ବୋହୁର ଜୀବନ ବଞ୍ଚାଇବା ପାଁଇ ଶାଶୁ ଦେଲେ ନିଜର କିଡ୍ନୀ, ସମସ୍ତେ କରୁଛନ୍ତି ପ୍ରଶଂସା, ଜାଣନ୍ତୁ ପୁରା ଘଟଣା

ଶାଶୁ ବୋହୁ ଝଗଡା ବିଷୟ ରେ ତ ଆପଣ ଶୁଣିଥିବେ I କିନ୍ତୁ ଆଜି ଆମେ ଯେଉଁ ଶାଶୁ ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ତାଙ୍କ ବୋହୁ ର ଜୀବନ ବଂଚାଇଛନ୍ତି I ଏବଂ ସେହି ଶାଶୁ ତାଙ୍କ ର କିଡ୍ନୀ ଦେଇଦେଇଛନ୍ତି I ସୁରତ ରେ ରହୁଥିବା 37 ବର୍ଷୀୟ ଆଶା ଭୁତ୍ରା କିଡ୍ନୀ ରୋଗ ରେ ପୀଡିତ ଥିଲେ I ଏବଂ ତାଙ୍କ ର କିଡ୍ନୀ ଧୀରେ ଧୀରେ ଖରାପ ହେଇଯାଇଥିଲା I ତେଣୁ ବୋହୁ ର ଜୀବନ ବଞ୍ଚାଇବା କୁ ଯାଇ ଶାଶୁ ନିଜ ର କିଡ୍ନୀ ବୋହୁ କୁ ଦାନ କରିଥିଲେ I

ଆଶା ଙ୍କ ର ଚିକିତ୍ସା କରୁଥିବା ଡାକ୍ତର ମନୋଜ ଗୁବର ଙ୍କ କହିବା ଅନୁସାରେ ପତି , ଶଶୁର ଓ ମା ଙ୍କ ର କିଡ୍ନୀ ମିଳିପାରିଥାନ୍ତା I କିନ୍ତୁ ପତି ଓ ଶଶୁର ସୁଗାର ରୋଗ ରେ ପୀଡିତ ଅଟନ୍ତି ଏବଂ ମା ଙ୍କ ର ବୟସ 69 ବର୍ଷ ଥିଲା I ତେଣୁ ଡାକ୍ତର ତାଙ୍କୁ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରିବା କୁ ମନା କରିଥିଲେ I ତେଣୁ ଆଶା ଙ୍କ ର ଜୀବନ ବଞ୍ଚାଇବା କୁ 65 ବର୍ଷୀୟ ଶାଶୁ ଶାନ୍ତି ଦେବୀ ଆଗେଇଆସିଥିଲେ I

ଆଶା ଙ୍କ ର ଶାଶୁ ରାଜସ୍ତାନ ରେ ରୁହନ୍ତି I ତାଙ୍କୁ ଗୁଜୁରାଟ ଅଣାଯାଇଥିଲା I ଏପରି ମାମଲା ରେ ତିନି ମାସ ସମୟ ଲାଗିଥିଲା I ଯାହା ପରେ ଅହମଦାବାଦ ର ହସ୍ପିଟାଲ ରେ ଶାନ୍ତି ଦେବୀ ନିଜ ବୋହୁ କୁ କିଡ୍ନୀ ଦେଇ ଜୀବନ ବଞ୍ଚାଇପାରିଛନ୍ତି I ଶାଶୁ ବୋହୁ ଙ୍କୁ କିଡ୍ନୀ ନ ଦେବା ବିଷୟ ରେ କେବେ ହେଲେ ଚିନ୍ତା କରି ନ ଥିଲେ I