ଭଉଣୀ ଶ୍ୱେତାଙ୍କର ଆଉ ଏକ ବଡ ଖୁଲାସା, କହିଲେ ଭାଇ Sushant Singh କରିଥିଲେ ଏପରି କିଛି ପ୍ଳାନିଙ୍ଗ, ଛାଡିଲେ ଏପରି ଫୋଟୋ ଯାହାକୁ ଦେଖି ସମସ୍ତେ ସ୍ତବ୍ଦ ହେଇଗଲେ

ବଲିଉଡର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର 46 ଦିନ ବିତି ଗଲାଣି, କିନ୍ତୁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ଏହା ମଧ୍ୟ ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ପ୍ରତିଦିନ ଉନ୍ମୋଚିତ ହେଉଥିବା ନୂତନ ତଥ୍ୟ ସହିତ ଏହି ବିଷୟ କ୍ରମାଗତ ଭାବରେ ଅଧିକ ଜଟିଳ ହେବାରେ ଲାଗିଛି| ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ମାମଲାରେ ବଲିଉଡରେ ଥିବା ନେପୋଟିଯିମ ଏବଂ ଅପରାଧୀକରଣ କୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା, ବର୍ତ୍ତମାନ ଏହି ମାମଲା ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ପ୍ରକୃତରେ, ସୁଶାନ୍ତଙ୍କ ପିତା କେ.କେ ସିଂଙ୍କ ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ 6 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ କହିଛନ୍ତି ଯେ ରିୟା ସୁଶାନ୍ତ କୋଟି କୋଟି ଟଙ୍କା ଲୁଟି ନେଇ ତାଙ୍କୁ ଆତ୍ମହତ୍ୟା କରିିବାକୁ ଉତ୍ସାହିତ କରିଥିଲେ। ଏସବୁ ମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀଙ୍କ ଦ୍ୱାରା ଆଉ ଏକ ନୂଆ ଖୁଲାସା ହୋଇଛି। ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା|

ବାସ୍ତବରେ ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ସେୟାର କରିଛନ୍ତି, ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳିବ ଯେ ସୁଶାନ୍ତ ତାଙ୍କର ଦୈନନ୍ଦିନ ଜୀବନ ଯୋଜନା ଲେଖିଛନ୍ତି। ଏହି ଫଟୋଗୁଡ଼ିକ ଦେଖିବା ପରେ, ପ୍ରଶ୍ନ ଉଠାଇବା ସ୍ୱାଭାବିକ ଯେ ଯିଏ ତାଙ୍କ ଭବିଷ୍ୟତ ଯୋଜନା କରୁଛି, ସେ କାହିଁକି ଆତ୍ମହତ୍ୟା କରିବ? ତେଣୁ କିଛି ପ୍ରଶଂସକ କହୁଛନ୍ତି ଯେ ରିୟା ସୁଶାନ୍ତଙ୍କୁ ବ୍ଲାକମେଲ କରି ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ।

ଶ୍ୱେତା ଶୁକ୍ରବାର ଦିନ ତାଙ୍କ ଇନଷ୍ଟା ଆକାଉଣ୍ଟ ସହିତ ୱାଇଟ ବୋର୍ଡର ଫଟୋ ସେୟାର କରି ଲେଖିଛନ୍ତି – ଭାଇ ୱାଇଟ ବୋର୍ଡ ଯେଉଁଠାରେ ସେ 29 ଜୁନ୍ ରୁ ପ୍ରତିଦିନ ବ୍ୟାୟାମ ଏବଂ ମେଡ଼ିଟେସନ ଆରମ୍ଭ କରିବାକୁ ଯୋଜନା କରୁଥିଲେ।

ସୁଶାନ୍ତ ଦୈନିକ ଜୀବନର ରୁଟିନ କ’ଣ ଥିଲା…

•ଶୀଘ୍ର ଉଠିବା (ବେଡ୍ ଫିକ୍ସିଂ)

•ବହି ପଢିବା

•ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଦେଖିବା

•ଗୀଟାର ଶିଖିବା

•29ଜୁନ ରୁ ପ୍ରତିଦିନ ବ୍ୟାୟାମ କରିବା •ମେଡ଼ିଟେସନ କରିବା

•ଶିଖିବା,ଅଭ୍ୟାସ କରିବା

•ତୁମେ ସେ ସବୁ ଜିନିଷ କରି ପରିବା ଯାହା ବିଷୟରେ ଭାବିନଥିବ

•ଯାହା ତୁମେ ଭାବ ତାହା ତୁମେ କର ଏବଂ ଯାହା ତୁମେ କରିଥାଅ ତାହା ତୁମେ ହୋଇଥାଅ

ପ୍ରଶଂସକମାନେ କହିଛନ୍ତି ‘ସୁଶାନ୍ତ ନ୍ୟାୟ ପାଇବା ଉଚିତ୍’

ଶ୍ୱେତା ସିଂ କିର୍ତ୍ତୀଙ୍କ ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ବହୁତ ସକରାତ୍ମକ ପ୍ରତିକ୍ରିୟା ଦେଇଥିଲେ। କେହି କେହି ଲେଖିଛନ୍ତି ଯେ ଏହି ଫଟୋଗୁଡ଼ିକରୁ ଏହା ସ୍ପଷ୍ଟ ଯେ ସୁଶାନ୍ତ ଆତ୍ମହତ୍ୟା ପାଇଁ ଉତ୍ସାହିତ କରାଯାଇଥିବାବେଳେ କିଛି ପ୍ରଶଂସକ ମନ୍ତବ୍ୟରେ ଲେଖିଛନ୍ତି ଯେ ସୁଶାନ୍ତ ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିବା ଉଚିତ। ସୁଶାନ୍ତ ସିଂ ରାଜପୁତ 14 ଜୁନ୍ ଦିନ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଗତ 6ମାସ ଧରି ଡିପ୍ରେସନର ଶିକାର ହୋଇଥିଲେ, ଆଶ୍ଚର୍ଯ୍ୟଜନକ କଥା ଯେ ସେ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ଔଷଧ ଖାଇବା ମଧ୍ୟ ବନ୍ଦ କରିଦେଇଥିଲେ। 14 ଜୁନ୍ ପରଠାରୁ ଘଟଣାର ତଦନ୍ତ ଚାଲିଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଖୋଜିବାରେ ବିଫଳ ହୋଇଛି।

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ବଲିଉଡର ଅନେକ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ମଧ୍ୟ ପଚରାଉଚରା କରାଯାଇଥିବାବେଳେ ସୁଶାନ୍ତଙ୍କ ପିତା କେ.କେ ସିଂ ପାଟନାରେ ଏଫଆଇଆର ଦାଖଲ କରିବା ପରେ ବିହାର ପୋଲିସର ଏକ ଟିମ୍ ମଧ୍ୟ ମୁମ୍ବାଇରେ ଏହି ଘଟଣାର ତଦନ୍ତ କରୁଛନ୍ତି।