ବାହୁବଳୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଠୀଙ୍କୁ କିଏ ବା ନ ଜାଣିଚି | ବର୍ତମାନ ଅନୁଷ୍କା ସେଠୀ ନିଜର ବିବାହକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି | ବିଗତ ଦିନ ଅନୁଷ୍କା ସେଠୀ ଙ୍କର ନାମ ଅଭିନେତା ପ୍ରଭାସଙ୍କ ସହ ଖୁବ ଯୋଡ଼ା ଯାଇଥିଲା | ଏତିକି ହିଁ ନୁହଁ ଦୁଇ ଜଣଙ୍କର ବିବାହର ଖବର ବି ବହୁତ ଭାଇରଲ ହେଉଥିଲା | କିନ୍ତୁ ଏବେ ଖବର ଆସୁଛି କି ଅନୁଷ୍କା ସେଠୀ ଜଣେ ଭାରତୀୟ କ୍ରିକେଟରଙ୍କୁ ଡେଟ କରୁଛନ୍ତି | କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି କ୍ରିକେଟରଙ୍କର ନାଁ ଜଣା ପଡ଼ିନାହିଁ | କିନ୍ତୁ ଏପରି କୁହାଯାଉଛି କି କ୍ରିକେଟର ଜଣଙ୍କ ନର୍ଥରୁ ବିଲଙ୍ଗସ କରନ୍ତି | ତେବେ ଆସନ୍ତୁ ଜାଣିବା ମିଳିଥିବା ଖବର ଅନୁସାରେ ଆଉ କିଛି |
ଅନୁଷ୍କା ସେଠୀ ଙ୍କ ର ପ୍ରଫେସନାଲ ଲାଇଫ ବିଷୟରେ କହିବାକୁକୁ ଗଲେ ଏବେ ସେ ନିଜର ଆଗାମୀ ଫିଲ୍ମକୁ ନେଇ ବହୁତ ବ୍ୟସ୍ତରେ ଅଛନ୍ତି | ଅନୁଷ୍କା ସେଠୀ ଖୁବ ଶୀଘ୍ର ନିଜ ଫିଲ୍ମ ନିଶବ୍ଦ ରେ ନଜର ଆସିବାକୁ ଯାଉଛନ୍ତି | ଏହି ଫିଲ୍ମ ରେ ଅନୁଷ୍କା ଙ୍କ ସହ ମାଧବନ ଲିଡ଼ ରୋଲରେ ନଜର ଆସିବେ |
ଫିଲ୍ମକୁ ନେଇ ଏପରି ସୂଚନା ଆସୁଛି କି ଏହା ଏକ ସାଇଲେଣ୍ଟ ଥ୍ରୀଲର ଫିଲ୍ମ ଅଟେ |ଅନୁଷ୍କା ଏହି ଫିଲ୍ମରେ ଗୂଂଗାର ଅଭିନୟ କରୁଛନ୍ତି | ଏହି ଫିଲ୍ମ ଫ୍ରେବୁୟାରୀ 21 ରେ ରିଲିଜ ହେବାର ଖବର ରହିଛି |
କହିରଖୁ କି ଏହା ପୂର୍ବରୁ ପ୍ରଭାସ ଓ ଅନୁଷ୍କା ଙ୍କର ବିବାହକୁ ନେଇ ଅନେକ ଖବର ଆସିଥିଲେ | କିନ୍ତୁ ଏହାପରେ ପ୍ରଭାସ , କରଣ ଜୋହର ଙ୍କର ‘ସୋ କାଫି ବିଦ କରଣ’ରେ ଏହା କ୍ଲିୟର କରିଦେଇଥିଲେ କି ତାଙ୍କ ଦୁହିଁଙ୍କ ମଧ୍ୟରେ କୌଣସି ବି ସମ୍ବନ୍ଧ ନାହିଁ | ଏହା ପରେ ତାଙ୍କ ବିଷୟରେ ଖବର ଆସିବା ବନ୍ଧ ହୋଇଯାଇଥିଲା |
ଭାରତୀୟ ଦଳର ଏହି ଖେଳାଳିଙ୍କ ସହ ଚାଲିଛି ଅନୁଷ୍କା ସେଠୀଙ୍କର ପ୍ରେମ, ବିବାହକୁ ନେଇ ସାମ୍ନାକୁ ଆସିଲା ବଡ ଖବର
