ଭାରତୀୟ ଦଳକୁ ବଡ଼ ଝଟକା, ସବୁଠାରୁ ବଡ ଖେଳାଳି ଏକଦିବସୀୟ ଓ ଟେଷ୍ଟ ସିରିଜ ରୁ ପଡିଲେ ବାଦ, ଭାରତୀୟ ଦଳର ବଢ଼ିଲା ଚିନ୍ତା

ନ୍ୟୁଜଲାଣ୍ଡ ଗସ୍ତ ରେ 5-0 ରେ ଟି 20 ସିରିଜ ଜିତିବା ଟିମ ଇଣ୍ଡିଆ କୁ ଏକ ବଡ଼ ଝଟକା ଲାଗିଛି I ସମାଚାର ଏଜେନ୍ସି ପିଟିଆଇ କୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ଓପନର ରୋହିତ ଶର୍ମା ନ୍ୟୁଜଲାଣ୍ଡ ଗସ୍ତ ରୁ ବାହାର ହେଇଛନ୍ତି I ପଞ୍ଚମ ଟି 20 ମ୍ୟାଚ ରେ ରୋହିତ ଶର୍ମା ଙ୍କୁ ଆଘାତ ଲାଗିଛି I ଯାହା କାରଣ ରୁ ରୋହିତ ଶର୍ମା ଫିଲଡିଂ କରି ପାରି ନ ଥିଲେ I ନ୍ୟୁଜଲାଣ୍ଡ ବିପକ୍ଷ ରେ ୱାନଡେ ସିରିଜ ର ଘୋଷଣା 5 ଫ୍ରେବୁଆରି କୁ ହେମିଲଟନ ରେ ହେଇଥିଲା I ସେଠାରେ 2 ଗୋଟି ଟେଷ୍ଟ ମ୍ୟାଚ ର ସିରିଜ 21 ଫ୍ରେବୁଆରି କୁ ଖେଳା ଯିବାର ଥିଲା I

ଏପରି ଲାଗିଥିଲା ରୋହିତ ଶର୍ମା ଙ୍କୁ ଆଘାତ
ନ୍ୟୁଜଲାଡ଼ ବିପକ୍ଷ ରେ ପଞ୍ଚମ ଟି 20 ମ୍ୟାଚ ରେ ରୋହିତ ଶର୍ମା ଅର୍ଧ୍ୱ ଶତକ ମାରିଥିଲେ I ଏହା ପରେ ତାଙ୍କ ଜଙ୍ଘ ରେ ପୀଡା ଅନୁଭବ ହେଇଥିଲା I ଏହା ସତ୍ୱେ ମଧ୍ୟ ରୋହିତ ଶର୍ମା ମୈଦାନ ରୁ ବାହାର କୁ ଯାଇ ନ ଥିଲେ ଓ ଆହୁରି ଅଧିକ ରନ କରିଥିଲେ I ଯାହା ଦ୍ୱାରା କି ତାଙ୍କ ର ଶାରୀରିକ ପୀଡା ଅଧିକ ବଢି ଯାଇଥିଲା I ଏହିପରି ରୋହିତ ଶର୍ମା ଦ୍ୱିତୀୟ ଟି 20 ରେ 60 ରନ କରିଥିଲେ I

ରୋହିତ ଶର୍ମା ଙ୍କ ର ବାହାର ହେବା ଟିମ ଇଣ୍ଡିଆ ପାଁଇ ବଡ଼ ଝଟକା
ରୋହିତ ଶର୍ମାଙ୍କ ର ନ୍ୟୁଜଲାଣ୍ଡ ଗତ ରୁ ବାହାର ହେବା ଟିମ ଇଣ୍ଡିଆ ପାଁଇ ଏକ ବଡ଼ ଝଟକା ଅଟେ I ନ୍ୟୁଜଲାଣ୍ଡ ବିପକ୍ଷ ରେ ହେଇଥିବା ମ୍ୟାଚ ରେ ରୋହିତ ଶର୍ମା ଙ୍କ ର ଆକ୍ରମକ ଖେଳ ପ୍ରଦର୍ଶନ କୁ ନେଇ ଭାରତୀୟ ଟିମ ଏହି ସିରିଜ ରେ ବିଜେତା ହେଇଥିଲା I ରୋହିତ ଶର୍ମା ଟି 20 ସିରିଜ ରେ 4 ଗୋଟି ମ୍ୟାଚ ରେ 46.66 ପ୍ରତିସଦ ରେ 140 ରନ କରିଥିଲେ I ହେମିଲଟନ ଟି 20 ରେ ରୋହିତ ଶର୍ମା 65 ରନ କରିଥିଲେ I ଏହା ପରେ ସୁପର ଓଭର ରେ ଭଲ ଖେଳ ପ୍ରଦର୍ଶନ କରି ଟିମ ଇଣ୍ଡିଆ କୁ ବିଜେତା କରିଥିଲେ I ସେହିପରି ପଞ୍ଚମ ଟି 20 ରେ ରୋହିତ ଶର୍ମା 60 ରନ କରିଥିଲେ I ବିଗତ ଅନେକ ବର୍ଷ ହେବ ରୋହିତ ଶର୍ମା କ୍ରିକେଟ ର ତିନି ଫର୍ମଟ ରେ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି I ବିଗତ ବର୍ଷ 23 ଗୋଟି ୱାନଡେ ମ୍ୟାଚ ରେ 59.50 ପ୍ରତିସଦ ରେ 1309 ରନ କରିଥିଲେ I ଏବଂ ଏଥିରେ ସେ 7 ଶତକ ଓ 4 ଅର୍ଧ୍ୱ ଶତକ କରିଥିଲେ I ରୋହିତ ଶର୍ମାବିଗତ 5 ଟେଷ୍ଟ ମ୍ୟାଚ ରେ 556 ରନ କରିଥିଲେ ଯେଉଁଥିରେ 3 ଗୋଟି ଶତକ ସାମିଲ ରହିଛି I ତେଣୁ ରୋହିତ ଶର୍ମା ଟିମ ବାହାରିବା ଏକ ବଡ଼ ଝଟକା ଅଟେ I

