଅଚାନକ ଏତେ ବର୍ଷ ପରେ ବଡ଼ ହେଇ ଘର କୁ ଫେରିଛି I ଘଟଣାଟି ଖନପୁର ଅଂଚଳ ର ଅଟେ ଏହି ଅଂଚଳ ରେ ଅଲାମପୁର ଗ୍ରାମ ର ନିବାସୀ ମଦନ ସିଂ ପୁଅ କୁ 12 ବର୍ଷ ପୂର୍ବ ରେ ସାପ କାମୁଡି ଦେଇଥିଲା I ଲୋକେ ପିଲାଟି ର ଶବ କୁ ନଦୀ ରେ ଭସାଇ ଦେଇଥିଲେ I
ସେ ସମୟ ରେ ପିଲାଟି ମାତ୍ର 3 ବର୍ଷ ର ଥିଲା ସେ ସମୟ ରେ ପିଲାଟି କୁ ସାପ କାମୁଡି ଦେଇଥିଲା I ଘର ଲୋକେ ଗ୍ରାମ ର ଡାକ୍ତର ଙ୍କୁ ଡାକି ଦେଖାଇଥିଲେ ଓ ଡାକ୍ତର ବି ପିଲାଟି କୁ ମୃତ ଘୋଷିତ କରିଥିଲେ I କିନ୍ତୁ ପିଲାଟି ର ଶବ କୁ ନଦୀ ରୁ କିଛି ସାପୁଆ କେଳା ଉଦ୍ଧାର କରିଥିଲେ ଏବଂ ପିଲାଟି କୁ ସୁସ୍ଥ କରିଥିଲେ I
ଖବର ମୁତାବିକ 4 ଦିନ ପୂର୍ବ ରୁ ହିଁ 12 ବ୍ରସ ର ଗଗନ ଏକ ସାପୁଆ କେଳା ସହ ନିଜ ଗ୍ରାମ ରେ ଆସି ପହଞ୍ଚିଥିଲା I ଘର ଲୋକେ ପିଲାଟି କୁ ସହଜ ରେ ଚିନହୀ ପାରି ନ ଥିଲେ ଏହା ପରେ ପିଲାଟି ର ଦେହ ରେ ଚିହ୍ନ ଦେଖିବା ପରେ ହିଁ ଘର ଲୋକେ ଚିନ୍ହିଥିଲେ I ପିଲାଟି ର ମା ଗାୟତ୍ରୀ ଓ ପିତା ମଦନ ସିଂ ଙ୍କୁ ସେହି ସାପୁଆ କେଳା ପିଲାଟି କୁ ପୁଣି ହସ୍ତାନ୍ତର କରିଥିଲେ I
ଏହିପରି ଘଟଣା ପୂର୍ବ ରୁ ବି ନଜର କୁ ଆସିଥିଲା I ସାପ କାମୁଡିବା ପରେ ଡାକ୍ତର ବି ପିଲାଙ୍କୁ ମୃତ ଘୋଷିତ କରିଥାନ୍ତି କିନ୍ତୁ ଅନେକ ବର୍ଷ ପରେ ସେହି ବ୍ୟକ୍ତି ପୁଣି ଘର କୁ ଫେରିଆସିଥାନ୍ତି I ସାପ କାମୁଡିଥିବା ବ୍ୟକ୍ତି ଙ୍କୁ ସାଧାରଣ ବ୍ୟକ୍ତି ଙ୍କ ପରି ଜଳାଯାଇ ନ ଥାଏ I କାରଣ ହୁଏତ ସେହି ବ୍ୟକ୍ତି ଙ୍କ ର ଜୀବନ ବଂଚିପାରିବ I