ଚତୁର୍ଥୀ ରାତିରେ ସ୍ତ୍ରୀର ଏପରି ଅବସ୍ଥା ଦେଖି ସ୍ୱାମୀଙ୍କର ଉଡ଼ିଗଲା ହୋସ, ଡାକ୍ତର କହିଲେ- ଏପରି ତ…

ଚତୁର୍ଥୀ ରାତିରେ ହିଁ ପତ୍ନୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ସ୍ୱାମୀ ଏକାଠି ରହିବାକୁ ମନା କରିଦେଇଛନ୍ତି । ଯେତେବେଳେ ଘଟଣାର ସତ୍ୟତା ପୋଲିସ ଆଗରେ ଆସିଲା ସେତେବେଳେ ପୋଲିସ ସ୍ୱାମୀକୁ କଡ଼ା ସମାଲୋଚନା କରିଥିଲେ । ପାଟଣାର ମାନେ ଅଞ୍ଚଳରେ ସ୍ୱାମୀ ପତ୍ନୀଙ୍କ ଉପରେ କିନ୍ନର ହେବାର ଅଭିଯୋଗ ଆଣିଥିଲେ ଏବଂ ଏକାଠି ରହିବାକୁ ମନା କରିଦେଇଥିଲେ । ଏହାପରେ ମାମଲା ମହିଳା ଥାନାରେ ପହଞ୍ଚି ଥିଲା ଏହାପରେ ମହିଳାଙ୍କ ଗାର୍ଡ଼ନିବାଗ ପୋଲିସ ଷ୍ଟେସନରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଯେଉଁଥିରେ ସ୍ୱାମୀ ଉକ୍ତ ମହିଳାଙ୍କୁ ମିଥ୍ୟା ଅଭିଯୋଗ କରିଥିବା ଜଣାପଡିଛି ।

ସେ ସଂପୂର୍ଣ୍ଣ ଭଲ, କିନ୍ତୁ କେବେ ମା ହୋଇପାରିବେ ନାହିଁ | ବିବାହ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ଏହା କହିଥିଲେ । ରିପୋର୍ଟ ପରେ ସ୍ୱାମୀ ମହିଳା ପୋଲିସ ଷ୍ଟେସନକୁ କ୍ଷମା ପ୍ରାର୍ଥନା ପତ୍ର ଲେଖି ପତ୍ନୀଙ୍କୁ ସାଙ୍ଗରେ ନେଇଥିଲେ। ଏହି ସମୟରେ ମହିଳା ଜଣକ କହିଥିଲେ ଯେ ତାଙ୍କ ସ୍ୱାମୀ ଗାଈ ପାଳନ କରୁଛନ୍ତି। ତାଙ୍କର ପ୍ରଥମ ପତ୍ନୀଙ୍କୁ ମୃତ୍ୟୁ ହେଇଯାଇଛି ଏବଂ ତା’ପରେ ସେ ଉକ୍ତ ମହିଳାଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ | ମହିଳା ଜଣକ ବିବାହ ପୂର୍ବରୁ ହିଁ ସ୍ୱାମୀଙ୍କୁ କହିଦେଇ ଥିଲେ ଯେ ସେ କେବେ ମା ହୋଇପାରିବେ ନାହିଁ ଏବଂ ତାଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ହେଇଥିବା ସନ୍ତାନଙ୍କୁ ପାଳିବେ|

ଏହା ପରେ ବି ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକ ମାନେ ତାଙ୍କୁ ହଇରାଣ କରୁଥିଲେ। ବିବାହର କିଛି ଦିନ ପରେ ସ୍ୱାମୀ ଘର ଓ ସ୍ତ୍ରୀ ଛାଡି ଅନ୍ୟତ୍ର ରହିଲେ ଏବଂ ତାଙ୍କ ପତ୍ନୀଙ୍କୁ କିନ୍ନର ବୋଲି କହିବା ଆରମ୍ଭ କରିଦେଲେ |