ସାପ ଏହି ପୃଥିବୀରେ ଡାଇନୋସର ଯୁଗରୁ ଆସିଛି | ଏତେ ଦିନ ମଧ୍ୟରେ ସାପ ବିଷୟରେ ଆମେ ଅନେକ ଜିନିଷ ଜାଣି ସାରିଚୁ | ତଥାପି ସାପର ଦୁନିଆ ଆଜିବି ରହସ୍ୟମୟ ଦେଖାଯାଏ | କୁହାଯାଏ ଯେ ସାପ ଏହି ପୃଥିବୀରେ 130 ନିୟୁତ ବର୍ଷ ଧରି ରହିଆସୁଛନ୍ତି। ବିଶ୍ୱରେ ପ୍ରାୟ 2500 ପ୍ରଜାତିର ସାପ ଦେଖିବାକୁ ମିଳନ୍ତି | ଏହି ପ୍ରଜାତିର କେବଳ 20 ପ୍ରତିଶତ ବିଷାକ୍ତ | ଭାରତରେ ପ୍ରାୟ 300 ପ୍ରକାରର ସାପ ଦେଖିବାକୁ ମିଳେ | ସାପ ବିଷୟରେ କୁହାଯାଏ ଯେ ସେମାନେ କୌଣସି ଦିନିସ ଚୋବାଇକି ଖାଆନ୍ତି ନାହିଁ ଏହାକୁ ସିଧାସଳଖ ଗିଳି ଦିଅନ୍ତି | ଏମିତିରେ ତ ସାପ ମଣିଷ ମାନଙ୍କ ଉପରେ ଆକ୍ରମଣ କରନ୍ତି ନାହିଁ, କିନ୍ତୁ ଯଦି କେହି ସେମାନଙ୍କ ସହ ଲାଗେ କିମ୍ବା ହଇରାଣ କରେ, ତେବେ ସେମାନେ ସେମାନଙ୍କୁ ଛାଡନ୍ତି ନାହିଁ | ଏପରି ବି କିଛି ସାପ ଅଛନ୍ତି ଯେଉଁମାନେ ବିନା କାରଣରେ ମଣିଷ ମାନଙ୍କ ଉପରେ ଆକ୍ରମଣ କରି ଦିୟନ୍ତି | ଆଜି ଏହି ପୋଷ୍ଟରେ, ଆମେ ସାପ ବିଷୟରେ କହୁଛୁ କାରଣ ଆଜି ଆମେ ଆପଣଙ୍କ ସମସ୍ତଙ୍କ ପାଇଁ ଏକ ରୋଚକ ମାମଲା ଆଣିଛୁ | ଆଜି ଆମେ ଆପଣଙ୍କୁ କାନ୍ନାଉଜର ତିରୱା ତହସିଲର ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ | ଏଠାରେ ରହୁଥିବା ଜଣେ ବିଧବା ମହିଳାଙ୍କ ସହ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସର୍ବଶେଷରେ, ଏହି ବିଧବା ମହିଳାଙ୍କ ସହିତ କ’ଣ ହେଲା, ଆସନ୍ତୁ ଜାଣିବା
ତିରୱା ତହସିଲ ରେ ରହୁଥିବା ଜଣେ ମହିଳାଙ୍କର ସ୍ୱାମୀଙ୍କର ଦୁଇ ବର୍ଷ ପୂର୍ବେ ଦେହାନ୍ତ ହୋଇଥଲା । ସ୍ୱାମୀଙ୍କର ଦେହାନ୍ତ ପରେ ବିଧବା ମହିଳା ତାଙ୍କର ଦୁଇ ସନ୍ତାନଙ୍କ ସହିତ ରୁହନ୍ତି | ମହିଳା ପରିବାର ପ୍ରତିପୋଷଣ ପାଇଁ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି | ସେଦିନ ବି ସବୁଦିନ ଭଳି ମହିଳା ଜଣକ କାମରୁ ଆସି ରତିରେ ଖାଇବା ଖାଇ ତାଙ୍କ ଦୁଇ ପିଲାଙ୍କ ସହ ଶୋଇଥିଲେ। କିନ୍ତୁ ଯେତେବେଳେ ସେ ସକାଳେ ଉଠିଲେ , ତ ଘର ଭିତରର ଅବସ୍ଥା ଦେଖି ସେ ଭୟଭୀତ ହୋଇଗଲେ | ବାସ୍ତବରେ ସେ ଦେଖିଲେ ଯେ ତାଙ୍କ ଘର ଭିତରେ ଦୁଇଟି କଳା ନାଗ ସାପ ଅଛି | ସାପକୁ ଦେଖି ସେ ତାଙ୍କ ଦୁଇ ପିଲାଙ୍କ ସହ ଦୌଡ଼ି ପଳାଇଲେ। ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଆସିଲେ ଓ ସାପକୁ ଧରିବା ପାଇଁ ସାପୁଆ କେଳକୁ ଡାକିଲେଲେ। ସାପୁଆ କେଳା ବିନ୍ ବଜାଇବା ଆରମ୍ଭ କଲା ତାପରେ ସେଠି ଯାହା ଘଟିଲା ତାହାକୁ ଦେଖି ସମସ୍ତଙ୍କ ଝାଳ ବାହାରି ଗଲା |
ବାସ୍ତବରେ, ଯେତେବେଳେ ମହିଳା ଦେଖିଥିଲେ ସେତେବେଳ ସେଠାରେ କେବଳ 2ଟି ସାପ ଥିଲା, କିନ୍ତୁ ଯେତେବେଳେ କେଳା ବିନ୍ ବଜାଇବା ଆରମ୍ଭ କଲା, ସେତେବେଳେ ଗୋଟିଏ ପରେ ଗୋଟିଏ ସେଠାରୁ 18ଟି ସାପ ବାହାରି ଥିଲା | ଏହି ଦୃଶ୍ୟ ଦେଖି ଗ୍ରାମବାସୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଗ୍ରାମବାସୀ ମାନେ ମହିଳାଙ୍କ ପୁରା ଘରକୁ ଖୋଳିବାକୁ ସ୍ଥିର କଲେ। କେଳା ମାନେ ଯେତେବଳେ ଖୋଳିବା ଆରମ୍ଭ କଲେ ସେତେବଳେ ସେଠୁ ସାପ ମାନଙ୍କର ଶହ ଶହ ଅଣ୍ଡା ବାହାରିଲା। କୁହାଯାଉଥିଲା ଯେ ଏହି ସାପଗୁଡିକ ଦୁନିଆର ସବୁଠାରୁ ବିଷାକ୍ତ ସାପ ମାନଙ୍କ ମଧ୍ୟରେ ଗଣାଯାଯାଆନ୍ତି ।
ଗୋଟିଏ ଘରୁ ଏତେ ସଂଖ୍ୟକ ସାପ ବାହାରିବା ପରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖନନ ଦ୍ୱାରା ବିଧବାଙ୍କର ସମ୍ପୂର୍ଣ୍ଣ ଘର ନଷ୍ଟ ହୋଇଯାଇଥିଲା। ସମ୍ପ୍ରତି ମହିଳା ଜଣକ ତାଙ୍କ ଦୁଇ ପିଲାଙ୍କ ସହ ପଡୋଶୀ ଘରେ ରହୁଛନ୍ତି। ଏତେ ସଂଖ୍ୟକ ସାପ ଏବଂ ଅଣ୍ଡା ବାହାରକୁ ଆସିବା ପରେ ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ସେଠାରେ କିଛି ଖଜାନା ଲୁଚି ରହିଥାଇପାରେ। ଲୋକଙ୍କ ମତରେ, ଅନେକ ସାପ ଯେଉଁଠାରେ ରହିଥାନ୍ତି ସେଠି କିଛି ନ କିଛି ନିଶ୍ଚୟ ଲୁଚି ରହିଥାଏ |
ବନ୍ଧୁଗଣ, ଆଶାକରେ ଆପଣଙ୍କୁ ଆମର ଏହି ଆର୍ଟିକିଲ୍ ପସନ୍ଦ ଆସିଥିବ | ଯଦି ଆପଣଙ୍କୁ ଏହା ପସନ୍ଦ ଆସିଛି, ତେବେ ଲାଇକ ଓ ସେୟାର କରିବାକୁ ଭୁଲିବେନି |