ପୃଥିବୀ ସା ଓ ରାହୁଲ କରିବେ ଓପନିଂ
ରୋହିତ ଶର୍ମା ଙ୍କ ର ନ୍ୟୁଜଲାଣ୍ଡ ଗସ୍ତ ରୁ ବାହାର ହେବା ପରେ ତାଙ୍କ ର ଅନୁପସ୍ଥିତି ରେ ଟିମ ଇଣ୍ଡିଆ ର ଓପନର ଯୋଡି ରେ ମଧ୍ୟ ପରିବର୍ତନ ଆସିଛି I ଟିମ ରେ କେଏଲ ରାହୁଲ ଓ ପୃଥିବୀ ସା ଓପନର ରୂପେ ଖେଳ ପ୍ରଦର୍ଶନ କରିବେ I ଏହି ସ୍ପଷ୍ଟୀକରଣ ନିଜେ କ୍ୟାପଟେନ ବିରାଟ କୋହଲି ଦେଇଛନ୍ତି କେଏଲ ରାହୁଲ ୱାନଡେ ମ୍ୟାଚ ରେ କିନ୍ତୁ ମାଧ୍ୟ୍ୟକ୍ରମ ରେ ଖେଳିବା କୁ ଆସିବେ I

ୱାନଡେ ସିରିଜ ପାଁଇ ଭାରତୀୟ ଟିମ
ବିରାଟ କୋହଲି , ଯଶପ୍ରୀତ ବୁମରାହା , ୟୁଜବେନ୍ଦ୍ର ଚହଳ , ଶିବମ ଦୁବେ , ଶ୍ରେୟସ ଅୟର , ରବୀନ୍ଦ୍ର ଜାଡେଜା , କେଦାର ଯାଦବ , କୁଲଦୀପ ଯାଦବ , ମୋହମ୍ମଦ ସମୀ , ମନୀଷ ପାଣ୍ଡେ , ଋଷବ ପଂତ , କେଏଲ ରାହୁଲ , ନବଦ୍ୱୀପ ସେନି , ପୃଥିବୀ ସା , ସାରଦୁଲ ଠାକୁର ,

ୱାନଡେ ସିରିଜ ର କାର୍ଯ୍ୟକ୍ରମ
ୱାନଡେ ସିରିଜ ର ପ୍ରଥମ ମ୍ୟାଚ 5 ଫ୍ରେବୁଆରି ରେ ହେମିଲଟନ ରେ ଆୟୋଜିତ ହେବ I ଦ୍ୱିତୀୟ ମ୍ୟାଚ ର ମୁକାବିଲା 8 ଫ୍ରେବୁୟାରୀ ରେ ଅକଲାଣ୍ଡ ଆୟୋଜିତ ହେବ I ଏହା ପରେ ଦୁଇ ଟିମ ର ଦୁଇ ମ୍ୟାଚ ଟେଷ୍ଟ ସିରିଜ ର ପ୍ରଥମ ମ୍ୟାଚ 21 ଫ୍ରେବୁଆରି ରେ ଆୟୋଜିତ ହେବ ଓ ଦ୍ୱିତୀୟ ଟେଷ୍ଟ 29 ଫ୍ରେବୁଆରି ରେ ଆୟୋଜିତ ହେବ I