ବିଧବା ଶିକ୍ଷୟତ୍ରୀ ଙ୍କର ପ୍ରେମରେ ଦିୱାନା ହୋଇଗଲେ ୧୦ମ ଶ୍ରେଣୀର ଛାତ୍ର, ତାପରେ ବିଧବା ଶିକ୍ଷୟତ୍ରୀଙ୍କ ସହ …

ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଗୁରୁ-ଶିଷ୍ୟ ର ସମ୍ପର୍କକୁ କଳଙ୍କିତ କରିଥିବା ଏକ ଘଟଣା ସାମ୍ନାକୁ ଆସିଛି | ଏଠାରେ ଜଣେ ଛାତ୍ର ନିଜର ଶିକ୍ଷୟତ୍ରୀଙ୍କୁ ଜବରଦସ୍ତି ବିବାହ କରିବାକୁ ବାଧ୍ୟ କରିଥିଲେ ଆଉ ବିବାହ ନ କରିଲେ ବଦନାମ କରିବାକୁ ଧମକ ମଧ୍ୟ ଦେଇଥିଲେ |

ସୂଚନା ଅନୁସାରେ ରାୟଗଡ଼ର ଖରସିୟା ଅଞ୍ଚଳରେ ଏକ ହାୟର ସେକେଣ୍ଡାରୀ ସ୍କୁଲରେ ପତି-ପତ୍ନୀ ଅଧ୍ୟାପକର କାମ କରୁଥିଲେ | କିଛି ଦିନ ତଳେ ମହିଳା ଶିକ୍ଷୟତ୍ରୀ ଙ୍କର ସ୍ଵାମୀ ଙ୍କ ର ମୃତ୍ୟୁ ହେଇଯାଇଥିଲା I ତାଙ୍କର ମୃତ୍ୟୁର କିଛି ଦିନ ପରେ ସ୍କୁଲର ଜଣେ 10ମ ଶ୍ରେଣୀର ଜଣେ ଛାତ୍ର ତାଙ୍କ ସହ ଅଭଦ୍ର ବ୍ୟବହାର କରିବା ଆରମ୍ଭ କରିଦେଇଥିଲା|

ମହିଳା ଶିକ୍ଷୟତ୍ରୀ ଏହାର ବିରୋଧ କରିବା ସହ ଶିକ୍ଷ୍ୟା ସମିତି ରେ ଅଭିଯୋଗ ମଧ୍ୟ କରିଥିଲେ I ସମସ୍ତେ ଏହି ଛାତ୍ର ଙ୍କୁ ବୁଝା ସୁଝା କରିଥିଲେ କି ଏପରି ହରକତ ନ କରିବା କୁ I କିନ୍ତୁ ଛାତ୍ର ଟି ମହିଳା ଶିକ୍ଷୟତ୍ରୀ ଙ୍କୁ ଧମକ ଦେବା ଆରମ୍ଭ କରିଥିଲେ I

ଛାତ୍ର ଉକ୍ତ ମହିଳା ଶିକ୍ଷୟତ୍ରୀ ଙ୍କୁ ଏହା ଧମକ ଦେଇଥିଲେ କି ତାଙ୍କ ସହ ସେ ବିବାହ ନ କରିଲେ ସ୍କୁଲ ରୁ ହିଁ ତାଙ୍କୁ ସେ ଅପହରଣ କରିନେବେ I ସ୍କୁଲ ର କାନ୍ଥ ରେ ମଧ୍ୟ ଛାତ୍ର ଏହି ଶିକ୍ଷୟତ୍ରୀ ଙ୍କ ର ନାମ ରେ ଅନେକ ଅଶ୍ଳୀଳ କଥା ଲେଖିଥିଲେ I

ପୀଡିତ ଶିକ୍ଷୟତ୍ରୀ ଶିକ୍ଷ୍ୟା ଅଧିକାରୀ ଙ୍କୁ ଏହି ଅନୁରୋଧ କରିଛନ୍ତି କି ସେ ସେଠାରେ ଟ୍ରାନ୍ସ୍ଫର ନେବାକୁ ଚାହୁଁଛନ୍ତି I ଏବଂ ଶିକ୍ଷ୍ୟା ଅଧିକାରୀ ମଧ୍ୟ ଏହି ଆଶ୍ୱାସନା ଦେଇଛନ୍ତି ଖୁବ ଶୀଘ୍ର ତାଙ୍କ ର ଟ୍ରାନ୍ସ୍ଫର କରାଇ ଦିଆ ଯିବ I