ଦେଶରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ 24 ତାରିଖ ମଧ୍ୟାହ୍ନ 12 ଟାରୁ 21 ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଥିଲେ । ବର୍ତ୍ତମାନ ଲକଡାଉନ୍ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି | ଏଭଳି ପରିସ୍ଥିତିରେ, ଲୋକମାନେ ଅଶାନ୍ତ ଅନୁଭବ କରୁଛନ୍ତି କି ଏପ୍ରିଲ 14 ପରେ ସମଗ୍ର ଅବସ୍ଥା ସ୍ୱାଭାବିକ ହୋଇଯିବେ କି ନାହିଁ ଓ ସେମାନେ ପୂର୍ବ ପରି ରାସ୍ତାରେ ବୁଲିବେ କି ନାହିଁ ଯେପରି ଆଗରୁ ବାହାରୁ ଥିଲେ| ଯେମିତି ଯେମିତି ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି ସେମିତି ଲୋକଙ୍କ ପ୍ରଶ୍ନ ବି ବଢ଼ିବାରେ ଲାଗିଛି | କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ଆଗକୁ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଖବର ଅନୁଯାୟୀ, ଯଦି ଏପ୍ରିଲ୍ 14 ପରେ ଲକଡାଉନ ଖୋଲିବ, ତେବେ କିଛି ପ୍ରତିବନ୍ଧକ ଜାରି ରହିବ |
ମଲ୍ ଏବଂ ସ୍କୁଲ ମେ 15 ପର୍ଯ୍ୟନ୍ତ ବନ୍ଦ ହୋଇପାରେ
ଦେଶରେ କରୋନା ଜୀବାଣୁ ବିସ୍ତାର କରିବାରେ ଲାଗିଛି ଏବଂ ଏହାକୁ ରୋକିବା ପାଇଁ ସରକାର ସମସ୍ତ ପ୍ରୟାସରେ ଲାଗିଛନ୍ତି । ମଙ୍ଗଳବାର ଦିନ କରୋନା ଉପରେ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GOM) ବୈଠକ ହୋଇଥିଲା ଯେଉଁଥିରେ ଲକଡାଉନ ଖୋଲିବା ଏବଂ ଶୃଙ୍ଖଳା ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ରେ ଅନେକ ସୁଝାବ ସାମ୍ନାକୁ ଆସିଛି ଯେପରି ଅଡ ଇଭେନ ଲାଗୁ କରିବା ଏବଂ ପରିବହନ ମାଧ୍ୟମରେ କେତେ ଲୋକ ଯାତ୍ରା କରିବେ ସେନେଇ ଅନେକ ପରାମର୍ଶ ଆସିଥିଲା । GOM ଏପରିକି ଏହାର ସୁପାରିଶରେ କହିଛି ଯେ ମଲ୍ ଏବଂ ସ୍କୁଲଗୁଡିକ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବା ଉଚିତ ଏବଂ ଧାର୍ମିକ ସ୍ଥାନଗୁଡିକ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍।
ଏହି ଜିନିଷଗୁଡ଼ିକରୁ ଏହା ବୁଝା ଯାଉଛି ଯେ, ଯଦିଓ ଏପ୍ରିଲ 14 ପରେ କିଛି ଅଂଚଳ ଖୋଲାଯାଏ, ତଥାପି ସେମାନଙ୍କ ଉପରେ ବହୁତ କଠୋର ନିୟମ ଲାଗୁ ହେବ| ବୋଧହୁଏ କିଛି ଟ୍ରେନ୍ ଅଡ୍ ଇଭେନ ଲାଇନରେ ଛାଡିବାକୁ ଅନୁମତି ଦିଆଯାଇପାରେ | କେବଳ ଏତିକି ନୁହେଁ, କାରରେ କେତେ ଲୋକ ଏକାଠି ଯାତ୍ରା କରିପାରିବେ ତାହାର ସୀମା ମଧ୍ୟ ସ୍ଥିର କରାଯାଇପରେ | ସରକାରଙ୍କ ତରଫରୁ ମିଳିଥିବା ସୂଚନାରୁ ଏହା ସ୍ପଷ୍ଟ ଜଣା ଯାଉଛି ଯେ ଏପ୍ରିଲ 14 ପରେ ପରିସ୍ଥିତି ସ୍ୱାଭାବିକ ହେବ ନାହିଁ।
ରେଳ, ମେଟ୍ରୋ ଏବଂ ବସ୍ ଏବେ ବନ୍ଦ ରହିବ
ଯେଉଁମାନେ ଲୋକମାନେ ଅନ୍ୟ କେଉଁଠାରେ ଯାଇ ଫସି ରହିଛନ୍ତି ସେମାନଙ୍କ ପାଇଁ ସରକାର କିଛି ପଦକ୍ଷେପ ନେଇପାରନ୍ତି, କିନ୍ତୁ ଯଦି ଆପଣ ବିନା କୌଣସି କାମରେ ଅନ୍ୟ ରାଜ୍ୟକୁ ଯିବାକୁ ଚିନ୍ତା କରୁଛନ୍ତି, ତେବେ ତାହା ହେଇ ପାରିବ ନାହିଁ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସୀମା ଖୋଲିବାର କୌଣସି ପ୍ରଶ୍ନ ନାହିଁ। ଆହୁରି ମଧ୍ୟ, ଯେଉଁମାନେ ଟ୍ରେନ୍, ବସ୍ ଏବଂ ମେଟ୍ରୋ ଯୋଗେ କୌଣସି ସ୍ଥାନକୁ ଯିବାକୁ କଳ୍ପନା କରି ବସିଛନ୍ତି ସେମାନଙ୍କୁ ମଧ୍ୟ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ | ତେବେ ଜେନେରାଲ ଷ୍ଟୋର ବ୍ୟତୀତ ଆଉ କିଛି ଦୋକାନ ଅଛି ଯାହା ଏପ୍ରିଲ 15 ରୁ ଖୋଲାଯିବ |
ଘରେ ବନ୍ଧ ଥିବା ଲୋକଙ୍କ ଅସ୍ଥିରତା ବଢ଼ିବାରେ ଲାଗିଛି, ଏଥିପାଇଁ ସରକାର ଏହି ଲକଡାଉନ ଖୋଲିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ପ୍ରାୟତ ଆଶା ଏହା କରାଯାଉଛି ଯେ ଏପ୍ରିଲ୍ 14 ପରେ ମଧ୍ୟ ଏହି ଲକଡାଉନ କିଛି ରାଜ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ | ଏଥିରେ ମହାରାଷ୍ଟ୍ର, ପଞ୍ଜାବ, ୟୁପି, ଦିଲ୍ଲୀ ମଧ୍ୟ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ଏହି ଜିନିଷଗୁଡିକ ଆକଳନ ଏବଂ ପରାମର୍ଶ ଆକାରରେ ବାହାରକୁ ଆସୁଛି | ଏପରି ପରିସ୍ଥିତିରେ ଆଗାମୀ ଯାହାବି ନିଷ୍ପତ୍ତି ହେବ ତାହା 14 ଏପ୍ରିଲ ସୁଦ୍ଧାସାମ୍ନାକୁ ଆସିଯିବ।