ଏପରି କୁହାଯାଇଥାଏ କି ଝିଅ ମାନେ ପିତା ପାଁଇ ପର ଧନ ହେଇଥାନ୍ତି I ବିବାହ ପର ସେମାନେ ନିଜ ମାତା ପିତା ଙ୍କ ଠାରୁ ଦୂର ନିଜ ଶଶୁର ଘର କୁ ଯିବାକୁ ପଡିଥାଏ I କାରଣ ଏହା ହିଁ ହେଉଛି ଦୁନିଆ ର ରୀତି ନୀତି I ଝିଅ ର ବିବାହ କରାଇ ପିତା ମାତା ନିଜ ର ଜୀବନ ର ଏକ ବଡ଼ ଲକ୍ଷ ପୁରଣ କରିଥାନ୍ତି I ଏବଂ ନିଜ ସାରା ଜୀବନ ର ପରିଶ୍ରମ ସେମାନେ ନିଜ ଝିଅ ର ଭବିଷ୍ୟତ ପାଁଇ ହିଁ କରିଥାନ୍ତି I ତେବେ ଆଜି ଆମେ ଉତ୍ତରପ୍ରଦେଶ ର ବୁନ୍ଦେଲଖଣ୍ଡ ରେ ରହୁଥିବା ଜଣେ ଚାଷୀ ପରିବାର ସମ୍ପର୍କ ରେ ଆଲୋଚନା କରିବା I ଏହି ଚାଷୀ ଯେଉଁପରି ଆଡମ୍ବର ରେ ନିଜ ଝିଅ ର ବିବାହ କରାଇଥିଲେ ଆପଣ ବି ଦେଖି ଆଶ୍ଚଯ୍ୟ ହେଇଯିବେ I
ସୂଚନା ମୁତାବକ ଉତ୍ତରପ୍ରଦେଶ ଜିଲ୍ଲା ରେ ମେରୀ ଗାଁ ରେ ଜଣେ ଚାଷୀ ଦମ୍ପତି ରବିବାର ନିଜ ଝିଅ ର ବିଦାଇ ହେଲିକପ୍ଟର ରେ କରିଥିଲେ I ତେବେ ଏହି ଗ୍ରାମ ର ରାକେଶ ଯାଦବ ଙ୍କ ର ତିନି ଗୋଟି ଝିଅ ଓ ଗୋଟେ ପୁଅ ଅଛି I ଏବଂ ନିଜ ସଭା ସାନ ଝିଅ ର ବିବାହ ପଲର ଗ୍ରାମ ରେ ଅଜୟ ଙ୍କ ସହ ହେଇଥିଲା I ଝିଅ ର ଇଚ୍ଛା ଅନୁସାରେ ରବିବାର ଦିନ ଝିଅ ର ବିଦାଇ ହେଲିକପ୍ଟର ରେ ହେଇଥିଲା I
ତେବେ ପିତା ଙ୍କ କହିବା ମୁତାବକ ତାଙ୍କ ଝିଅ ର ପୂର୍ବ ରୁ ଏହି ଇଚ୍ଛା ଥିଲା କି ସେ ହେଲିକପ୍ଟର ରେ ବିଦା ହେବେ I ଏବଂ ପିତା ବି ନିଜ ଝିଅ ର ଇଚ୍ଛା କୁ ପୂରଣ କରିଥିଲେ I ଏବଂ ତାଙ୍କ ଝିଅ ଯିଏ ବିବାହ କରିଛନ୍ତି ତାଙ୍କ ର ଖୁସି ନ କହିଲେ ଚଳେ I ହେଲିକପ୍ଟର ରେ ବିଦାଇ ତାଙ୍କ ର ଏକ ବଡ଼ ସ୍ବପ୍ନ ଥିଲା ଏବଂ ତାଙ୍କ ସ୍ବପ୍ନ କୁ ତାଙ୍କ ପିତା ସାକାର କରିଛନ୍ତି I
ଦୁଲହନ ପିନ୍ଧିଛନ୍ତି 2000 ନୋଟ ର ମାଳା
ଏପରି ଆଡମ୍ବର ସହକାରେ ହେଇଥିବା ବିବାହ ରେ ଖାସ କଥା ଏହା ଥିଲା କି ଦୁଲହନ 2000 ଟଙ୍କିଆ ନୋଟ ର ମାଳା ପିନ୍ଧିଥିଲେ I ଆଗ ଦେଖି ଲୋକଙ୍କ ର ହୋସ ଉଡିଯାଇଥିଲା I ଏବଂ ଏହି ମାଳା ରେ 6 ଲକ୍ଷ ଟଙ୍କା ଗୁନ୍ଥା ହେଇଥିଲା I
ତେବେ ବିବାହ ର ସବୁ ପରମ୍ପରା ପରେ ଯେତେବେଳ ଝିଅ ବିଦାଇ ର ସମୟ ଆସିଲା ତ ଏକ ଆଶ୍ଚଯ୍ୟ କର ଜିନିଷ ଦେଖିବାର ଥିଲା କାରଣ ସେଠାରେ ପାଖ ରେ ମୈଦାନ ରେ ଏକ ହେଲିକପ୍ଟର ଓଲ୍ହାଇଥିଲା I ଏବଂ ପିଲା ଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ର ଭିଡ଼ ଜମିଥିଲା I
ଦୁଲହନ ଙ୍କ ର ଏପରି ଆଶ୍ଚଯ୍ୟକର ବିଦାଇ ଦେଖି ଗାଁ ଲୋକେ ବି ଆଶ୍ଚଯ୍ୟ ହେଇଯାଇଥିଲେ I ଏବଂ ଏହି ସମୟ ରେ ପୋଲିସ ଓ ଫାଇୟର ଗାଡି କୁ ବି ସୁରକ୍ଷା ବାବଦ କୁ ଡକା ଯାଇଥିଲା I