ସାଉଥ ଦିଲ୍ଲୀ ରେ ମହାରାଳୀ ଅଂଚଳ ରେ ଚଳନ୍ତା ବସ ରେ ଏପରି ଏକ ଲଜ୍ୟାକର ଘଟଣା ଘଟିଯାଇଛି I ଏଠାରେ ଜଣେ ଯୁବତୀ ଙ୍କୁ ଜଣେ ଯୁବକ ବାରମ୍ବାର ଦେଖିବାକୁ ନେଇ ବିରୋଧ କରିଥିଲେ ତ ଏହା କୁ ନେଇ ଯୁବକ ଉକ୍ତ ଯୁବତୀ ଙ୍କ ର ସହ ଅଶ୍ଳୀଳ ହରକତ କରିବା ଆରମ୍ଭ କରିଥିଲେ I ଏବଂ ଏହା ପରେ ଯୁବତୀ ସାହସ ଦେଖାଇ ସେହି ବସ ମଧ୍ୟ ରେ ହିଁ ଯୁବକ ଙ୍କୁ ମାଡ଼ ମାରିଥିଲେ I ଏବଂ ଏହା ପରେ ପୋଲିସ କୁ ସୂଚନା ଦେଇଥିଲେ I ବସ ଟି ଅଟକିବା ପରେ ଆରୋପି ମୁକେଶ ରଞ୍ଜନ ଙ୍କୁ ପୋଲିସ ଗିରଫ କରିଦେଇଛି I
ବିବାହିତା ଆରୋପି ରଙ୍ଗପୁରୀ ରେ ଏକ ଇଭେଣ୍ଟ କମ୍ପାନୀ ରେ ଚାକିରୀ କରନ୍ତି I ଏହି ସମ୍ପୂର୍ଣ ଘଟଣା ରେ ଉପସ୍ଥିତ ଯାତ୍ରୀ କେବଳ ଦେଖେନାହାରି ହେଇ ଦେଖୁଥିଲେ I ଏପରି କି ଯୁବତୀ ନିଜେ ହିଁ ପୋଲିସ କୁ ଫୋନ କରି ଡାକିଥିଲେ I ଏବଂ ସେଠାରେ ଜଣେ ବ୍ୟକ୍ତି ହିଁ ଆରୋପି ଙ୍କୁ ବାନ୍ଧି ରଖିଥିଲେ I ସଙ୍ଗମ ରେ ଏହି 26 ବର୍ଷୀୟ ଯୁବତୀ ନିଜ ପରିବାର ସହ ହିଁ ରହୁଛନ୍ତି I ଏବଂ ଏକ ମିଡ଼ିଆ କମ୍ପାନୀ ରେ କାମ କରୁଛନ୍ତି I ସେ ମଙ୍ଗଳବାର ରାତି ରେ ବସ ନମ୍ବର 17 ରେ ରାତି ପ୍ରାୟ 9.15 ରେ ଘର କୁ ଯାଉଥିଲେ I ବସ ରେ ଅନେକ ପାସେଞ୍ଜର ଥିଲେ I ଏବଂ ସେଠାରେ ଜଣେ ଯୁବକ ଉକ୍ତ ଯୁବତୀ ଙ୍କୁ ଖରାପ ନଜର ରେ ଦେଖୁଥିଲେ I
କିଛି ସମୟ ପରେ ଯୁବତୀ ଙ୍କୁ ଯୁବକ ବାରମ୍ବାର ଦେଖିବା ପରେ , ଯୁବତୀ ଏହା ର ପ୍ରତିବାଦ କରିଥିଲେ I କିନ୍ତୁ ଯୁବକ ଙ୍କ ର ଅଶ୍ଳୀଳତା ବଢିବା କାରଣ ରୁ ଯୁବତୀ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ I ଏହି ସମ୍ପୂର୍ଣ ଘଟଣା ଅଂଧେରୀୟ ଅଂଚଳ ରେ ଘଟିଛି I ଶେଷରେ ଆରୋପି ଯୁବତୀ ଙ୍କୁ ଭଉଣୀ କାହିଁକି ସର୍ବ ସମୁଖ ରେ କ୍ଷମା ମାଗିଥିଲେ I ଏବଂ ପୋଲିସ ଏହା ପରେ ଗିରଫ କରିଥିଲେ I
ଏହିପରି ଏକ ଘଟଣା 7 ଜାନୁଆରୀ ବସନ୍ତ ବିହାର ରେ ଘଟିଛି I ଏଠାରେ ରାମଲଲ ଆନନ୍ଦ କଲେଜ ର ଜଣେ ଛାତ୍ରୀ ନିଜ ଗ୍ରାମ ବସନ୍ତ କୁ ଯାଉଥିଲେ I ବସ ରେ ଜଣେ ଅଧିକ ବୟସ୍କ ବ୍ୟକ୍ତି ତାଙ୍କ ସହ ଅଶ୍ଳୀଳ ଆଚରଣ କରିବା ସହ ଯୁବତୀ ଙ୍କ ର ଭିଡିଓ କରୁଥିଲେ ଏବଂ ଏହା କୁ ସୋସିଆଲ ମିଡ଼ିଆ ରେ ଭାଇରଲ ମଧ୍ୟ କରିଥିଲେ କିନ୍ତୁ ଏହି ଆରୋପି ଧରା ପଡି ନ ଥିଲେ I