କୋରୋନା ଭାଇରସ ଚୀନ ରେ ବେଶ ଜୋର ରେ ବ୍ୟାପିବା ରେ ଲାଗିଛି I ବିଶ୍ୱ ସଂସ୍ଥା ସଂଗଠନ ରେ ବର୍ତମାନ ସୁଦ୍ଧା କୋରୋନା ଭାଇରସ କୁ ହେଲ୍ଥ ଇମରଜେନ୍ସି ଘୋଷଣା କରିସାରିଛି I ଡିସେମ୍ବର ରେ ଚୀନ ର ବୁହାନ ରେ ଏହା ର ପ୍ରକୋପ ଆରମ୍ଭ ହେଇଯାଇଛି I ଯାହା ଦ୍ୱାରା କି କୋରୋନା ଭାଇରସ ରେ ସେହି ଅଂଚଳ ରେ ପ୍ରାୟ 80 ଜଣ ଲୋକ ଙ୍କ ର ମୃତ୍ୟୁ ହେଇଯାଇଛି I ଏବଂ 2700 ରୁ ଅଧିକ ଲୋକେ ଏହି ରୋଗ ରେ ଆକ୍ରାନ୍ତ ହେଇଯାଇଛନ୍ତି I ଏହି କୋରୋନା ଭାଇରସ ଚୀନ ରୁ ବାହାରି ଏସୀୟ ର ଅନ୍ୟ ଦେଶ ରେ ମଧ୍ୟ ପହଞ୍ଚିସାରିଛି I ଯେପରି କି ଜାପାନ , ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ ସମେତ ଅଷ୍ଟ୍ରେଲିଆ ରେ ମଧ୍ୟ କୋରୋନା ଭାଇରସ ର ଆତଙ୍କ ଦେଖିବା କୁ ମିଳିଛି I ଏପରି କି ବିଗତ କିଛି ଦିନ ତଳେ ଭାରତ ରେ ମଧ୍ୟ ଏହି ଭାଇରସ କୁ ନେଇ ଆଲର୍ଟ ଜାରି ହେଇଚି I
ଏହି କୋରୋନା ଭାଇରସ ର ଲକ୍ଷଣ
-କୋରୋନା ଭାଇରସ ରେ ପୀଡିତ ଲୋକେ ଜ୍ୱର ରେ ପଡି ପାରନ୍ତି I ଶ୍ୱାସକ୍ରିୟା ରେ ସମସ୍ୟା ଦେଖିବା କୁ ମିଳିପାରେ I ଥଣ୍ଡା ଜ୍ୱର ମଧ୍ୟ ହେଇପାରେ I
– କୋରୋନା ଭାଇରସ ର ଲକ୍ଷଣ ରେ ନାକ ଯାମ ହେଇଯିବ , ଗଳା ସମସ୍ୟା , ମୁଣ୍ଡ ବିନ୍ଦା ଓ ଜ୍ୱର ମଧ୍ୟ ହେଇଥାଏ I
-ଯେଉଁ ଲୋକ ଙ୍କ ର ରୋଗ ପ୍ରତିଷେଧକ କ୍ଷମତା କମ ରହିଥାଏ ସେହି ଲୋକେ ଏହି କୋରୋନା ଭାଇରସ ରେ ପୀଡିତ ହେଇଥାନ୍ତି I ବୃଦ୍ଧ ଲୋକେ ଓ ଛୋଟ ପିଲାମାନେ ଏଥିରେ ଶୀଘ୍ର ପୀଡିତ ହେଇଥାନ୍ତି I
-ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତର ଙ୍କୁ ଯୋଗାଯୋଗ କରନ୍ତୁ I ତେବେ ଏହି କୋରୋନା ଭାଇରସ ବିଷୟ ରେ ବୈଜ୍ଞାନିକ ମାନେ ମଧ୍ୟ ବିଶେଷ କିଛି ଜାଣିନାହାନ୍ତି I
– ଏହି କୋରୋନା ଭାଇରସ ର ବର୍ତମାନ ସୁଦ୍ଧା କୌଣସି ଔଷଧ ଓ ପ୍ରତିକ୍ରିୟା ବାହରିନାହିଁ I
-ଏହି କୋରୋନା ଭାଇରସ ରେ ସଂକ୍ରମଣ ଯେପରି ନ ହେବେ ସଚେତ ରହିବା ଜରୁରୀ ଅଟେ I
-କୌଣସି ଥଣ୍ଡା ଜ୍ୱର ରେ ପୀଡିତ ଲୋକ ଙ୍କ ପାଖ କୁ ଯାନ୍ତୁ ନାହିଁ I
-ଥଣ୍ଡା ଜ୍ୱର ହେଇଥିଲେ ନିଜ ର ଆଖି ନାକ କୁ ସ୍ପର୍ଶ କରନ୍ତୁ ନାହିଁ I