ଦିଅର ଙ୍କ ସହ ଅନୈତିକ ପ୍ରେମ ସମ୍ବନ୍ଧ ରଖିବା ଭାଉଜଙ୍କୁ ପଡିଲା ଭାରି, ଜୋସରେ ଆସି ସ୍ୱାମୀ କରିଦେଲେ ଏପରି

ଆଜି ର ଏହି ଘଟଣା ଟି ଆଗ୍ରାର ଅଟେ| ଆଗ୍ରା ଥାନା ସଦର ଅଞ୍ଚଳର ଚୋର ବାଜରିଆରେ ରହୁଥିବା ସୁନୀତାଙ୍କ ସ୍ୱାମୀ ରାଜସ୍ଥାନରେ ମାର୍ବଲ ପଥରର କାମ କରନ୍ତି, ସେଥି ପାଇଁ ସେ ଘରୁ ମାସ ମାସ ଧରି ବାହାରେ ରୁହନ୍ତି | ଏହି ସମୟରେ ସୁନୀତାଙ୍କ ଘରର ପାଖରେ ରହୁଥିବା ଭୋପାଳର ଘରକୁ ଆସିବା ଆରମ୍ଭ ହେଇଯାଇଥିଲା । ଭୋପାଳ ସୁନୀତା ଙ୍କର ସଂପର୍କରେ ଦିଅର ।

ଦେଖୁ ଦେଖୁ ଦିଅର ଭୋପାଳଙ୍କ ଭାଉଜ ସୁନୀତାଙ୍କ ମଧ୍ୟରେ ଆଖି ମିଶିବାକୁ ଲାଗିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଇଗଲା ଓ ସୁନୀତାଙ୍କୁ ବିବାହ କରିବାକୁ ପ୍ରତିଜ୍ଞା କରି ଭୋପାଳ ଆବଶ୍ୟକ ସମୟରେ ଟଙ୍କା ମାଗି ନେଉଥିଲା । ଧୀରେ ଧୀରେ ଭାଉଜଙ୍କୁ ପ୍ରେମର ଜାଲରେ ଫସାଇ ସୁନୀତାଙ୍କ ଠାରୁ ତାଙ୍କର ଗହଣା ବି ମାଗି ନେଇ ଯାଇଥିଲା । ଯେତେବେଳେ ସୁନୀତାଙ୍କର ପାଖରେ ଆଉ କିଛି ରହିଲା ନାହିଁ, ତ ସେ ସୁନୀତାଙ୍କ ଠାରୁ ଦୁରେଇ ରହିବାକୁ ଆରମ୍ଭ କରିଦେଇଥିଲା | ଏହି ସମୟ ମଧ୍ୟରେ ଭୋପାଳର ପରିବାରର ଲୋକ ତାର ବିବାହ ଅଲଗା ଜାଗାରେ ଠିକ କରିଦେଇଥିଲେ।

ପାଞ୍ଚ ଦିନ ପୂର୍ବେ ଯେତେବେଳେ ସୁନୀତାଙ୍କ ସ୍ୱାମୀ ତାଙ୍କ ଘରକୁ ଫେରିଥିଲେ, ସେତେବେଳେ ସେ କିଛି ଟଙ୍କା ମାଗିଥିଲେ ଯାହା ସୁନୀତା ଦେଇପାରିନଥିଲେ। ଯେତେବେଳେ ସ୍ୱାମୀ ଟଙ୍କା ବିଷୟରେ ପଚାରିଲେ I ସୁନୀତା ଏହାକୁ ଦିଅର ଭୋପାଳଙ୍କୁ ଦେଇଛନ୍ତି ବୋଲି କହିଲେ I ଯେଉଁଥିରେ ସ୍ୱାମୀ କ୍ରୋଧିତ ହୋଇ କ୍ରୋଧରେ ତାଙ୍କୁ ଛାଡିଦେଇ ଚାଲିଗଲେ। ଟଙ୍କା ଏବଂ ଅଳଙ୍କାର ମାଗିବା ପାଇଁ ସୁନୀତା ଯେତେବେଳେ ତାଙ୍କ ପ୍ରେମିକ ଦିଅର ଭୋପାଳଙ୍କ ପାଖକୁ ଗଲେ, ସେତେବେଳେ ସେ ବାଡ଼ି ସାହାଯ୍ୟରେ ସୁନୀତାଙ୍କୁ ଘରେ ବନ୍ଧ କରିକି ନିରଧୂମ ପିଟିଲେ। ଏହି ମାରପିଟ ପରେ ସୁନୀତାଙ୍କ ମୁଣ୍ଡ ଏବଂ ବାହୁରେ ଗଭୀର ଆଘାତ ଲାଗିଲା।

ଗୁରୁତର ଆହତ ସୁନୀତା ପରିବାରର ସହାୟତାରେ ସେମାନେ ପୋଲିସ ପାଖରେ ପହଞ୍ଚି ଭୋପାଳଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ମହିଳାଙ୍କ ଉପରେ ଆକ୍ରମଣ ପରେ ପୋଲିସ ଅଭିଯୁକ୍ତ ଦେଓର ଭୋପାଳଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।