ଖୋଲାଗଲା ଲକଡାଉନ, ତା’ପରେ ଏହି ନେତାଙ୍କୁ କଫିନ୍ ରେ ନୁହେଁ ତାଙ୍କ କାର ମର୍ସିଡିଜ୍ ବେଞ୍ଚରେ ବସାଇ ପୋତା ହେଲା, ଏହା ପଛର କାରଣ ଜାଣି ପାଦ ତଳୁ ମାଟି ଖସିଯିବ…

ଦୁନିଆ ଯେତେ ବଡ଼, ସେତେ ଅଜବ ଲୋକ ବି ଏଥିରେ ଅଛନ୍ତି | ଅନେକ ଲୋକ ଆଜି ବି ମାରିବା ପୂର୍ବରୁ ନିଜର ଶେଷ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି, କିମ୍ବା ମାରିବା ପରେ ତାଙ୍କୁ କେମିତି ପୋଡା ଯିବ ତାହା ବିଷୟରେ ଆଗରୁ ସେମାନେ କହି ଦିୟନ୍ତି | ଯେପରି କି ଜବାହରଲାଲ ନେହେରୁ କହିଥିଲେ ମାରିବା ପରେ ତାଙ୍କ ଅସ୍ଥି ଗଙ୍ଗା ନଦୀରେ ସିଞ୍ଚନ କରାଯାଉ ବୋଲି । ପରେ ଏହା କରାଯାଇଥିଲା | ସେ କହିଥିଲେ ଯେ ଏହା ପଛରେ କୌଣସି ଧାର୍ମିକ କାରଣ ନାହିଁ, ବରଂ ସେ ଆହ୍ଲାବାଦରେ ରହୁଥିବା ସମୟରେ ଗଙ୍ଗା ଏବଂ ଯମୁନାଙ୍କ ସହ ଏତେ ଜଡିତ ଥିଲେ ଯେ ମୃତ୍ୟୁ ପରେ ମଧ୍ୟ ସେ ଏହି ନଦୀରେ ରହିବାକୁ ଚାହୁଁଥିଲେ|

ଏପରି ହିଁ ଏକ ଘଟଣା ଦକ୍ଷିଣ ଆଫ୍ରିକାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜୋହାନ୍ସବର୍ଗରେ ପାରମ୍ପାରିକବାଦୀ ନେତାଙ୍କ ଇଚ୍ଛା ସବୁଠାରୁ ଭିନ୍ନ ଥିଲା। ଯେତେବେଳେ ସେ ମରିଗଲେ, ତାଙ୍କୁ କଫିନ୍‌ରେ ନୁହେଁ, ତାଙ୍କ ପ୍ରିୟ କାରରେ ପୋତି ଦିଆଗଲା | ତାଙ୍କୁ କାରରେ ଶୋଇକି ନୁହେଁ ବରଂ ଡ୍ରାଇଭିଂ ସିଟ୍ ଉପରେ ବସାଇ କବର ଦିଆଗଲା । ଯେତେବେଳେ ତାଙ୍କ ଦୁଇ ହାତ ଷ୍ଟିଅରିଂରେ ଥିଲା | କୁହାଯାଉଛି ଯେ ୟୁନାଇଟେଡ୍ ଡେମୋକ୍ରାଟିକ୍ ମୁଭମେଣ୍ଟ ନେତା ଶେକେଡେ ପିଟସୋ ଅଧିକାଂଶ ସମୟ ତାଙ୍କ ପ୍ରିୟ କାରରେ ଅତିବାହିତ କରିଥିଲେ ଏବଂ ସେ ଚାହୁଁ ଥିଲେ କି ତାଙ୍କୁ କାର ସହିତ ସମାଧି ଦିଆ ଯାଉ। ଶେକେଡେଙ୍କ ପରିବାର ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କୁ ଦୁଇ ବର୍ଷ ପୂର୍ବେ କିଣାଯାଇଥିବା ମର୍ସିଡିଜ୍ ବେଞ୍ଜ୍ ସହିତ ସମାଧି ଦେଇ ଦେଇଥିଲେ।

ଶେକେଡେଙ୍କ ଝିଅ ସେଫୋରା କହିଛନ୍ତି ଯେ ତାଙ୍କ ପିତା ଏକ ଧନୀ ବ୍ୟବସାୟୀ ଥିଲେ ଏବଂ ତାଙ୍କର ଅନେକ ମର୍ସିଡିଜ୍ କାର ଥିଲା। କିନ୍ତୁ ବ୍ୟବସାୟରେ କ୍ଷତି ହେଲା ଏବଂ ସମସ୍ତ କାର ବିକ୍ରି ହେଲା | ଦୁଇ ବର୍ଷ ପୂର୍ବେ ସେ ସେକେଣ୍ଡ ହ୍ୟାଣ୍ଡ ମର୍ସିଡିଜ୍ ବେଞ୍ଜ୍ କିଣିଥିଲେ।

ବର୍ତମାନ ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଚାଲିଛି, କିନ୍ତୁ ଏହାକୁ ଭାଙ୍ଗି ଅନ୍ତିମ ସଂସ୍କାର ସମୟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ଏହି ଅନୋଖା ଅନ୍ତିମ ସଂସ୍କାର ହେତୁ ସେ କେବଳ ଦକ୍ଷିଣ ଆଫ୍ରିକାରେ ଆଲୋଚନାର ବିଷୟ ହୋଇ ନାହାଁନ୍ତି, ଏହା ସହ ଜଡିତ ଚିତ୍ର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।