ଭାରତୀୟ କ୍ରିକେଟ ଦଳ ପାଁଇ ଏହି ୩ଜଣ ଖେଳାଳି ହେଇଥାନ୍ତି ବହୁତ ଖାସ !ଏମାନଙ୍କ ବିନା କିଛି ନୁହେଁ ଭାରତୀୟ ଦଳ

ଗ୍ରିମ ସ୍ମିଥ ଯିଏ କି ଦକ୍ଷିଣ ଆଫ୍ରିକା ର ପୂର୍ବତନ ଅଧିନାୟକ ଥିଲେ ତାଙ୍କ କହିବା ଅନୁସାରେ ଭାରତୀୟ କ୍ରିକେଟ ଦଳ କେବେଳ ତିନି ଜଣ ଖେଳାଳି ଙ୍କ ପାଁଇ ଭାରତ ଟି-20 ବିଶ୍ୱକପ ପାଇବା ର ସମ୍ଭାବନା ରହିଥାଏ I

ଏହି ତିନି ଜଣଙ୍କ ବିନା ଭାରତୀୟ ଦଳ ବହୁତ କମଜୋର ହେଇଥାଏ !
ତାଙ୍କ ର କହିବା ଅନୁସାରେ ଏହି ତିନିଜଣ ଖେଳାଳିଙ୍କ ପାଁଇ ଭାରତୀୟ ଦଳ କୁ ଆଗାମୀ ସମୟରେ ଆସିବାକୁ ଥିବା ବିଶ୍ୱକପ ଖେଳ ରେ ଜିତିବା ର ସମ୍ଭାବନା ରହିଛି I ସେ ଏହା ମଧ୍ୟ କହିଲେ କି ତାଙ୍କ ପାଖରେ ବହୁତ ଚିନ୍ତା ଶକ୍ତି ରହିଛି ଏବଂ ସେ ତାଙ୍କ ବୁଦ୍ଧି ର ପ୍ରୟୋଗ କରିକି ହିଁ ଖେଳ ଖେଳିଥାନ୍ତି I

ଗ୍ରିମ ସ୍ମିଥ ଙ୍କ କହିବା ଅନୁସାରେ ଭାରତୀୟ ଦଳ ର ଏହି ତିନି ଜଣ ଖେଳାଳି ହିଁ ବହୁତ ମ୍ୟାଚ ଜିତାଇଛନ୍ତି I ଏହି ଖେଳାଳି ମାନେ ମ୍ୟାଚ ଅନୁସାରେ ରନ କରିବା ରେ ମାହିର ଅଛନ୍ତି I ସେ ବିରାଟ କୋହଲି , ଶିଖର ଧୱନ ଓ ରୋହିତ ଶର୍ମା ବିଷୟରେ କହିଲେ.

2013 ମସିହା ରେ ହେଇଥିବା ମ୍ୟାଚ ରେ ବିରାଟ ଭଲ ପ୍ରଦର୍ଶନ କରିଥିଲେ I ଏବଂ ସେ ଏବେ ମଧ୍ୟ ବହୁତ ଭଲ ଖେଳୁଛନ୍ତି I

ସେ ଏହା ମଧ୍ୟ କହିଛନ୍ତି କି ଏହି ଖେଳାଳି ମାନେ ଶାରୀରିକ ଭାବରେ ଖାଲି ନୁହେ ମାନସିକ ଭାବରେ ଭାବରେ ମଧ୍ୟ ଖୁବ ମଜବୂତୀ ର ସହ ଖେଳ ମୈଦାନ ରେ ଖେଳିଥାନ୍ତି I

ଜାଣିରଖନ୍ତୁ କି ଭାରତୀୟ ଦଳ ଟେଷ୍ଟ ରେ 1 ନମ୍ବର ଓ ୱାନ ଡେ ରେ 2ନମ୍ବର ସ୍ଥାନ ରେ ରହିବାକୁ ଯାଉଛି
ବିଗତ ଦିନ ରେ ଭାରତୀୟ ଦଳ ବାଂଲାଦେଶ ବିଜୟ ହାସିଲ କରିପାରିଥିଲେ I ଏବଂ ଏବେ ୱେଷ୍ଟଇଣ୍ଡିସ ସହ ଖେଳିବାକୁ ଯାଉଛନ୍ତି I ଏବଂ ବର୍ତମାନ ଏହା ଦେଖିବା ର ସମୟ କି କଣ ଟିମ ଇଣ୍ଡିଆ ଏହି ମ୍ୟାଚ ରେ ବିଜୟ ହାସିଲ କରିପାରୁଛି I