ପ୍ରେମ ଦୁନିଆ ର ସବୁଠାରୁ ସୁନ୍ଦର ଅନୁଭୂତି ଅଟେ I କେହି କାହାରି କୁ ହୃଦୟ ରୁ ପ୍ରେମ କରିଲେ ତାଙ୍କୁ ତାଙ୍କ ପ୍ରେମ ଛଡା ଆଉ କିଛି ନଜର ଆସି ନ ଥାଏ I ଏହିପରି ମଧ୍ୟପ୍ରଦେଶ ରେ ଜଣେ ଆକାଶ ନାମ ଜଣେ ଯୁବକ ନିଜ ପ୍ରେମ କୁ ପାଇବା କୁ ଅନେକ କିଛି କରିଛନ୍ତି I ଏପରି କି ନିଜ ଜୀବନ କୁ ବିପଦ ରେ ପକାଇ ଜଣେ ଯୁବତୀ ଙ୍କୁ କୋର୍ଟ ରେ ବିବାହ କରିଥିଲେ I ଏବଂ ଏପରି ପଦକ୍ଷପ ନେଇ ସେ ସମାଜ କୁ ଏକ ସକାରାତ୍ମକ ଚିନ୍ତାଧାରା ପ୍ରଦାନ କରିଛନ୍ତି I
ଆକାଶ ଓ ଭାରତ ଦୁହେଁ ଦଳିତ ସମୁଦାୟ ର ଅଟନ୍ତି I ଏବଂ ଏହି କାରଣ ରୁ ଭାରତୀ ଙ୍କୁ ତାଙ୍କ ପିତାମାତା ବେସ୍ୟାବୃତି ପରି କାର୍ଯ୍ୟ ରେ ଲିପ୍ତ କରାଇ ରଖୁଥିଲେ I ରତଳମ ଜିଲ୍ଲା ଅଂଚଳ ରେ ଖୋଲାଖୋଲି ଦେହ ବ୍ୟବସାୟ କାର୍ଯ୍ୟ ହେଇଥାଏ I ଏହି ଅଂଚଳ ରେ ପିତାମାତା ନିଜ ଘର ର ଝିଅ ଙ୍କୁ ବେସ୍ୟାବୃତି ପରି କାର୍ଯ୍ୟ ରେ ଲିପ୍ତ କରାଇଥାନ୍ତି I ପ୍ରଶାସନ ମଧ୍ୟ ଏପରି ଘଟଣା ରେ ନିରବ ରହିଛି I
ଆଜତକ ର ରିପୋର୍ଟ ଅନୁସାରେ ଏହି ଦଳିତ ସମାଜ ର ଦୁଇ ପ୍ରେମୀ ପରସ୍ପର କୁ ପ୍ରେମ କରୁଥିଲେ I ଆକାଶ ମଧ୍ୟ ଭାରତୀ ଙ୍କୁ ଏହି ନର୍କ ଯନ୍ତ୍ରଣା ରୁ ଉଦ୍ଧାର କରିବା କୁ ନିଷ୍ପତି ନେଇଥିଲେ I ତେଣୁ ସେ ପୋଲିସ କୁ ଜଣାଇଥିଲେ I ଏବଂ ଫ୍ରିଡମ ଫାର୍ମ ନାମ ଏକ NGO ସଂଗଠନ ର ସହାୟତା ମଧ୍ୟ ନେଇଥିଲେ I ତିନି ବର୍ଷ ତଳେ ଆକାଶ ଭାରତୀ ଙ୍କୁ ସାକ୍ଷ୍ୟାତ କରିଥିଲେ ଏବଂ ସେ ସମୟ ରେ ଭାରତୀ ନାବାଳିକା ଥିଲେ I ଭାରତୀ ଙ୍କ ର ନିଜ ମା ହିଁ ତାଙ୍କୁ ଏପରି କରିବା କୁ ବାଧ୍ୟ କରିଥିଲେ I
ଆକାଶ କିନ୍ତୁ ଦୃଢ଼ ନିଷ୍ପତି ନେଇଥିଲେ କି ସେ ଭାରତୀ ଙ୍କୁ ବିବାହ କରିବେ ଓ ଗ୍ରାମ ରେ ପଂଚାୟତ ମଧ୍ୟ ଡାକିଥିଲେ I ସରପଞ୍ଚ ଆକାଶ ଓ ଭାରତୀ ଙ୍କ ର କଥା ଶୁଣିଥିଲେ ଏହା ର ଠିକ 7 ଦିନ ପରେ NGO ଓ ପୋଲିସ ର ମିଳିତ ଉଷ୍ମ ରେ ରେଡ କରାଯାଇଥିଲା ଏବଂ 5 ଜଣ ଯୁବତୀ ଙ୍କ ସହ ଭାରତୀ ଙ୍କୁ ମଧ୍ୟ ଦେହ ବ୍ୟବସାୟ ପରି ଏକ କୋଠି ରୁ ଉଦ୍ଧାର କରାଯାଇଥିଲା I ଏହା ପରେ ଏକ ଆଶ୍ରମ ରେ ଭାରତୀ ଙ୍କ ର ରହିବା ବ୍ୟବସ୍ତା କରାଯାଇଥିଲା I ଏବଂ ପୋଲିସ ନିଜେ ଆକାଶ ଓ ଭାରତୀ ଙ୍କ ର ବିବାହ କୋର୍ଟ ରେ କରାଇଥିଲା I ଦୁହେଁ ପରସ୍ପର କୁ ଖୁବ ଅଧିକ ପ୍ରେମ କରୁଥିଲେ I