ଭାରତର ସିରିଜ ବିଜୟ ପରେ ବିରାଟ-ରୋହିତଙ୍କ ଉପରେ ହେଲା ଟଙ୍କାର ବର୍ଷା,ଉମେଶ ଓ ଇଶାନ୍ତ ବି ହେଲେ ମାଲାମାଲ !

ଭାରତ ଓ ବାଂଲାଦେଶ ଟେଷ୍ଟ ସିରିଜ ର ଦ୍ୱିତୀୟ ମ୍ୟାଚ ରେ 46 ରନ ରେ ବାଂଲାଦେଶ ଟିମ ପରାଜିତ ହେଇଚି I ଏହି ମ୍ୟାଚ ର ଦ୍ୱିତୀୟ ସିରିଜ ରେ ବାଂଲାଦେଶ ଟିମ 195 ରନ କରିଛି I

ଏହିପରି ଭାରତୀୟ ଟିମ ଏହି ସିରିଜ ରେ 2-0 ରେ ଜିତିଛି I ଏହି ମ୍ୟାଚ ପରେ ଅନ୍ୟ ଖେଳାଳି ମଧ୍ୟ ତାଙ୍କ ଖେଳ ପ୍ରଦର୍ଶନ କୁ ସଂମାନ ଜଣାଇଛନ୍ତି I

ମ୍ୟାନ ଅଫ ଦି ମ୍ୟାଚ
ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଟି ଇଶାନ୍ତ ଶର୍ମା ଙ୍କୁ ଦିଆ ଯାଇଛି କାରଣ ସେ 9 ଵିକେଟ ହାସିଲ କରିଥିଲେ I ଏବଂ 1 ଲକ୍ଷ ଟଙ୍କା ର ପୁରସ୍କାର ରାଶି ଜିତିଥିଲେ I

ମ୍ୟାନ ଅଫ ଦି ସିରିଜ
ମ୍ୟାନ ଅଫ ଦି ସିରିଜ ପୁରସ୍କାର ଟି ସେହିପରି ଇଶାନ୍ତ ଶର୍ମା ଙ୍କୁ ମିଳିଛି I ସେ 2 ଗୋଟି ମ୍ୟାଚ ରେ ମୋଟ 12 ଵିକେଟ ନିଜ ନାମ ରେ କରିପାରିଛନ୍ତି I ଏହି ପୁରସ୍କାର ରେ ଇଶାନ୍ତ ଶର୍ମା 2.5 ଲକ୍ଷ ଟଙ୍କା ର ପୁରସ୍କାର ରାଶି ପାଇଛନ୍ତି I ଏବଂ ମୋଟ 3.5 ଲକ୍ଷ ଟଙ୍କା ର ପୁରସ୍କାର ରାଶି ପାଇଛନ୍ତି I

ପେପ୍ସି ସ୍ବେଗ ଷ୍ଟାର ଅଫ ଦି ମ୍ୟାଚ
ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ପେପ୍ସି ସ୍ବେଗ ଷ୍ଟାର ଅଫ ଦି ମ୍ୟାଚ ର ବିଜେତା ହେଇଛନ୍ତି I ବିରାଟ କୋହଲି ମୋଟ 136 ରନ କରି ଏହି ପୁରସ୍କାର ର ହକଦାର ହେଇଛନ୍ତି I

କାର୍ବନ କମାଲ ର ମୋମେଂଟ ପ୍ଲେୟାର
କାର୍ବନ କମାଲ ର ମୋମେଂଟ ପ୍ଲେୟାର ର ବିଜେତା ହେଉଛନ୍ତି ରୋହିତ ଶର୍ମା I ସେ ବାଂଲାଦେଶ ମ୍ୟାଚ ରେ ଅଦ୍ଭୁତ କ୍ୟାଚ ଧରିଥିଲେ I

ଡ୍ରିମ XI ଗେମ ଚେଞ୍ଜର
ଭାରତୀୟ କ୍ରିକେଟ ଟିମ ର ଉମେଶ ଯାଦବ ଙ୍କୁ ଡ୍ରିମ XI ଗେମ ଚେଞ୍ଜର ବିଜେତା କୁହାଯାଇଛି I କାରଣ ସେ ମ୍ୟାଚ ରେ 5 ଗୋଟି ଵିକେଟ ହାସିଲ କରିଥିଲେ I