ଅଧିକାରୀ ଙ୍କ ପାଇଁ ଚା ଆଣିବାକୁ ଗଲେ ହାବିଲଦାର, ଚା ନେଇ ପେରିଲେ ତ ସମସ୍ତେ କରିଲେ ସାଲୁଟ …

ଆଜି ଆମେ ଆପଣ ଙ୍କୁ ଏକ ଘଟଣା ବିଷୟ ରେ କହିବା କୁ ଯାଉଛୁ ଯାହା ଶୁଣି ଆପଣ କହିବେ କଣ ଭାଗ୍ୟ I ଆଜିକା ସମୟ ରେ ଏପରି ଖୁବ କମ ଲୋକ ଙ୍କ ସହ ଘଟିଥାଏ I ଆଜି ଆମେ ଏଠାରେ ଯେଉଁ ବ୍ୟକ୍ତି ଙ୍କର ବିଷୟ ରେ କହିବା କୁ ଯାଉଛେ ତାଙ୍କ ନାମ ହେଉଛି ଶ୍ୟାମ ବାବୁ I ସେ ପୋଲିସ ବିଭାଗ ରେ କାର୍ଯ୍ୟରତ ଅଟନ୍ତି I ଦିନେ ଶ୍ୟାମ ବାବୁ ନିଜ ର ଡେପୁଟି ଏସପିଙ୍କ ପାଁଇ ଚା ଆଣିବା କୁ ଯାଇଥିଲେ I କିନ୍ତୁ ସେହି ଚା ଆଣିବା ଭିତରେ ହିଁ ସେ SDM ହେଇଯାଇଥିଲେ I

ଏହି କାହାଣୀ ୟୁପି ର ଅଟେ I ଶ୍ୟାମ ବାବୁ ପିସିଏସ 2016 ରେ 52 ରାଙ୍କ ହାସିଲ କରିଥିଲେ ଓ 12 ଶ୍ରେଣୀ ପରେ 14 ବର୍ଷ ପୋଲିସ ବିଭାଗ ରେ କାର୍ଯ୍ୟରତ ଥିଲେ I ପୋଲିସ ବିଭାଗ ରେ ସେ କନେଷ୍ଟବଳ ପଦବୀ ରେ ଥିଲେ I ସେ ପୋଷ୍ଟ ଗ୍ରାଜୁଏଟ ର ପାଠ ପଢା ମଧ୍ୟ ପୁରା କରିଥିଲେ I ଏବଂ 2013 ରେ କିଛି ଚେଷ୍ଟା କରିଥିଲେ ଓ 6 ଥର ର ପ୍ରୟାସ ରେ ସେ ଏସଡିଏମ ହେଇଥିଲେ I

ବର୍ତମାନ ଆପଣ ଭାବୁଥିବେ କି ଚା ଆଣିବା କୁ ଯାଇଥିଲେ ଓ ସେହି ସମୟ ରେ ଏସଡିଏମ କିପରି ହେଇଗଲେ I ସୂଚନା ଅନୁସାରେ ସେ ଯେତେବେଳେ ଚା ଆଣିବା କୁ ଯାଇଥିଲେ ତ ସେହି ସମୟ ରେ ୟୁପିଏସସି ର ରେଜଲ୍ଟ ବାହାରିଥିଲା I ଏବଂ ଚା ନେଇ ଆସିବା ପରେ ସେ ତାଙ୍କ ଅଫିସର ଙ୍କୁ କହିଥିଲେ ସାହେବ ମୁ SDM ହେଇଗଲି I ମୋର ପରୀକ୍ଷ ରେଜଲ୍ଟ ଆସିଯାଇଛି I ସଂଗେ ସଂଗେ ଡେପୁଟି ଏସପି ତାଙ୍କୁ ସଲ୍ୟୁଟ କରିଥିଲେ I

ପିସିଏସ 2016 ରେ ଶ୍ୟାମ ବାବୁ ପୋଲିସ ବିଭାଗ କୁ ନେଇ ପ୍ରଶ୍ନ କରାଯାଇଥିଲା I ତ ସେ କହିଥିଲେ ପୋଲିସ ବିଭାଗ ପ୍ରତି ଗ୍ରାମବାସୀ ଙ୍କ ର ଏକ ଖରାପ ଧାରଣା ରହିଆସିଛି କି ପୋଲିସ ବିଭାଗ ରେ ଉପରି ରୋଜଗାର ଭଲ ହେଇଥାଏ I ଏହି କାରଣ ରୁ ପୋଲିସ ବିଭାଗ କୁ ସାଧାରଣ ଜନତା ପସନ୍ଦ କରନ୍ତି ନାହିଁ I ତେଣୁ ମୁ ଏହି ପରୀକ୍ଷା ରେ ପାସ କରିବା ପରେ ଲୋକ ଙ୍କ ର ମନ ର ଏହି ଧାରଣା ବଦଳାଇବା କୁ ଚାହୁଁଚି I ତାଙ୍କ ର ଏହି ଇଣ୍ଟରଭିୟୁ 25 ମିନିଟ ର ହେଇଥିଲା I ଏବଂ ଏହି ସମୟ ରେ ତାଙ୍କୁ ଅନେକ ପ୍ରଶ୍ନର ସମୁଖୀନ ହେବାକୁ ପଡିଥିଲା I

ମୂଳ ରୂପେ ବାଲିଆ ର ଇବ୍ରାହୀମପୁର ଗ୍ରାମ ର 33 ବର୍ଷୀୟ ଶ୍ୟାମ ବାବୁ ଙ୍କ ର ପିତା ଧର୍ମନାଥ ଙ୍କ ର ଗ୍ରାମ ରେ ଏକ ଛୋଟ କିରାଣୀ ଦୋକାନ ରହିଛି I ତାଙ୍କ ମା କିଶୋରୀ ଦେବୀ ଗୃହିଣୀ ଅଟନ୍ତି I ଶ୍ୟାମ ବାବୁ ଙ୍କ ର
5 ଜଣ ଭଉଣୀ ଓ 2 ଭାଇ ଅଛନ୍ତି I ଭଉଣୀ ଙ୍କ ର ବିବାହ ହେଇଯାଇଛି ଏବଂ ବଡ଼ ଭାଇ ଆୟକର ବିଭାଗ ରେ ଅଫିସର ଅଛନ୍ତି I ବର୍ତମାନ ଶ୍ୟାମ ବାବୁ ବେଶ ଖୁସି ଅଛନ୍ତି I