ବିଗତ ଦିନ ରେ ରାଖୀ ସାୱନ୍ତ ଙ୍କ ର ଦୁଲହନ ବେଶ ରେ ଏକ ଫୋଟୋ ଭାଇରଲ ହେଇଚି I କିନ୍ତୁ ରାଖୀ ଏହା କୁ ବ୍ରାଇଡାଲ ଫୁଟେଜ କହି କଥା କୁ ଦବାଇବାକୁ ଚେଷ୍ଟା କରିଛନ୍ତି I ରାଖୀ ନିଜେ ହନିମୁନ ର ଏକ ଫୋଟୋ ନିଜ ଇନ୍ଷ୍ଟଗ୍ରାମ ରେ ସେୟାର କରିଛନ୍ତି ଏବଂ ରିତେଶ ଙ୍କ ନାମ ରେ ଏଠାରେ ଚୁଡା ପିନ୍ଧିଛନ୍ତି I ଯାହା କି ସେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି I ତାଙ୍କ ର ମଙ୍ଗଳସୂତ୍ର , ସିନ୍ଦୁର , ମେହେନ୍ଦି ଲାଗିଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି I
ବର୍ତମାନ ଏହି ମାମଲା ଥଣ୍ଡା ପଡ଼ିନାହିଁ I ଏପରି କିଛି ଫୋଟୋ ବର୍ତମାନ ଭାଇରଲ ହେଇଚି ଯେଉଁଥିରେ ସ୍ପଷ୍ଟ ରୂପେ ଜଣାପଡୁଛି କି ଏହା ତାଙ୍କ ର ହନିମୁଁ ସମୟ ର ଫୋଟୋ ଅଟେ I ଏହି ଫୋଟୋ ରେ ସେ ମଥାରେ ସିନ୍ଦୁର , ହାତ ରେ ଚୁଡ଼ି ଓ ବେକ ରେ ମଙ୍ଗଳସୂତ୍ର ପକାଇଥିବା ର ଦେଖିବାକୁ ମିଳିଛି I
ସୂଚନା ମୁତାବିକ ରାଖୀ ୟୁକେ ରେ ଜଣେ ବିଜନେସମ୍ୟାନ ଙ୍କୁ ବିବାହ କରିଛନ୍ତି କିନ୍ତୁ ଦୀର୍ଘ ଦିନ ହେବ ସେ ଏହି କଥା ଲୁଚାଇବା କୁ ଚେଷ୍ଟା କରିଥିଲେ I ରାଖୀ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ରିତେଶ ଅଟେ I
କୌଣସି ବି ଫୋଟୋ ରେ ରାଖୀ ନିଜ ପତି ଙ୍କ ର ଫୋଟୋ ପକାଇ ନାହାନ୍ତି , ତେଣୁ ଘଟଣା କୁ କେହି ସହଜ ରେ ଗ୍ରହଣ କରିପାରୁନାହାନ୍ତି କି ରାଖୀ ବିବାହ କରିସାରିଛନ୍ତି I କାରଣ ଏପରି ଅନେକ ସମୟ ରେ ରାଖୀ ପବ୍ଲିସିଟି ପାଇବାକୁ ନୂଆ ନୂଆ ଡ୍ରାମା କରିଥାନ୍ତି I