ବାରମ୍ବାର ଓଭରଲୋଡ଼ର କଥା କହୁଛନ୍ତି କୋହଲି ବାହିନୀ, ବର୍ଷକୁ କେତେ ଦିନ ମ୍ୟାଚ ଖେଳୁଛନ୍ତି ଜାଣନ୍ତୁ

ଭାରତୀୟ ଟିମ ଓ ଖେଳାଳି ଙ୍କ ର କାର୍ଯ୍ୟ ବ୍ୟସ୍ତତା କୁ ନେଇ ଦୀର୍ଘ ସମୟ ହେବ ଆଲୋଚନା ଜାରି ରହିଛି I ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ଏହି ବିଷୟ ରେ ଚିନ୍ତା ପ୍ରକାଶ କରିଛନ୍ତି I ଟିମ ର ରଟେସନ ପଲିସୀ କାରଣ ରୁ କିଛି ଖେଳାଳି ଙ୍କୁ ବିରତି ଦିଆ ଯାଇଥାଏ ତ ଆଉ କିଛି ଖେଳାଳି ଙ୍କୁ ଖେଳିବା କୁ ସୁଯୋଗ ମିଳିଥାଏ I କିନ୍ତୁ ତିନି ଫର୍ମଟ ରେ ଖେଳୁଥିବା ବିରାଟ କୋହଲି , ରୋହିତ ଶର୍ମା , ଯଶପ୍ରୀତ ବୁମରାହ ଓ ମୋହମ୍ମଦ ସମୀ ଙ୍କ ପରି ଖେଳାଳି ବର୍ଷ କୁ 300 ଦିନ ବ୍ୟସ୍ତ ରହିଥାନ୍ତି I ଏହି ବିଷୟ ରେ ଆଲୋଚନା ନିଜେ ବିରାଟ କୋହଲି କରିଛନ୍ତି I

ଭାରତୀୟ ଟିମ ଅନ୍ତରାଷ୍ଟ୍ରୀୟ ସ୍ତର ରେ ବର୍ଷ କୁ 36 ଗୋଟି ମ୍ୟାଚ ଖେଳିଥାଏ I ଟିମ ର ଯିବା ଆସିବା ଓ ଅଭ୍ୟାସ ଆଦି କୁ ମିଶାଇ ଟିମ ର ଖେଳାଳି ମାନେ ବର୍ଷ କୁ 300 ଦିନ ରୁ ଅଧିକ ସମୟ ବ୍ୟସ୍ତତା ରେ ରହିଥାନ୍ତି I ସେହିପରି ଅଧିକାଂଶ ଖେଳାଳି IPL ଓ ଟି 20 ଲିଗ ରେ ମଧ୍ୟ ଯୋଗ ଦେଇଥାନ୍ତି I

ବିରାଟ କୋହଲି ଙ୍କ ଡେବ୍ୟୁ 18 ଅଗଷ୍ଟ 2008 ରେ କରିଥିଲେ I ଇତି ମଧ୍ୟ ରେ 84 ଟେଷ୍ଟ , 248 ୱାନଡେ ଓ 82 ଟି 20 ମ୍ୟାଚ ଖେଳିଥିଲେ I ନିଜ ର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ରେ ବିରାଟ କୋହଲି 750 ଦିନ ମୈଦାନ ରେ ବିତାଇଛନ୍ତି I

ବିରାଟ କୋହଲି ତିନି ଫର୍ମଟ ରେ ବର୍ତମାନ ପର୍ଯ୍ୟନ୍ତ 414 ଗୋଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି I ବିଗତ ବର୍ଷ 2019 ରେ ବିରାଟ ସବୁଠାରୁ ଅଧିକ 44 ଗୋଟି ମ୍ୟାଚ ଖେଳିଥିଲେ I ଏହା ପୂର୍ବ ରୁ 2011 ରୁ 2013 ମଧ୍ୟ ରେ 43-43 ଗୋଟି ମ୍ୟାଚ ଖେଳି ସାରିଛନ୍ତି I

ଭାରତୀୟ ଟିମ ର ମଧ୍ୟ ଅନେକ ଖେଳାଳି ବିଗତ ଅନେକ ଦିନ ହେବ କମ ସମୟ ବିରତି ନେଇଛନ୍ତି I ଟିମ ବିଗତ ବର୍ଷ 22 ୱାନଡେ , 20 ଟି 20 ଓ 7 ଟେଷ୍ଟ ମ୍ୟାଚ ଖେଳିଛନ୍ତି I ଭାରତୀୟ ଟିମ 9 ମାସ ମଧ୍ୟ ରେ ପ୍ରାୟ 132 ଦିନ ମୈଦାନ ରେ ବିତାଇଛନ୍ତି I

2019 ରେ ଭାରତୀୟ ଟିମ ପ୍ରାୟ 79 ଦିନ ମୈଦାନ ରେ ବିତାଇଛନ୍ତି I ଅର୍ଥାତ ପ୍ରତି 5 ଦିନ ବ୍ୟବଧାନ ରେ ଭାରତୀୟ ଟିମ କୌଣସି ନା କୌଣସି ମ୍ୟାଚ ଖେଳିଥାନ୍ତି I 2018 ମସିହା ରେ ଭାରତୀୟ ଟିମ ସବୁଠାରୁ ଅଧିକ 14 ଟେଷ୍ଟ ମ୍ୟାଚ ଖେଳିଛି I ଏହିପରି ଭାବ ରେ ଭାରତୀୟ ଟିମ ଅଧିକାଂଶ ସମୟ ନିଜ ର ମ୍ୟାଚ ରେ ବ୍ୟସ୍ତ ରହିଥାନ୍ତି I